କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦର କର୍ମକର୍ତ୍ତା ନିର୍ବାଚନ


କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦର କର୍ମକର୍ତ୍ତା ନିର୍ବାଚନ ଆଜି ସ୍ଥାନୀୟ ସଖୀବଟଠାରେ ସଂସଦର ନିର୍ବାଚନ କମିଶନର ଡଃ ସୁରେନ୍ଦ୍ରନାଥ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ ପ୍ରାକ୍ତନ ଏଲିମେଣ୍ଟାରୀ ଡେପୁଟି ଡାଇରେକ୍ଟର ବିଶିଷ୍ଟ ଗାଳ୍ପିକା ସୁପ୍ରିୟା ମଲ୍ଲିକ । ଆଜିର ନିର୍ବାଚିତ କର୍ମକର୍ତ୍ତା ଆଗାମୀ ୩ ବର୍ଷ ଲାଗି ଅନୁଷ୍ଠାନ, ଜିଲ୍ଲା ଓ ରାଜ୍ୟରେ ଆଖି ଦୃଶିଆ କାର୍ଯ୍ୟ କରିବେ । ଏହି କର୍ମକର୍ତ୍ତା ନିର୍ବାଚନରେ ସମ୍ପାଦକ ଭାବରେ ଶୁଭାଂଶୁ କୁମାର ଦାସ, ସଭାପତି ଭାବେ ଡଃ ବାସୁଦେବ ଦାସ, କାର୍ଯ୍ୟକାରୀ ସଭାପତି ଭାବରେ କରୁଣାକର ଦାସ, ଉପସଭାପତି ଭାବରେ ପ୍ରେମଲତା ଗିରି, ପାର୍ବତୀ ନାୟକ, ଫକୀର ଚରଣ ଓଝା, ରାମକୃଷ୍ଣ ଦାସ, ପ୍ରଦୀପ ଦାସ, ସମ୍ପାଦକ ଭାବେ ଶୁଭାଂଶୁ କୁମାର ଦାସ, ସହସମ୍ପାଦକ ଭାବେ ସୁରେନ୍ଦ୍ର ବେହେରା, ଶରତ ରାଉତ, ଶ୍ରୀଧର କୁମାର ଭୋଳ, ସହ ସମ୍ପାଦକ ଭାବରେ ଆଦିକନ୍ଦ ରାଉଳ, ଯୁଗ୍ମ ସମ୍ପାଦକ ଭାବେ ନିରୁପମା ରାଉତ, କୋଷାଧ୍ୟକ୍ଷ ଭାବେ ନୃସିଂହ ଚରଣ ତ୍ରିପାଠୀ, ନିର୍ବାଚିତ ହୋଇଥିବା ବେଳେ ବ୍ଲକ ସଂଯୋଜକ ଭାବରେ କେନ୍ଦ୍ରାପଡାର ଶ୍ରୀଧର ମହାନ୍ତି, ଡେରାବିଶର ପ୍ରତିଭା ଦାସ, ପଟ୍ଟାମୁଣ୍ଡାଇର ଦେବାଶିଷ ପ୍ରଧାନ, ମହାକାଳପଡାର ଦିବାକର ସାହୁ, ଆଳିର ଶକ୍ତିକାନ୍ତ ଦାସ, ରାଜନଗରର ଶତ୍ରୃଘନ ତରାଇ, ରାଜକନିକାର ତପସ୍ୱିନୀ ପଟ୍ଟନାୟକ, ମାର୍ଶାଘାଇର ଚିତ୍ତରଞ୍ଜନ କବି, ଗରଦପୁରର ଗୋପବନ୍ଧୁ ନାଥ ନିର୍ବାଚିତ ହୋଇଥିଲେ । ଏଥି ସହିତ ଏକ ଉପଦେଷ୍ଟା କମିଟି ଗଠନ କରାଯାଇଥିଲା । ଏଥିରେ ଡଃ ସୁରେନ୍ଦ୍ରନାଥ ଆଚାର୍ଯ୍ୟ, ସୁପ୍ରିୟା ମଲ୍ଲିକ, କାର୍ତ୍ତିକ ଚରଣ ନାୟକ, ମୋହନ ଚରଣ ଜେନା, ଦୁର୍ଯ୍ୟୋଧନ ପରିଡା, ଆଶିଷ ସେନାପତି, ଅଜୟ କୁମାର ସାମଲ, ବୈକୁଣ୍ଠନାଥ ସାହୁ, ହେମନ୍ତ ରାଉତ, ନିରାକାର ଦାସ, ଦିଲ୍ଲୀପ କୁମାର ଦାସ, ବାସନ୍ତୀ ଦାସ, ସାବିତ୍ରୀ ମହାରଣା, ବିରଜା ରାଉତରାୟ ଓ ଡଃ ସର୍ବେଶ୍ୱର ଶେଣ ଓ ରବିନ୍ଦ୍ର ଜେନାଙ୍କୁ ଚୟନ କରାଯାଇଥିଲା । ଶେଷରେ ଶ୍ରୀଧର କୁମାର ଭୋଳ ଧନ୍ୟବାଦ ଦେଇଥିବା ବେଳେ କଣ୍ଠଶିଳ୍ପୀ ଗୋଲକ ସେଠୀ ଆବାହନି ସଙ୍ଗୀତ ଗାନ କରିଥିଲେ । ଆଦିକନ୍ଦ ରାଉଳ, ଫକୀର ଚରଣ ଓଝା, ଅନନ୍ତ ଚରଣ ନାୟକ, ସୀତାକାନ୍ତ ନାୟକ, ଅବନୀ ବେହେରା, ରଣଧିର ଜେନା, ବିଜୟ କୁମାର ଦାସ, ପ୍ରତାପ କୁମାର ନାୟକ, କୁଳମଣି ଗୋଛାୟତ, ଶର୍ମିଷ୍ଠା ରଥ ଇତ୍ୟାଦି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । କେନ୍ଦ୍ରାପଡା ମ୍ୟୁନିସିପାଲିଟିର ସଂଯୋଜକ ଭାବେ କାକୁଲି ମଲ୍ଲିକ ଓ ପଟ୍ଟାମୁଣ୍ଡାଇ ମ୍ୟୁନିସିପାଲଟିର ଅଶୋକ କୁମାର ପରିଡାଙ୍କୁ ଚୟନ କରାଗଲା ।


Discover more from

Subscribe now to keep reading and get access to the full archive.

Continue reading