କେନ୍ଦ୍ରାପଡା କଲେଜ ବାଣିଜ୍ୟ ବିଭାଗ ଆଲୁମିନି ମିଟ ପାଇଁ ପ୍ରସ୍ତୁତି ବୈଠକ


କେନ୍ଦ୍ରାପଡ଼ା,୫ା୧: କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ବାଣିଜ୍ୟ ବିଭାଗର ଆଲୁମିନି ମିଟ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଟିତ ହୋଇଯାଇଛି । ଏହି ଉପଲକ୍ଷେ ବିଭାଗୀୟ ମୁଖ୍ୟ ୱାଇ. ପଦ୍ମାବତୀଙ୍କ ପୈାରହିତ୍ୟରେ ଏକ ପ୍ରସ୍ତୁତି ବୈଠକ ବାଣିଜ୍ୟ ବିଭାଗରେ ଅନୁଷ୍ଠିତ ହୋଇଥିଲା । ଚଳିତମାସ ୨୮ତାରିଖ ରବିବାର ବାଣିଜ୍ୟ ବିଭାଗରେ ଏହି ଆଲୁମିନି ମିଟ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏଥିସହିତ ଆଲୁମିନି ମିଟ ନିମନ୍ତେ ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରାଯାଇ ଏହାକୁ ସରସ ସୁନ୍ଦର କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଏହି ପ୍ରସ୍ତୁତି ବୈଠକରେ ବାଣିଜ୍ୟ ବିଭାଗର ଅଧ୍ୟାପକ ଡଃ. ଜ୍ଞାନରଞ୍ଜନ ଦାସ, ଡଃ. ସୁରେଶ ଚନ୍ଦ୍ର ଦାସ, ବିକାଶ କୁମାର ନାୟକ, ମନୋଜ ପ୍ରଧାନ, ଅଧ୍ୟାପିକା ରଞ୍ଜିତା ଗଡସରା, ଆର୍ଯ୍ୟାସ୍ମିତା କର, ପୁରାତନ ଛାତ୍ର ଶ୍ରୀକୃଷ୍ଣ ପ୍ରଧାନ, ବିକାଶ ଜେନା, ସରୋଜକାନ୍ତ ମହାରଣା, ବିଭବ କୁମାର ମହାନ୍ତି, ଶୁଭାଶିଷ ଦାସ, ସନ୍ଧ୍ୟାରାଣୀ ସାହୁ, ବିଜୟ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଆଲୁମିନି ମିଟରେ ବାଣିଜ୍ୟ ବିଭାଗର ସମସ୍ତ ପୁରାତନ ଛାତ୍ରଛାତ୍ରୀମାନଙ୍କୁ ଯୋଗଦେବାକୁ ନିବେଦନ କରାଯାଇଛି ।


Discover more from

Subscribe now to keep reading and get access to the full archive.

Continue reading