ପିଆଜ ଦର ବୃଦ୍ଧିର ପ୍ରତିବାଦ ଜାରୀ ; ଇନ୍ଦୁପୁରରେ ୨୫ଟଙ୍କାରେ ବିକିଲା କଂଗ୍ରେସ


ରାଜ୍ୟରେ ପିଆଜ ବଜାରରେ ନିଆଁ ଲାଗିଛି। ରାଜ୍ୟର ୨୩ବର୍ଷର ଅପାରଗ ସରକାର ପ୍ରତିବର୍ଷ ଖାଉଟିଙ୍କୁ ଚଢ଼ା ଦରରେ ପିଆଜ ଓ ଆଳୁକୁ ବିକ୍ରି କରୁଛନ୍ତି। ପିଆଜରେ ସ୍ବାବଲମ୍ବୀ ହୋଇଥିବା ସରକାର କହୁଥିବା ବେଳେ ରାଜ୍ୟବାସୀ ୮୦ ଟଙ୍କାରେ ପିଆଜ କିଣିବାକୁ ବାଧ୍ୟ ହେଉଛନ୍ତି। ପିଆଜ ଦର ଅହେତୁକ ବୃଦ୍ଧି ପ୍ରତିବାଦରେ ମଙ୍ଗଳବାର କେନ୍ଦ୍ରାପଡା ବ୍ଲକ କଂଗ୍ରେସ ତରଫରୁ ଇନ୍ଦୁପୁର ଠାରେ ୨୫ ଟଙ୍କାରେ ପୁର୍ନଃବାର ପିଆଜ ବିକ୍ରି କରାଯାଇଛି । ରାସ୍ତାରେ ଯାଉଥିବା ଲୋକମାନେ ଏହି ପିଆଜକୁ କିଣି ନେଇଥିଲେ।

ଏ ସଂକ୍ରାନ୍ତରେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା କହିଛନ୍ତି ଯେ, ରାଜ୍ୟରେ ୩.୯୫ ଲକ୍ଷ ମେଟ୍ରିକ୍‌ ଟନର ପିଆଜ ଉତ୍ପାଦନ ହେଉଛି ବୋଲି ରାଜ୍ୟ ଉଦ୍ୟାନ ବିଭାଗର ଅଧିକାରୀମାନେ କହୁଛନ୍ତି। ରାଜ୍ୟ ସରକାର ୨୦୧୫ ମସିହାରେ ପିଆଜ ମିସନ କରିଥିଲେ। ଏଥିରେ ୧୫ କୋଟି ଟଙ୍କା ବ୍ୟୟ ବରାଦ କଲେ, ହେଲେ ଫଳ ଶୂନ୍। ଗତ ୯ ବର୍ଷ ଭିତରେ ଗୋଟିଏ ବି ଶୀତଳ ଭଣ୍ଡାର ହୋଇନାହିଁ। ରାଜ୍ୟର ପିଆଜ ଚାଷୀ ଅଭାବୀ ବିକ୍ରିର ସମ୍ମୁଖୀନ ହେଉଥିବା ବେଳେ ବ୍ୟବସାୟୀ ମାଲେମାଲ ହେଉଛନ୍ତି । କେନ୍ଦ୍ର ବିଜେପି ସରକାର ଓ ରାଜ୍ୟ ବିଜେଡି ସରକାର ପିଆଜ ଦରର ଆକାଶଛୁଆ ଦର ବୃଦ୍ଧି ନିୟନ୍ତ୍ରଣରେ ସମ୍ପୁର୍ଣ୍ଣ ବିଫଳ ହୋଇଛନ୍ତି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଏହା ବେଦରଦୀ ଶାସନର ନମୁନା । ରପ୍ତାନୀ ନିୟନ୍ତ୍ରଣ ସହ ଆମଦାନୀ ବୃଦ୍ଧି କରି ସମସ୍ୟାର ମୁକାବିଲା କରିବା ପାଇଁ କେନ୍ଦ୍ର ସରକାରଙ୍କ ଅସାମର୍ଥ୍ୟ ଘୋର ଆପତ୍ତିଜନକ । ଶ୍ରୀ ବେହେରା ରାଜ୍ୟ ସରକାରଙ୍କ ୨୦୧୫ରେ ପିଆଜ ମିଶନର ଘୋଷଣା କେବଳ ଘୋଷଣାରେ ରହିଗଲା । ଫଳତଃ ପିଆଜ କ୍ଷେତ୍ରରେ ବଳକା ରାଜ୍ୟ ଓଡିଶା ପିଆଜ ସଂଙ୍କଟର ସମ୍ମୁଖିନ ହେଲା ଏବଂ ଖାଉଟି ଉପରେ ଅର୍ଥ ବୋଝ ବଢିଲା । ଅବିଳମ୍ବେ କେନ୍‌ଦ୍ରାପଡା ବ୍ଲକ ଓ ନଗର କଂଗ୍ରେସର ରିହାତି ଦରରେ ପିଆଜ ବିକ୍ରି ପ୍ରତିକ ପ୍ରତିବାଦକୁ ସମ୍ମାନ ଦେଇ ସମଗ୍ର ରାଜ୍ୟରେ ୨୫ଟଙ୍କାରେ ପିଆଜ ବିକ୍ରି କରିବାକୁ ସେ ଦାବୀ କରିଥିଲେ ।

