ସଙ୍ଘବଦ୍ଧ ଆକ୍ରମଣରେ ହତ୍ୟା ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ


କେନ୍ଦ୍ରାପଡା ଜିଲ୍ଲା ଦୈାରାଜଜ୍ ବିଶ୍ୱିଜତ ମହାନ୍ତି ଏକ ସଙ୍ଘବଦ୍ଧ ଆକ୍ରମଣ ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ପ୍ରଦାନ କରିବା ସହିତ ୫ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି । ଘଟଣା ଅନୁଯାୟୀ କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ଥାନା ଅନ୍ତର୍ଗତ ପେଗରପଡା ଗ୍ରାମର ପାଞ୍ଚାଳୀ ସେଠୀ ତାଙ୍କ ଘର ସମ୍ମୁଖ ରାସ୍ତାରେ ଧାନ ଶୁଖାଇଥିବା ବେଳେ ଗତ ୨୦୧୫ ମସିହା ଜୁନମାସ ୯ତାରିଖ ପୂର୍ବାହ୍ନ ସାଢେ ୧୦ଟା ବେଳେ ସେହି ଗ୍ରାମର ଟୁଲୁ ସେଠୀ ସେହି ଧାନ ଉପରେ ଏକ ବୋଲେରୋ ଚଢାଇ ଦେଇଥିଲେ । ଫଳରେ ଧାନ ଗୁଡିକ ଏଣେତେଣେ ବିଛାଡି ହୋଇ ପଡିଥିଲା । ପାଞ୍ଚାଳୀ ଏନେଇ ପ୍ରତିବାଦ କରନ୍ତେ ସେହି ଗ୍ରାମର ଟୁଲୁ ସେଠୀ, ଆଦିକନ୍ଦ ସେଠୀ, ବାବାଜୀ ସେଠୀ ଓ କାଳନ୍ଦୀ ସେଠୀ ପାଞ୍ଚାଳୀଙ୍କ ଉପରେ ଆକ୍ରମଣ କରିଥିଲେ । ଏହାଦେଖି ପାଞ୍ଚାଳୀଙ୍କ ଶଶୁର ବେଣୁଧର ସେଠୀ ପ୍ରତିବାଦ କରନ୍ତେ ସେମାନେ ଏକ ଲୁହାରଡରେ ବେଣୁଧରଙ୍କ ମୁଣ୍ଡକୁ ପିଟି ଦେଇଥିଲେ । ଗୁରୁତ୍ତର ଅବସ୍ଥାରେ ବେଣୁଧରଙ୍କୁ ପ୍ରଥମେ ରାଜକନିକା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ପରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ବେଣୁଧରଙ୍କ ଚିକିତ୍ସା ଅବସ୍ଥାରେ ମୃତ୍ୟୁ ହୋଇଯାଇଥିଲା । ଏ ସମ୍ପର୍କରେ ପାଞ୍ଚାଳୀଙ୍କ ଅଭିଯୋଗକୁ ଭିତ୍ତି କରି ରାଜକନିକା ଥାନାରେ ୧୧୨/୨୦୧୫ରେ ଏକ ହତ୍ୟା ମାମଲା ରୁଜୁ ହୋଇଥିଲା । ପୋଲିସ କୋର୍ଟରେ ଅଭିଯୋଗ ଫର୍ଦ୍ଦ ଦାଖଲ କରିବା ପରେ ଏସଟି କେଶ ନମ୍ବର ୫୯/୨୦୧୬ରେ କେନ୍ଦ୍ରାପଡା ଜିଲ୍ଲା ଦୈାରାଜଜ ସେହି ମାମଲାର ବିଚାର ଆରମ୍ଭ କରିଥିଲେ । ୧୭ଜଣ ସାକ୍ଷୀଙ୍କ ସାକ୍ଷ୍ୟ ଓ ପ୍ରମାଣକୁ ଆଧାର କରି ଜିଲ୍ଲା ଦୈାରାଜଜ ବିଶ୍ୱଜିତ ମହାନ୍ତି ଆଇ.ପି.ସି.ର ୩୦୨ ଦଫାରେ ଅଭିଯୁକ୍ତ ରାଜକନିକା ଥାନା ଅନ୍ତର୍ଗତ ପେଗରପଡା ଗ୍ରାମର ବିଦ୍ୟାଧର ସେଠୀଙ୍କ ପୁଅ ଆଦି ଓରଫ ଆଦିକନ୍ଦ ସେଠୀଙ୍କୁ ଆଜୀବନ କରାଦଣ୍ଡାଦେଶ ପ୍ରଦାନ କରିବା ସହିତ ୫ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି । ଜୋରିମାନା ଅନାଦେୟ ଅଧିକ ୩ମାସ ସଶ୍ରମ କାରାଦଣ୍ଡାଦେଶ ଭୋଗିବାକୁ ପଡିବ ବୋଲି କୋର୍ଟ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି । ଏଥିସହିତ ଆଇ.ପି.ସି.ର ୩୨୩ ଓ ୩୪ଦଫାରେ ଅଭିଯୁକ୍ତ ଆଦିକନ୍ଦକୁ ୩ମାସ କାରାଦଣ୍ଡାଦେଶ ପ୍ରଦାନ ସହ ୫ଶହ ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି । ଜୋରିମାନା ଅନାଦେୟ ଅଧିକ ୧୫ଦିନ ସଶ୍ରମ କାରାଦଣ୍ଡାଦେଶ ଭୋଗିବାକୁ ପଡିବ ବୋଲି କୋର୍ଟ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି । ସରକାରଙ୍କ ପକ୍ଷରୁ କ୍ୟାଡର ପିପି ମାନସରଞ୍ଜନ ବେହେରା କୋର୍ଟରେ ମାମଲାର ପରିଚାଳନା କରୁଥିଲେ । ଅନ୍ୟ ଅଭିଯୁକ୍ତମାନେ ଫେରାର ଥିବାରୁ ସେମାନଙ୍କ କେଶ ବିଚାର ହୋଇପାରିନାହିଁ ।


Next Post

ସମର୍ଥ କୋଚିଂ ସେଟଂରରେ ଶିଶୁ ଦିବସ ପାଳିତ

Wed Nov 15 , 2023
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ସମର୍ଥ କୋଚିଂ ସେଟଂର ପକ୍ଷରୁ ମଙ୍ଗଳବାର ଶିଶୁ ଦିବସ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । କୋଚିଂ ସେଟଂରର ପରିଚାଳକ ଶଶୀକାନ୍ତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଭାବେ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ଅଧ୍ୟାପକ ନରେଶ କୁମାର ରାଉତ ଯୋଗଦେଇ କୋମଳମତି ଶିଶୁମାନଙ୍କର ଅନ୍ତର୍ନିହିତ ପ୍ରତିଭାର ଉପଯୁକ୍ତ ବିକାଶ କରାଗଲେ ଶିଶୁମାନେ ଦେଶ ଗଠନରେ ସହାୟକ ହୋଇପାରିବେ ବୋଲି ମତପ୍ରକାଶ କରିଥିଲେ । ସିଆରସିସି […]