ଆଇନ ସମ୍ମତ ପୋଷ୍ୟ ସନ୍ତାନ ଗ୍ରହଣ ନିମନ୍ତେ କର୍ମଶାଳା


କେନ୍ଦ୍ରାପଡ଼ା,୪ା୧: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ଆଇନ ସମ୍ମତ ପୋଷ୍ୟ ସନ୍ତାନ ଗ୍ରହଣ ନିମନ୍ତେ ଏକ ଦିନିକିଆ ସଚେତନତା କର୍ମଶାଳା ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଅନୀତା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ପ୍ରଶିକ୍ଷକ ଭାବେ ଡ଼ା.ଦେବରାଜ ପାଣିଗ୍ରାହୀ ଯୋଗଦେଇ ଆଇନଗତ ଭାବେ ପୋଷ୍ୟ ସନ୍ତାନ ଗ୍ରହଣ କରିବା ସମ୍ବନ୍ଧରେ ବିଶଦ ଆଲୋଚନା କରିଥିଲେ । ସେହିପରି ଆନୁଷ୍ଠାନିକ ସେବା, କିଶୋର ନ୍ୟାୟ ଆଇନ ଏବଂ ପୋଷ୍ୟ ସନ୍ତାନ ଗ୍ରହଣ ନିୟମାବଳୀ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା ଓ ଜିଲ୍ଲାର ସ୍ୱାସ୍ଥ୍ୟ କର୍ମୀ (ମହିଳା ଓ ପୁରୁଷ), ସ୍ୱାସ୍ଥ୍ୟ ସହାୟକ, ଶିଶୁ ଯତ୍ନ ଅନୁଷ୍ଠାନ, ଜାଗୃତି ଗୃହର କର୍ମକର୍ତ୍ତା ଓ ୱାନ୍ ଷ୍ଟପ୍ ସେଣ୍ଟର(ସଖି)ର କର୍ମକର୍ତ୍ତା ଏବଂ ସ୍ୱେଚ୍ଛାସେବୀ ସଂଗଠନର ପ୍ରତିନିଧିମାନେ ଏଥିରେ ଭାଗ ନେଇଥିଲେ । ଅତିଥି ଭାବେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ, ଡ଼ା. ନୃପେନ କୁମାର ଶତପଥି ଓ କୃଷ୍ଣଚନ୍ଦ୍ର ଲୋହା ଯୋଗଦେଇ ସମାଜର ପ୍ରତ୍ୟେକ କ୍ଷେତ୍ରରେ ଶିଶୁମାନଙ୍କ ପ୍ରତି ହେଉଥିବା ଅବିଚାର, କୁପୋଷଣ ଓ ସୁରକ୍ଷା ଦିଗ ପ୍ରତି ଆଲୋକପାତ କରିବା ସହ ପ୍ରତ୍ୟେକ ବର୍ଗର ନାଗରିକମାନଙ୍କ ସଚେତନତାର ଆବଶ୍ୟକ ରହିଛି ବୋଲି କହିିଥିଲେ । ଏଥିରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁ ପୌରହିତ୍ୟ କରିଥିବା ବେଳେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।


Next Post

ଅବସରପ୍ରାପ୍ତ ଶିକ୍ଷା ପରିଦର୍ଶକ ସଂଗଠନ ବାର୍ଷିକ ଉତ୍ସବ ପ୍ରସ୍ତୁତି ବୈଠକ

Fri Jan 5 , 2024
କେନ୍ଦ୍ରାପଡା ଜିଲ୍ଲା ଅବସରପ୍ରାପ୍ତ ଶିକ୍ଷା ପରିଦର୍ଶକ ସଂଗଠନର ଅଷ୍ଟାଦଶ ବାର୍ଷିକ ବନ୍ଧୁମିଳନ ସମାରୋହ ନିମନ୍ତେ ଶେଷ ପ୍ରସ୍ତୁତି ବୈଠକ ଗୁଣୀ ଉପଦେଷ୍ଟା ମନ୍ମଥ କୁମାର ରାୟଙ୍କ ବାସଭବନରେ ସଂଗଠନର ସଭାପତି ପୂର୍ତ୍ତି ଚନ୍ଦ୍ର ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବନ୍ଧୁମିଳନ ସମାରୋହ ଆସନ୍ତା ୧୪ ତାରିଖ ରବିବାର ଗରାପୁରସ୍ଥିତ ଏମ୍ ପାୱାର ପବ୍ଲିକ୍ ସ୍କୁଲ ପରିସରରେ ଅନୁଷ୍ଠିତ ହେବା । ଉକ୍ତ ସମାବେଶରେ ଓଡିଶାର ସୁନାମଧନ୍ୟ ବିଶିଷ୍ଟ […]

KANIKA