ବିଭିନ୍ନ ଦାବି ନେଇ ୧୦୮ଆମ୍ବୁଲସନ୍ସ କର୍ମଚାରୀଙ୍କ ଦାବିପତ୍ର


କେନ୍ଦ୍ରାପଡା ଜିଲ୍ଲା ୧୦୮ ଚିକିତ୍ସା ହେଲଥ କେୟାର ଅଧିନରେ ସମସ୍ତ ୧୦୮ଆମ୍ବୁଲାନ୍ସ କର୍ମଚାରୀମାନେ (ଇଏମଟି, ପାଇଲଟ,ଆଟେଣ୍ଡାଣ୍ଟ) ୨୦୧୩ମସିହା ଠାରୁ ନିଷ୍ଠାପୂର୍ଣ୍ଣ ଓ ନିସ୍ୱାର୍ଥପର ଭାବରେ କାମକରୁଛନ୍ତି । ସେମାନେ ଯେ କୌଣସି ପ୍ରାକୃତିକ ବିପର୍ଯ୍ୟୟ ଯଥା ବନ୍ୟା, ବାତ୍ୟା, କରୋନା ମହାମାରୀ, ସାମୂହିକ ଦୁର୍ଘଟଣା ଯଥା ବାଲେଶ୍ୱର ଟ୍ରେନ ଦୁର୍ଘଟଣା ପରି ପରିସ୍ଥିତିରେ ବି ଲୋକମାନଙ୍କୁ ସଠିକ ସେବା ଦେଇଆସୁଛନ୍ତି । କିନ୍ତୁ ରାଜ୍ୟ ସରକାର ସେମାନଙ୍କୁ ଅଣଦେଖା କରୁଥିବାରୁ ୬ଦଫା ଦାବିନେଇ ଜିଲ୍ଲ୍‌ାପାଳ ଅମ୍ରିତ ଋରୁରାଜଙ୍କୁ ଦାବି ପତ୍ର ଦେଇଛନ୍ତି । ୧୦୮ ଆମ୍ବୁଲାନ୍ସ କାର୍ଯ୍ୟରତ କର୍ମଚାରୀଙ୍କୁ ନିୟମିତ କରିବା ନହେଲେ ସ୍ୱତନ୍ତ୍ର ପ୍ୟାକେଜରେ ୮ଘଣ୍ଟିଆ ପାରିଶ୍ରମିକ ଅନୁସାରେ ଇଏମଟିଙ୍କୁ ୩୦ହଜାର ଟଙ୍କା , ଚାଳକଙ୍କୁ ୨୫ହଜାର ଟଙ୍କା, ଆଟେଣ୍ଡାଣ୍ଟଙ୍କୁ ୨୦ହଜାର ଟଙ୍କା ଏବଂ ଜୀବନ ସୁରକ୍ଷା ବାବଦକୁ ୩୫ହଜାର ଟଙ୍କା ଅଗ୍ରିମ ଦିଆଯିବାକୁ, ବାର୍ଷୀକ ଦରମା ବୃଦ୍ଧି ବିଶ୍ଚିତ କରିବା, କର୍ମଚାରୀଙ୍କ ପ୍ରତି ଆକ୍ରମଣର ଶିକାର ହେଲେ ସ୍ୱତନ୍ତ୍ର ଦଣ୍ଡବିଧାନ କରିବା ସହ ଦୋଷୀମାନଙ୍କ ପ୍ରତି ତୁରନ୍ତ କାର୍ଯ୍ୟାନୁଷ୍ଠାନ କରିବା, ୧୦୮ ଆମ୍ବୁଲାନ୍ସ ଧୋଇବା ପାଇଁ ସୁବିଧା ଓ ଶୌଚାଳୟ ଥିବା ବିଶ୍ରାମ ଗୃହ, ସେମାନଙ୍କ ଆକସ୍ମିକ ମୃତ୍ୟୁ ହେଲେ ଅନୁକମ୍ପା ରାଶି ୨୦ଲକ୍ଷ ଟଙ୍କା ଓ ଅକର୍ମଣ୍ୟ ହେଲେ ୧୦ଲକ୍ଷ ଟଙ୍କା ପ୍ରଦାନ କରିବାକୁ ସରକାରଙ୍କ ନିକଟରେ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି । ୧୦୮ ଆମ୍ବୁଲାନ୍ସ କର୍ମଚାରୀ ସଂଘ ପକ୍ଷରୁ ଏହି ଦାବିପତ୍ରର ନକଲ ଓଡିଶାର ମୁଖ୍ୟମନ୍ତ୍ରୀ, ଜାତୀୟ ହେଲଥ ମିଶନ, ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ, ୫ଟି ସଚ୍ଚିବ, ଲେବର କମିଶନର,କେନ୍ଦ୍ରାପଡା ସିଡିଏମଓ, କେନ୍ଦ୍ରାପଡା ବିଧାୟକ ଓ ସାଂସଦଙ୍କୁ ପ୍ରଦାନ କରାଯାଇଛି ।


Discover more from

Subscribe now to keep reading and get access to the full archive.

Continue reading