କଂଗ୍ରେସର ପିଆଜ ବିକ୍ରି ଅଭିଯାନର ଦ୍ୱିତୀୟ ପର୍ବରେ ଇନ୍ଦୁପୁର ବଜାରରେ ଖାଉଟି ମାନଙ୍କ ମଧ୍ୟରେ ପିଆଜ କିଣିବା ପାଇଁ ପ୍ରବଳ ଆଗ୍ରହ ପରିଲିକ୍ଷିତ ହୋଇଥିଲା ଓ ବହୁ ସଂଖ୍ୟାରେ ଖାଉଟିମାନେ ଲମ୍ବା ଧାଡିରେ ଛିଡା ହୋଇ ପିଆଜ କିଣୁଥିଲେ । ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ବ୍ଲକ କଂଗ୍ରେସ ସଭାପତି ଚିତ୍ରସେନ ପରିଡା, ପିସିସି ସଭ୍ୟ ପ୍ରଫୁଲ୍ଲ ଦାସ, ପୂର୍ବତନ ପିସିସି ସମ୍ପାଦକ ମୁକ୍ତାର ଖାଁ, ଜିଲ୍ଲା କିଷାନ କଂଗ୍ରେସ ସଭାପତି ନାରାୟଣ ଚନ୍ଦ୍ର ପରିଡା, ପୂର୍ବତନ ସରପଞ୍ଚ ପ୍ରଭାତ କୁମାର ଉଡାନସିଂ, ଇନ୍ଦୁପୁର କୃଷି ସମବାୟ ସମିତି ସଭାପତି ରୁଦ୍ର ନାରାୟଣ ଦାସ, ପୂର୍ବତନ ବ୍ଲକ ଚେୟାରମ୍ୟାନ କଳାକାର ମଲ୍ଲିକ, ପୂର୍ବତନ ସରପଞ୍ଚ ରାଜନ ଥାଟୋଇ, ପୂର୍ବତନ ସମିତି ସଭ୍ୟ ଲକ୍ଷ୍ମୀଧର ପଲାଇ, ପଞ୍ଚାୟତ କଂଗ୍ରେସ ସଭାପତି ମିର୍ଜା ମନାନ ବେଗ, ସଂଗଠକ ଉମାପ୍ରଶନ୍ନ ଜେନା, ଡିସିସି ସାଧାରଣ ସମ୍ପାଦକ ମୀର ମୁରସିଦ, ବିଧାନସଭା ଯୁବ କଂଗ୍ରେସ ସଭାପତି ରକ୍ତିକାନ୍ତ ସାମଲ, ଛାତ୍ର କଂଗ୍ରେସ ନେତା ସାର୍ଥକ ମହାପାତ୍ର, ଯୁବ କଂଗ୍ରେସ ନେତା ସୁବାଷ ମାହାଲିକ, ବରିଷ୍ଠ କଂଗ୍ରେସ ନେତା କୁନା ମଲ୍ଲିକ, କିରଣ କୁମାର ସାହୁ ଓ ମଦନ ମୋହନ ସାହୁ ପ୍ରମୁଖ ପରିଚାଳନା କରିଥିଲେ


Next Post

ରାଜଶ୍ରୀର ମନୋଜ୍ଞ ଆକାଶୀୟ ଆଲୋଚନା ଚକ୍ର, ଇପତ୍ରିକା "ରାଜଶ୍ରୀ’ ଅକ୍ଟୋବର ସଂଖ୍ୟା ଉନ୍ମୋଚନ ଏବଂ କବିତା ପାଠୋତ୍ସବ

Wed Nov 15 , 2023
କେନ୍ଦ୍ରାପଡା – ରାଜଶ୍ରୀ କଳା ଓ ସାହିତ୍ୟ ସଂସଦର ମାସିକ ବନ୍ଧୁ ମିଳନ ପର୍ବ ଗତ ସୋମବାର ଦିନ ଆବାସୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ବନ୍ଧୁ ମିଳନର ଏହି ମାହେନ୍ଦ୍ର ମୁହୂର୍ତ୍ତର୍ରେ ମାସିକ ରାଜଶ୍ରୀ “ଇ’ ପତ୍ରିକାର ଅକ୍ଟୋବର ସଂଖ୍ୟା ପୂଜା ବିଶେଷାଙ୍କ “ରାଜଶ୍ରୀ’ କୁ ବିଶିଷ୍ଟ ଶିକ୍ଷାବିତ୍ ତଥା ରକ୍ ପେବ୍ଲେସର ସମ୍ପାଦକ ଡ ଉଦୟନାଥ ମାଝି ଉନ୍ମୋଚନ କରିଥିଲେ । ଇ ପତ୍ରିକାର ମୁଖ୍ୟ ସମ୍ପାଦକ […]

KANIKA