ବଜ୍ରପାତ ରଚିଲା ତାଣ୍ଡବ


କେନ୍ଦ୍ରାପଡ଼ା ୪ା୭: କେନ୍ଦ୍ରାପଡା ଜିଲ୍ଲା ଅନ୍ତର୍ଗତ ମହାକାଳପଡା ବ୍ଲକ୍‌ର ଅମିରାବାଦ ଗ୍ରାମରେ ଆଜି ମଧ୍ୟାହ୍ନ ସମୟରେ ବଜ୍ରପାତ ରଚିଲା ତାଣ୍ଡବ । ଏକ କାଳୀନ ପଡିଲା ୪ଟି ନଡିଆ ଗଛ ଉପରେ ଜଳିଲା ହୁତୁ ହୁତୁ ହୋଇ ନିଆଁ । ତଳେ ଥିବା ଛପର ଘର ଉପରେ ପଡି ଚାଲିଲା ନିଆଁ ମୁଣ୍ଡା ଜଳି ଭସ୍ମ ହୋଇଗଲା । ନିତ୍ୟସୁନ୍ଦର ଜେନାଙ୍କର ଦୁଇ ବଖରା ଛପର ଘର ଗାଁ ଲୋକମାନେ ଚେଷ୍ଟା କରିଥିଲେ ମଧ୍ୟ ଲିଭାଇବା ସମ୍ଭବପର ହୋଇନଥିଲା । ଅଗ୍ନିଶମ ବିଭାଗ ଆସି ପହଞ୍ôଚବାରୁ ନଡିଆ ଗଛକୁ ପାଣୀ ସ୍ପ୍ରେ କରି ନିଆଁ ଲିଭାଇ ଥିଲେ ସୁଦ୍ଧା ସେତେବେଳକୁ ଘରଟି ସଂପୂର୍ଣ୍ଣ ଭାବେ ଜଳିଯାଇଥିଲା ଓ ଘରେ ଲକ୍ଷାଧିକ ଟଙ୍କାର ଧାନ, ଚାଉଳ ଓ ଆସବାବପତ୍ର ସବୁ ନଷ୍ଟ ହୋଇଯାଇଛି । ତେଣୁ କଥାରେ ପରା ଅଛି ଘୋଡା ଚଢା ଠାରୁ ସମ୍ପଦ ନାହିଁ ଘର ପୋଡି ଠାରୁ ବିପଦ ନାହିଁ । ଗ୍ରାମବାସୀଙ୍କ ସହଯୋଗ ପାଇ ନିତ୍ୟ ସୁନ୍ଦର ପରିବାର ଧନ୍ୟବାଦ ଜଣାଇଅଛନ୍ତି । ଏହା ପରେ ମହାକାଳପଡା ରାଜସ୍ୱ ବିଭାଗ ଅଧିକାରୀ ଓ ତହସିଲଦାର ପହଞ୍ôଚ ନିତ୍ୟ ସୁନ୍ଦର ପରିବାରକୁ ଆଶ୍ୱାସନା ଦେଇଥିଲେ । ଯାହା ସରକାରଙ୍କ ପକ୍ଷରୁ ସୁବିଧା ଅଛି ତାହା ଆପଣଙ୍କୁ ଯଥାଶୀଘ୍ର ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।


Next Post

ମୌସୁମୀ ଲୁଚକାଳି ଖେଳ,କେନାଲରେ ପାଣି ନାହିଁ ଗଜା ମରୁଡ଼ି ଆଶଙ୍କା, ପଟ୍ଟାମୁଣ୍ଡାଇ ମୁଖ୍ୟ କେନାଲରେ ପାଣି ଛାଡିବାକୁ ଦାବି

Wed Jul 5 , 2023
କେନ୍ଦ୍ରାପଡ଼ା ୫ା୭-:ବର୍ଷା ନଥିବାରୁ ଚାଷୀମାନେ ପାଣିଟୋପାଏ ପାଇଁ ଚାହିଁ ବସିଥିବାବେଳେ ପଟ୍ଟାମୁଣ୍ଡାଇ ମୁଖ୍ୟକେନାଲ ସହିତ ଶାଖା କେନାଲ ଶୁଖିଲା ପଡିଛି  । ପ୍ରତିଦିନ ଆକାଶରେ କଳାବାଦଲ ଢ଼ାଙ୍କୁଥିଲେବି ଭଲ କରି ବର୍ଷା ହେଉନାହିଁ । ଫଳରେ କେନ୍ଦ୍ରପଡା ଜିଲ୍ଲାର ଭାତ ହାଣ୍ଡି କୁହଯାଉଥିବା ପଟ୍ଟାମୁଣ୍ଡାଇ ଉତିକଣ ଅଞ୍ଚଳର ଶହଶହ ଏକର ଚାଷଜମିରେ ପାଣି ବିନା ଚାଷକାମ ଆଗେଇ ପାରୁନାହିଁ  । ଏନେଇ ଉତିକଣ ଅଞ୍ଚଳର ୫୦ରୁ ଊର୍ଦ୍ଧ୍ଵ ଚାଷୀ ପଟ୍ଟାମୁଣ୍ଡାଇ […]

KANIKA