ମୋଦି ସରକାରରେ ସମ୍ବିଧାନ ଅସୁରକ୍ଷିତ


କେନ୍ଦ୍ରାପଡ଼ା ୨୬/୧୧: ଆଜି କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ କମିଟି ତରଫରୁ କଜଳା କଂଗ୍ରେସ ଭବନଠାରେ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ “ଆମ ସମ୍ବିଧାନ କେତେ ସୁରକ୍ଷିତ?” ଆଲୋଚନା ଚକ୍ର ସଭାପତି ଅଂଶୁମାନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଜିଲ୍ଲା କଂଗ୍ରେସର ମୁଖ୍ୟ ମୁଖପାତ୍ର ଭାବରେ ନିଯୁକ୍ତି ପାଇଥିବା ପିସିସି ସଭ୍ୟ ପ୍ରଫୁଲ୍ଲ ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ଆଲୋଚନାରେ ଭାଷଣ ଦେଇ ମତ ରଖିଥିଲେ ଯେ ଆମ ସମ୍ବିଧାନର ପ୍ରାକ କଥନରେ ବର୍ଣ୍ଣିତ ଭାରତ ବର୍ଷ ଗଣତାନ୍ତ୍ରୀକ ଓ ସମାଜବାଦୀ ରାଷ୍ଟ୍ର ଗଣତନ୍ତ୍ରର ୪ଟି ସ୍ତମ୍ଭ ଯଥା ବ୍ୟବସ୍ଥାପକ ସଭା, କାର୍ଯ୍ୟପାଳିକା, ନ୍ୟାୟପାଳିକା ଓ ଗଣମାଧ୍ୟମ ପ୍ରତି ଅଭାବନୀୟ ବିପଦ ସୃଷ୍ଟି ହୋଇଛି । ବ୍ୟବସ୍ଥାପକ ସଭା ଅଧିକାଶଂ ସମୟରେ ବିରୋଧି ଦଳଙ୍କ ଅନୁପସ୍ଥିତିରେ ବିନା ଆଲୋଚନାରେ ଆଇନମାନ ପାଳନ କରୁଛି । କାର୍ଯ୍ୟପାଳିକା ସରକାରଙ୍କର ବଚସ୍କର ସାଜିଲା, ନ୍ୟାୟପାଳିକାକୁ ପ୍ରଲୋଭନ ତଥା ଧମକପୂର୍ଣ୍ଣ ଆଚରଣ ପ୍ରଦର୍ଶନ କରାଯାଉଛି ଓ ଲାଭ ଓ ଲୋଭର ମୋହରେ ମୋଦି ମିଡିଆରେ ପରିଣତ ହୋଇଛି । ଯେତେବେଳେ ୪ଟି ସ୍ତମ୍ଭ ବିପଦରେ ସେତେବେଳେ ଗଣତନ୍ତ୍ର ବିପଦରେ । ଅନୁରୁପ ଭାବରେ ହିନ୍ଦୁରାଷ୍ଟ୍ର ଗଠନର ପରିକଳ୍ପନା ସହ ହିନ୍ଦୁତ୍ୱର ପ୍ରଚାର ଓ ପ୍ରାଧନ୍ୟ ଧର୍ମ ନିରପକ୍ଷତା ପ୍ରତି ଅପ୍ରତିହତ ଆହ୍ୱାନ ସୃଷ୍ଟି କରୁଛି । ସୁତରାଂ ଗଣତନ୍ତ୍ର ମୋଦି ସରକାରରେ ସଙ୍କଟର ସମ୍ମୁଖିନ, ଗଣତନ୍ତ୍ରର ସୁରକ୍ଷା ପାଇଁ କଂଗ୍ରେସର ବିଜୟ ଏକାନ୍ତ ଅପରିହାର୍ଯ୍ୟ ବୋଲି ଶ୍ରୀ ବେହେରା ଉଲ୍ଲେଖ କରିଥିଲେ । ଏହି ଆଲୋଚନାରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା, କଂଗ୍ରେସ ନେତା ରତିକାନ୍ତ କାନୁନଗୋ, ଆକବର ଅଲ୍ଲୀ, ମୁକ୍ତାର ଖାଁ, ରାଜେଶ ମହାନ୍ତି, ରାକେଶ ମହାନ୍ତି, ସଂଜୟ ରାଉତ, ଉମାଶଙ୍କର ଜେନା, ଆଲୋକ ଧଳ, କମଳାକାନ୍ତ ବେହେରା, ରଞ୍ଜନ ବେହେରା, ପରଭେଜ ଅକତର, ନାରାୟଣ ଚନ୍ଦ୍ର ପରିଡା, ସିଦ୍ଧାର୍ଥ ଜେନା, ଜ୍ୟୋତି ରଞ୍ଜନ ପରିଡା, ସୌମେନ୍ଦ୍ର ପୃଷ୍ଟି, ନିରଞ୍ଜନ ରାଉତ, ମହେନ୍ଦ୍ର ପରିଡା, ସୁଜୟ କୁମାର ଦାସ, ରତିକାନ୍ତ ସାମଲ, ଦୟାନିଧି ଜେନା, ପ୍ରଦୀପ ପ୍ରଧାନ, ଅନନ୍ତ କୁମାର ସ୍ୱାଇଁ, ସଂଗ୍ରାମ ପୃଷ୍ଟି, ଅମୂଲ୍ୟ ପ୍ରଧାନ, ମଳୟ ଦାସ, ଉମେଶ ତ୍ରିପାଠୀ, ମଙ୍ଗୁଳି ଚରଣ ବେହେରା, ମଳୟ ଓଝା, ପଞ୍ଚାନନ ଦାସ, ସୁବାଷ ଚନ୍ଦ୍ର ସାମଲ, ସମ୍ରାଟ କେଶରୀ ଜେନା, ପାର୍ଥସାରଥୀ ଜେନା ଓ କୁମାର ପାଣି ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ ।


Discover more from

Subscribe now to keep reading and get access to the full archive.

Continue reading