ନେତାଜୀ ମଡେଲ ସ୍କୁଲରେ ବିଜ୍ଞାନ ଓ ଶିଶୁମେଲା


କେନ୍ଦ୍ରାପଡା ସହରର ମାଧପୁର ସ୍ଥିତ ନେତାଜୀ ମଡେଲ ସ୍କୁଲରେ ଶିଶୁମେଳା ଓ ବିଜ୍ଞାନମେଳା ଅନୁଷ୍ଠିତ ହୋଇଯାଇଛି । ସ୍କୁଲର ଅଧ୍ୟକ୍ଷ ଅଜୟ କୁମାର ପୃଷ୍ଠିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଅବସରପ୍ରାପ୍ତ ଜିଲ୍ଲା ବିଜ୍ଞାନ ପରିଦର୍ଶକ ପିତବାସ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ । ଏହାପରେ କେନ୍ଦ୍ରାପଡା ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ବିଭାଗ ଅଧ୍ୟାପକ ରଂଜିତ କୁମାର ଦାସ ଓ ଆଇ.ଟି.ଏସ. ବିଦ୍ୟାଳୟର ପ୍ରତିଷ୍ଠାତା ତଥା ସାମ୍ବାଦିକ ପ୍ରଭାତ କୁମାର ପରିଡା ପ୍ରକଳ୍ପ ଗୁଡିକୁ ପରିଦର୍ଶନ କରି ଆଜିକାର ଦୁନିଆରେ ବିଜ୍ଞାନର ଆବଶ୍ୟକତା ସମ୍ପର୍କରେ ଶିଶୁମାନଙ୍କୁ ଉଦ୍‌ବୋଧନ ଦେଇଥିଲେ । ପ୍ରାରମ୍ଭରେ କୁନି କୁନି ପିଲାମାନଙ୍କୁ ନେଇ ଶିଶୁମେଳା ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଶିଶୁମାନଙ୍କୁ ପୁରସ୍କୃତ କରିଥିଲେ । ଏହି କାର୍ଯ୍ୟକ୍ରଚୁ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ପରିଚାଳନା କରିଥିଲେ ।


Next Post

ପାଣିସାଉଁଳିଆ ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ,୩ ବଖରା ଘର ପୋଡି ନଷ୍ଟ

Tue Nov 14 , 2023
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ସିଂହଗା ପଞ୍ଚାୟତ ପାଣି ସାଉଁଳିଆ ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ଘଟି ସୁରେନ୍ଦ୍ର ମଳିକଙ୍କ ୩ ବଖରା ଘର ପୋଡି ନଷ୍ଟ ହୋଇଯାଇଛି। ମଙ୍ଗଳବାର ରାତି ପ୍ରାୟ ସାଢେ ୮ଟା ବେଳେ ଘରେ ନିଆଁ ଲାଗି ଯାଇଥିଲା। ଫଳରେ ଘରର ଆସବା ପତ୍ର ସହ ଧାନ, ଚାଉଳ ଆଦି ପୋଡି ନଷ୍ଟ ହୋଇଯାଇଛି। ଘରର ୭୦ଭାଗ ଜଳି ପାଉଁଶ ହୋଇଯାଇଛି । ନିଆଁ ଲାଗିବାକ୍ଷଣିକେ ଗ୍ରାମବାସୀ […]