ଦିହୁଡିପୁର ପଂଚାୟତରେ ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ


ପଟ୍ଟାମୁଣ୍ଡାଇ ତା ୩.୭-ଆଜି ପଟ୍ଟାମୁଣ୍ଡାଇ ବ୍ଲକର ଦିହୁଡିପୁର ପଞ୍ଚାୟତରେ ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ  ବିଡ଼ିଓ ଶୁଭ୍ରାଂଶୁ ସାହୁଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଦିହୁଡି ପୁର ସରପଞ୍ଚ ନରେଶ ମଲିକ  ପ୍ରମୁଖ ଯୋଗ ଦେଇ ପଲ୍ଲୀ ପ୍ରଶାସନର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ I ଏହି ନିଆରା ସରକାରୀ କାର୍ଯ୍ୟକ୍ରମ ପ୍ରତି ଲୋକମାନଙ୍କ ସମର୍ଥନ ଥିବା ଦେଖିବାକୁ ମିଳିଥିଲା ।  ଏଥିରେ ଆବାସ, ରାସନକାର୍ଡ,ଓ ଭତ୍ତାକୁ ମିଶାଇ ସମୁଦାୟ ୫୨ଆପତ୍ତି ଅଭିଯୋଗ ଉପରେ ତତ୍କାଳ କାର୍ଯ୍ୟାନୁଷ୍ଠାନ ପାଇଁ  ନିର୍ଦେଶ ଦିଆଯାଇଥିଲା । ଏଥିରେ ୭ଭତ୍ତା ପାଇଁ ଆବେଦନ କରିଥିବା ବେଳେ ୨୫ ଅସଂଗଠିତ ଶ୍ରମିକଙ୍କୁପଞ୍ଜିକୃତ କରାଯିବା ସହିତ ୧୦୦ ଗାଇଗୋରୁଙ୍କୁ ଟୀକା ଦିଆଯାଇଥିଲା । ଏଥି ସହିତ ଡିଡିୟୁଜିକେୱଇ -୫ଜଣ, ବ୍ୟାଙ୍କ୍ ସଂଯୋଗିକରଣ -୧ଜଣ, କେସିସି  ଡାଏରୀ-୧ ଏମଇସିଜି-୪ଜଣଙ୍କୁ ସାମିଲ କରାଯାଇଥିବାବେଳେ ୨୦ ପଶୁ ପରୀକ୍ଷା ଓ ୨ଜଳ ପରୀକ୍ଷା କରାଯାଇଥିଲା I ଏହି ସରକାରୀ କାର୍ଯ୍ୟକ୍ରମରେ ପଟ୍ଟାମୁଣ୍ଡାଇ ତହସିଲଦାର ଦିଲ୍ଲୀପ ସେଠୀ, ପଂଚାୟତ ନିର୍ବାହୀ ଅଧିକାରୀ ଅଲେଖ ପ୍ରଧାନ, ଜି ଆର ଏସ ବ୍ରଜ କିଶୋର ଜେନା,ମିଶନଶକ୍ତି ସଂଯୋଜକ ପ୍ରଭୁ ଧବଳେଶ୍ଵର ବରାଳ, ଜୀବିକା ମିଶନ ସଂଯୋଜିକା ସୁଶ୍ରୀ ସଂଗୀତା ଭୂୟାଁ ,ଏସ ଇ ଓ ଉଦାର ସୁନ୍ଦର ସ୍ୱାଇଁ ,ଯୋଗାଣ ନିରୀକ୍ଷକ ମଧୁସ୍ମିତା ଜେଟି,  ବ୍ଲକ ଉଦ୍ୟାନ ଅଧିକାରୀ, ବ୍ଲକ  ପଶୁସମ୍ପଦ ଅଧିକାରୀ ପ୍ରମୁଖ  ବ୍ଲକ ସ୍ତରୀୟ ପ୍ରଶାସନିକ ଅଧିକାରୀମାନେ ଯୋଗ ଦେଇ ଜନସାଧାରଣଙ୍କ ଆପତ୍ତି ଅଭିଯୋଗ ଶୁଣିଥିଲେ ।ଏହି ପଲ୍ଲୀ ପ୍ରଶାସନ କାର୍ଯ୍ୟକ୍ରମରେ ଆଗତ ସମସ୍ତ ଅଭିଯୋଗ ଉପରେ ଉଚିତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରଶାସନ ପକ୍ଷରୁ ପ୍ରତିଶୃତି ଦିଆଯାଇଛି ।


Discover more from

Subscribe now to keep reading and get access to the full archive.

Continue reading