ପ୍ରଧାନଶିକ୍ଷକ ତାଲିମ ଶିବିର ଉଦ୍‌ଯାପିତ


କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନରେ ଅନୁଷ୍ଠିତ ଚାରିଦିନିଆ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସଂପୃକ୍ତିତାଲିମ ଶିବିର ଉଦ୍‌ଯାପିତ ହୋଇଯାଇଛି । ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ଡଃ ପୂର୍ଣ୍ଣଚନ୍ଦ୍ର ବ୍ରହ୍ମା ପ୍ରତ୍ୟେକ ବିଦ୍ୟାଳୟରେ ପ୍ରାଥମିକ ସ୍ତରୀୟ ପିଲାମାନଙ୍କୁ ଆକୃଷ୍ଟ କରିବା ଲାଗି ଏଫ୍‌ଏଲନ ରୁମ୍ ପ୍ରତିଷ୍ଠା, ସ୍କିମ୍ ଲେସନ୍ ପ୍ଲାନ୍‌, ଲେସନ୍ ନୋଟ୍‌, ତିନି ମାସିଆ ଯୋଜନା ପ୍ରସ୍ତୁତି, ଗୁଣାତ୍ମକ ଶିକ୍ଷା ପ୍ରଦାନ ଇତ୍ୟାଦି ସମ୍ପର୍କରେ ଅଭିମନ୍ତ୍ରିତ କରିଥିଲେ । ସମାଜ ପ୍ରତି ପିଲାମାନଙ୍କ ପ୍ରତି ଧ୍ୟାନ ପ୍ରଦାନ କରି ସମସ୍ତଙ୍କୁ ସାଙ୍ଗରେ ନେଇ ବିଦ୍ୟାଳୟକୁ ସରସ ସୁନ୍ଦର କରିବା ନିମନ୍ତେ ପ୍ରତ୍ୟେକ ଶିବିରାର୍ଥୀ ଶପଥବଦ୍ଧ ହୋଇଥିଲେ । ଯେଉଁ ବିଦ୍ୟାଳୟ ଭଲ ପ୍ରଦର୍ଶନ କରିବ ସେଥିଲାଗି ଛାତ୍ରଛାତ୍ରୀ, ଏସ୍‌ଏମ୍‌ସି, ଶିକ୍ଷକ/ଶିକ୍ଷୟିତ୍ରୀ ବିଦ୍ୟାଳୟକୁ ବ୍ଲକ, ଜିଲ୍ଲା ଓ ରାଜ୍ୟସ୍ତରରେ ପୁରସ୍କାର ପ୍ରଦାନ ନିମନ୍ତେ ଚଳିତ ବର୍ଷ ରାଜ୍ୟ ସରକାର ୪ଶହ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବା ଡଃ ବ୍ରହ୍ମା ସୂଚନା ଦେଇଥିଲେ । କେନ୍ଦ୍ରାପଡାକୁ ଶିକ୍ଷାର ୧ନଂ କରିବାକୁ ଡଃ ବ୍ରହ୍ମା ପରାମର୍ଶ ଦେଇଥିଲେ । ଏହି ଅବସରରେ ଜିଲ୍ଲା ଡିଆଇଟିର ପ୍ରଶିକ୍ଷକ ରାଜକିଶୋର ନାୟକ, କଳ୍ପନା ସାହୁ, ଲୋପାମୁଦ୍ରା ପଣ୍ଡା, ଅସୀମା ସାହୁ, ଶ୍ରଦ୍ଧାଞ୍ଜଳୀ ମାହୁନ୍ତ, ସୁନିତା ବେହେରା, ମଧୁସ୍ମିତା ବେହେରା, ଆର.ପି ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ଶୁଭାଂଶୁ କୁମାର ଦାସ, ଶିକ୍ଷାବିତ ନରହରି ସୂତାର, ରଞ୍ଜନ ଦାସ, ଆର୍ତ୍ତଚରଣ ନାୟକ, ମହମ୍ମଦ ଅଜଗର ଅଲ୍ଲୀ, ଅଚ୍ୟୁତା ନନ୍ଦ ସାମଲ, ଅଶ୍ୱିନୀ ରାଉତ, ଅନିଲ ନନ୍ଦ ଦୁଇଶହ ପ୍ରଧାନ ଶିକ୍ଷକମାନଙ୍କୁ ୪ଟି କ୍ୟାଡର ଶିକ୍ଷାର ବିଭିନ୍ନ ଦିଗ ସମ୍ପର୍କରେ ତାଲିମ ପ୍ରଦାନ କରାଯାଇଥିଲା ।


Next Post

ଆକାଶ ଛୁଆଁ ପରିବା ଦର: ବିନ୍ସ କେଜି ୨୧୦, ଟମାଟୋ ୧୨୦ ଟଙ୍କା; ଅଦା ୩୨୦ ଟପିଲା

Fri Jul 7 , 2023
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳର ହାଟ ବଜାରରେ ପରିବା ଦର ଏବେ ଆକାଶ ଛୁଆଁ । ଗାଁ ଠୁ ନେଇ ସହର,ସବୁଠି ପରିବା ଦରକୁ ନେଇ ହା ହା କାର । ୮୦ ତଳକୁ ବଜାରରେ ପନିପରିବା ନାହିଁ । ସପ୍ତାହେ ହେବ ପରିବା ଦର ଲଗାତାର ଭାବେ ଉପରମୁହାଁ ହୋଇ ରହିଛି । ପରିବା ଦର ବଢୁଥିବାରୁ ଲୋକେ ବଜାରରୁ କମ୍ ପରିବା କିଣୁଛନ୍ତି । ଏହାର ସିଧାସଳଖ […]

KANIKA