କଳାକାରମାନଙ୍କ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର


କେନ୍ଦ୍ରାପଡା ୩/୭- ଜିଲ୍ଲାର କଳାକାରମାନେ ଆଜି ସହକାରୀ ଜିଲ୍ଲାପାଳଙ୍କୁ ଭେଟି ଜିଲ୍ଲା ସଂସ୍କୃତି ଅଧିକାରିଣୀଙ୍କ ବିରୋଧରେ ବିଭିନ୍ନ ଅଭିଯୋଗ କରିଥିଲେ । ସେମାନଙ୍କ ଅଭିଯୋଗ ଥିଲା କଳାକାରମାନଙ୍କ ଭତ୍ତା ସେମାନଙ୍କୁ ନିୟମିତ ଦିଆନଯାଇ ସାତଆଠ ମାସ କାଳ ତାଙ୍କ କାର୍ଯ୍ୟାଳୟରେ ପକାଇ ରଖୁଛନ୍ତି । ଜୀବିତ ପ୍ରମାଣ ପତ୍ର କଳାକାରମାନଙ୍କଠାରୁ ବର୍ଷକୁ ୨୦ ଥର ନେଉଛନ୍ତି । ବରିଷ୍ଠ ନାଗରିକ ଓ ବୃଦ୍ଧ କଳାକାରମାନଙ୍କୁ ଅସମ୍ମାନ କରୁଛନ୍ତି । ଭତ୍ତା ପାଉଥିବା କଳାକାରମାନଙ୍କୁ ପ୍ରମାଣ ପତ୍ର ଦେବାପାଇଁ ବାରମ୍ବାର ତାଙ୍କ କାର୍ଯ୍ୟାଳୟକୁ ଦଉଡାଉଛନ୍ତି । ଜୁନ ୧୪ ତାରିଖକୁ ଲୋକକଳା ଦିବସ ରୂପେ ପାଳନ କରିବା ପାଇଁ ରାଜ୍ୟ ସରକାର ତାଙ୍କ କାର୍ଯ୍ୟାଳୟକୁ ଚିଠି ଦେଇଥିବା ସତ୍ତ୍ୱେ ସେ କାହାରିକୁ ଜଣାଇଲେ ନାହିଁ କିମ୍ବା ଏହି ଦିବସ ପାଳନ ପାଇଁ କୌଣସି ବ୍ୟବସ୍ଥା କଲେ ନାହିଁ । କେନ୍ଦ୍ରକୁ ଭତ୍ତାପାଇଁ ଦରଖାସ୍ତ କରୁଥିବା କଳାକାରମାନଙ୍କୁ ପ୍ରମାଣ ପତ୍ର ନଦେଇ ବାରମ୍ବାର ତାଙ୍କ କାର୍ଯ୍ୟାଳୟକୁ ଦଉଡାଉଛନ୍ତି । ଜିଲ୍ଲାପାଳଙ୍କ ଅନୁମୋଦନ କ୍ରମେ କଳାକାରମାନେ ଜିଲ୍ଲାର ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ କରିଥିଲେ ମଧ୍ୟ ୧ବର୍ଷ ବିତିଯାଇଥିଲେ ସୁଦ୍ଧା ସେମାନଙ୍କୁ ପାରିଶ୍ରମିକ ଅର୍ଥ ପ୍ରଦାନ କରାଯାଉନାହିଁ । ଏ ସମ୍ପର୍କରେ ଜିଲ୍ଲା କଳାକାର ସଂଘ ପକ୍ଷରୁ ଗତ ୨୨ ତାରିଖରେ ଜିଲ୍ଲାପାଳଙ୍କୁ ଏକ ସ୍ମାରକ ପତ୍ର ଦିଆଯାଇଥିଲା ଯେ ଯଦି ଏହିସବୁ ଅଭିଯୋଗର ତଦନ୍ତ କରାଯାଇ ଜିଲ୍ଲା ସଂସ୍କୃତି ଅଧିକାରିଣୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତେବେ ଜୁଲାଇ ୩ରେ ଜିଲ୍ଲାର ସମସ୍ତ କଳାକାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ । ସେମାନଙ୍କ ଅଭିଯୋଗଗୁଡିକ ଉପରେ ଆଜି ସୁଦ୍ଧା କୌଣସି ତଦନ୍ତ କରାଯାଇନଥିବାରୁ ଆଜି ଜିଲ୍ଲାର ୩୦ରୁ ଅଧିକ କଳାକାର ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଥିଲେ ।


Discover more from

Subscribe now to keep reading and get access to the full archive.

Continue reading