ଗହୀରମଥା କଇଁଛ ସୁରକ୍ଷା ସମିତି, ଡି.ଏଫ.ଓ ଶୁଭେନ୍ଦୁ ବେହେରାଙ୍କୁ ସମ୍ବର୍ଦ୍ଧନା


କେନ୍ଦ୍ରାପଡ଼ା, ୨୫/୧୧: ଜଣେ ସାଧୁ ସଚ୍ଚୋଟ କେନ୍ଦ୍ରାପଡା ମାଟିର ଗର୍ବ ଓ ଗୌରବ ନବରଙ୍ଗପୁର ନୂତନ ଭାବରେ ପଦୋନ୍ନତି ପାଇ ଯୋଗ ଦେଇଥିବା ଡି.ଏଫ.ଓ ଶୁଭେନ୍ଦୁ ପ୍ରସାଦ ବେହେରାଙ୍କୁ ମୁଖ୍ୟ ବକ୍ତା ଭାବରେ ସାହିତ୍ୟ ସଂସଦର ସମ୍ପାଦକ ତଥା ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶୁଭାଂଶୁ କୁମାର ଦାସ ଯୋଗ ଉପଢୌକନ, ପୁଷ୍ପଗୁଚ୍ଛ, ଉତ୍ତରୀୟ ପ୍ରଦାନ କରି ଉତ୍ସସିତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ପବ୍ଲିକ ରିଡିଂ ରୁମରେ ଅନୁଷ୍ଠିତ ସଭାରେ ଅଧ୍ୟକ୍ଷଣ କରିଥିଲେ ଶିକ୍ଷାବିତ୍ ଶ୍ରୀଧର କୁମାର ଭୋଳ । ଗହିରମଥା କଇଁଛ ସୁରକ୍ଷା ସମିତିର ଆନୁକୂଲ୍ୟରେ ଅନୁଷ୍ଠିତ ସଭାରେ ଏହାର ସମ୍ପାଦକ ପରିବେଶବିତ୍ ହେମନ୍ତ କୁମାର ରାଉତ ଯୋଗଦାନ କରି କହିଲେ ଡି.ଏଫ.ଓ ଶ୍ରୀ ବେହେରା ଗହୀରମଥାରେ ରେଞ୍ଜର ଥିବା ସମୟରେ ମାଫିଆମାନଙ୍କ ସହ ଲଢେଇ କରି ଗହୀରମଥା କଇଁଛମାନଙ୍କ ସୁରକ୍ଷା ନିମନ୍ତେ ଯେଉଁ ଗୌରବଜ୍ୱଳ ଅଧ୍ୟାୟ ସୃଷ୍ଟି କରିଅଛନ୍ତି ତାହାକୁ କେନ୍ଦ୍ରାପଡା ସବୁଦିନ ଲାଗି ମନେରଖିବ । କେନ୍ଦ୍ରାପଡା ମାଟିର ପୁଅ ହିସାବରେ ତାଙ୍କ ଲାଗି ଆମେ ଧନ୍ୟ ବୋଲି ରମଣୀ ରଞ୍ଜନ ରାଉତରାୟ ମତବ୍ୟକ୍ତ କରିଥିଲେ । ସମ୍ମାନୀୟ ଅତିଥି ଭାବରେ କରୁଣାକର ଦାସ, ବାଲିଯାତ୍ରା କମିଟିର ସଭାପତି ପ୍ରଦୀପ କୁମାର ଦାଶ, ଆଦିକନ୍ଦ ରାଉଳ, ରାମକୃଷ୍ଣ ଦାଶ, ବରିଷ୍ଟ ସାମ୍ବାଦିକ କେଶବ ନାଥ , ଅଶୋକ ସ୍ୱାଇଁ, ଆଶିଷ ସେନାପତି, ବିରଞ୍ôଚ ଦାସ ଯୋଗଦାନ କରି ଶୁଭେନ୍ଦୁ ବେହେରାଙ୍କର ଗୌରବଜ୍ୱଳ କାର୍ଯ୍ୟଧାରା ସମ୍ପର୍କରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଜୟ କୁମାର ପାତ୍ର, ଚାରୁଲତା ଭୂୟାଁ, ଅନୁସୂୟା ସାମଲ, ତପସ୍ୱିନୀ ପଟ୍ଟନାୟକ, ପ୍ରଫୁଲ୍ଲ ଦାସ, ଶରତ ରାଉତ, ନୃସିଂହ ଚରଣ ତ୍ରିପାଠୀ, ଗୋଲକ ସେଠୀ ଯୋଗ ଦେଇଥିଲେ । ଏଥିରେ ସାମ୍ବାଦିକ ପରିଚୟ ପ୍ରଦାନ କରିଥିଲେ କଳ୍ପତରୁ ସାମଲ ଏବଂ ବିରଞ୍ôଚ ନାରାୟଣ ଦାସ ଧନ୍ୟବାଦ ଦେଇଥିଲେ ।


Next Post

ଅରଡ଼ପଲ୍ଲୀ ଓ ସାନଜରିଆ ପଂଚାୟତରେ ୬କୋଟି ଟଙ୍କା ବ୍ୟୟରେ ବିଭିନ୍ନ ପ୍ରକଳ୍ପ ଶିଳାନ୍ୟାସ

Mon Nov 27 , 2023
କେନ୍ଦ୍ରାପଡା ଜିଲ୍ଲା ରାଜନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ବ୍ଲକର ଅରଡ଼ପଲ୍ଲୀ ଓ ସାନଜରିଆ ପଂଚାୟତ ବିକାଶକୁ ଆହୁରି ଆଗକୁ ନେବା ପାଇଁ ରବିବାର ରାଜନଗର ବିଧାୟକ ଧ୍ରୁବ ସାହୁ ୫କୋଟି ଟଙ୍କା ବ୍ୟୟରେ ଅରଡ଼ପଲ୍ଲୀ-ବଡ଼ଜରିଆ ଲୁଣା ସେତୁ ଶୁଭ ଶିଳାନ୍ୟାସ କରିବା ସହିତ ୧କୋଟି ଟଙ୍କା ବ୍ୟୟରେ ଆମ ଓଡିଶା ନବୀନ ଓଡିଶା ଯୋଜନାରେ ଅରଡ଼ପଲ୍ଲୀ ଓ ସାନଜରିଆ ପଂଚାୟତର ବିଭିନ୍ନ ପ୍ରକଳ୍ପର ଶୁଭ ଶିଳାନ୍ୟାସ କରିଛନ୍ତି । […]

KANIKA