ପିଏମ୍‌ଶ୍ରୀ ଯୋଜନାରେ ରୂପାନ୍ତରିତ କେନ୍ଦ୍ରାପଡା କେନ୍ଦ୍ରୀୟ ବିଦ୍ୟାଳୟ


କେନ୍ଦ୍ର ସରକାରଙ୍କ ପିଏମ୍‌ଶ୍ରୀ (ପ୍ରାଇମ୍ ମିନିଷ୍ଟର ସ୍କୁଲସ୍ ଫର୍ ରାଇଜିଂ ଇଣ୍ଡିଆ) ଯୋଜନାରେ ରୂପାନ୍ତରିତ ହୋଇଛି କେନ୍ଦ୍ରୀୟ ବିଦ୍ୟାଳୟ କେନ୍ଦ୍ରାପଡା । ଏଠାରେ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ତଥା ଅତ୍ୟାଧୁନିକ ଶିକ୍ଷା ପ୍ରଦାନ କରିବାରେ ପୁଣି ଗୋଟିଏ ପାହାଚ ଆଗରେ ରହିବ । ସେଥିପାଇଁ ବିଦ୍ୟାଳୟ ଅଧ୍ୟକ୍ଷ ସୁଭାଷ ଚନ୍ଦ୍ର ଜେନାଙ୍କ ନେତୃତ୍ୱରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯ।।ଇଛି । ବିଦ୍ୟାଳୟ ପରିସର ସଫେଇ, ପାନୀୟଜଳ ଓ ପରିମଳ ବ୍ୟବସ୍ଥାରେ ଉନ୍ନତି, ଛାତ୍ରଛାତ୍ରୀଙ୍କ ପାଇଁ ଅତ୍ୟାଧୁନିକ ପାଠାଗାର ବ୍ୟବସ୍ଥା, ଶ୍ରେଣୀଗୃହର ସୌନ୍ଦର୍ଯ୍ୟ ବୃଦ୍ଧି, ନୂତନ କମ୍ପ୍ୟୁଟର ଗୃହ, ଖେଳପଡିଆର ଉନ୍ନତିକରଣ, ସ୍ମାର୍ଟ ଶ୍ରେଣୀଗୃହ ଯୋଜନା, ନୂତନ କ୍ରୀଡା ସାମଗ୍ରୀ, ବିଦ୍ୟାଳୟ ସାଜସଜ୍ଜା ଓ ଆଲୋକୀକଣରଣ ବ୍ୟବସ୍ଥା ଆଦି ଉପରେ ଗୁରୁତ୍ୱାରୋପ କରାଯାଇଛି । ସମସ୍ତ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ, ଶିକ୍ଷୟତ୍ରୀ ଓ କର୍ମକର୍ତ୍ତା ଏଥିରେ ସାମିଲ ହୋଇ ବିଦ୍ୟାଳୟକୁ ଏକ ଆଦର୍ଶ ବିଦ୍ୟାଳୟ ଭାବରେ ଗଢି ତୋଳିବାକୁ ପ୍ରୟାଶ ଜାରି ରଖିଛନ୍ତି । ସୂଚନାଯୋଗ୍ୟ, ଏହି ଯୋଜନାରେ କେନ୍ଦ୍ର ସରକାର, ରାଜ୍ୟ ସରକାର, କେନ୍ଦ୍ରଶାସିତ ଅଞ୍ଚଳ, କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଓ ଜବାହର ନବୋଦୟ ବିଦ୍ୟାଳୟ ସମିତି ସମେତ ସ୍ଥାନୀୟ ସଂସ୍ଥା ଦ୍ୱାରା ପରିଚାଳିତ ଦେଶର ୧୪,୫୦୦ ବିଦ୍ୟାଳୟକୁ ଅନ୍ତର୍ଭୁକ୍ତ କରାଯାଇଛି । ବିଦ୍ୟାଳୟ ଗୁଡିକରେ ଛାତ୍ର ଛାତ୍ରୀଙ୍କ ପାଇଁ ନିରାପଦ ତଥା ଉତ୍ସାହଜନକ ଶିକ୍ଷଣ ବାତାବରଣ ସୃଷ୍ଟି, ଅଭିଜ୍ଞତାର ପରିସର ପ୍ରଦାନ, ଉତ୍ତମ ଶାରୀରିକ ଭିତ୍ତିଭୂମି ଯୋଗାଇବା, ଶିକ୍ଷଣ ପାଇଁ ଉପଯୁକ୍ତ ଉତ୍ସ ଉପଲବ୍ଧ କରାଇବା, ଅଭିନବ ଜ୍ଞାନକୌଶଳରେ ଛାତ୍ରଛାତ୍ରୀଙ୍କୁ ତାଲିମ ଓ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ନୂତନ କରି ଯୋଗ ଦେଇଥିବା ଅଧ୍ୟକ୍ଷ କୌଶଳ ସୂଚନା ଦେଇଛନ୍ତି ।


Discover more from

Subscribe now to keep reading and get access to the full archive.

Continue reading