ରାଜ୍ୟପାଳ ରଘୁବର ଦାସଙ୍କ ଦିନିକିଆ କେନ୍ଦ୍ରାପଡା ଗସ୍ତ


କେନ୍ଦ୍ରାପଡ଼ା, ୬ା୧: ଓଡିଶାର ରାଜ୍ୟପାଳ ରଘୁବର ଦାସ କେନ୍ଦ୍ରାପଡା ସହରର ଇଚ୍ଛାପୁର ରଥଦାଣ୍ଡରେ ପୂର୍ବାହ୍ନ ୧୦.୩୦ ମିନିଟ୍‌ରେ ପହଞ୍ôଚବା ପରେ କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିବା ସହିତ ରାଜ୍ୟର ସମୃଦ୍ଧି ପାଇଁ ପ୍ରାର୍ଥନା କରିଥିଲେ । ପରେ ସେଠାରୁ ବାହାରି କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ପଞ୍ଚାୟତର ଜଜାଙ୍ଗ ଅଙ୍ଗନୱାଡି କେନ୍ଦ୍ରରେ ପହଞ୍ôଚ କୁନିକୁନି ପିଲା, ସେମାନଙ୍କ ଅଭିଭାବକ ଓ ଅଙ୍ଗନୱାଡି କର୍ମୀଙ୍କ ସହିତ ପୋଷଣ ସ୍କିମ୍ ସମ୍ପର୍କରେ ଆଲୋଚନା କରି କହିଥିଲେ ଯେ ଶିଶୁମାନେ ହେଉଛନ୍ତି ଦେଶର ଭବିଷ୍ୟତ । ଅଙ୍ଗନୱାଡି କେନ୍ଦ୍ର ସଂସ୍କାରର ମନ୍ଦିର । ଶିଶୁମାନଙ୍କ ସାମଗ୍ରୀକ ବିକାଶକୁ ପ୍ରାଧାନ୍ୟ ଦିଆଯିବା ଆବଶ୍ୟକ ।

ପରେ ସେଠାରୁ ସିଧା ପଟ୍ଟାମୁଣ୍ଡାଇ କଷଣଅଣ୍ଟା ହାଇସ୍କୁଲରେ ପହଞ୍ôଚ ଶିକ୍ଷା ହେଉଛି ସକଳ ପ୍ରଗତିର ମୂଳସୂତ୍ର । ପ୍ରଧାନମନ୍ତ୍ରୀଙ୍କ ବିକଶିତ ଭାରତର ଆଧାର । କଠିନ ପରିଶ୍ରମ କରି ସ୍ୱପ୍ନକୁ ସାକାର କରିବା ସହିତ ସମାଜକୁ ସକରାତ୍ମକ ଭାବରେ ପ୍ରଭାବିତ କରିବା ଦରକାର । କଦାପି ଲକ୍ଷ୍ୟପଥରୁ ବିଚ୍ୟୁତ ନହେବାକୁ ରାଜ୍ୟପାଳ ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରି ଏହା ପ୍ରକାଶ କରିଥିଲେ । ଭାରତ ଏକ ଯୁବଦେଶ । ଯୁବଶକ୍ତି ଓ ସାମର୍ଥ୍ୟର ସଫଳ ଉପଯୋଗରେ ପ୍ରଧାନମନ୍ତ୍ରୀଙ୍କ ସଂକଳ୍ପର ବିକଶିତ ଭାରତ ଗଠନ ହୋଇପାରିବ । ବର୍ତ୍ତମାନ ସମୟ ହେଉଛି ଦକ୍ଷତା ଓ ନବସୃଜନର ସମୟ । ନୂତନ ଶିକ୍ଷାନୀତିରେ ଧନ୍ଦାମୂଳକ ନୀତିରେ ଧନ୍ଦାମୂଳକ ଶିକ୍ଷାକୁ ଗୁରୁତ୍ୱାରୋପ କରାଯାଇଛି । ସମୟପଯୋଗୀ ହେବାକୁ ରାଜ୍ୟପାଳ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ (ରାଜ୍ୟ ପ୍ଲମ୍ବିଂ ପ୍ରତିଷ୍ଠାନ) ପରିଦର୍ଶନ କରି ଶିକ୍ଷାର୍ଥୀମାନଙ୍କ ସହ ବାର୍ତ୍ତାଳାପ ଛଳରେ କହିଛନ୍ତି । କୃଷି, କୃଷକ ଓ ଗ୍ରାମର ସର୍ବାଙ୍ଗୀନ ବିକାଶ ପାଇଁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି । ଏହା ହେବ ବିକଶିତ ଓ ଆତ୍ମନିର୍ଭର ଭାରତର ଆଧାର । ଯୋଜନାର ସୁଯୋଗ ନେବା ସହିତ ସ୍ଥାନୀୟ ସ୍ତରରେ ପ୍ରୟାଶ ହେବା ଦରକାର । ଜୈବିକ କୃଷିକୁ ଆପଣାଇବାକୁ ରାଜ୍ୟପାଳ ଜିଲ୍ଲାର ପଟ୍ଟାମୁଣ୍ଡାଇସ୍ଥିତ ଅଡିଟୋରିଅମ୍‌ରେ କୃଷକମାନଙ୍କ ସହ ବାର୍ତ୍ତାଳାପରେ କହିଛନ୍ତି । ଲୋକମାନଙ୍କ ବିଭିନ୍ନ ସମସ୍ୟା ଓ ଅଭିଯୋଗ ଶୁଣିବା ସହିତ ବିହିତ ପଦକ୍ଷେପ ପାଇଁ ବ୍ୟବସ୍ଥା କରିବେ ବୋଲି ରାଜ୍ୟପାଳ କହିଛନ୍ତି ।

ପରେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗାଙ୍ଗପଡା ଗ୍ରାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମିତ କେତେକ ଗୃହ ପରିଦର୍ଶନ କରିବା ସହିତ ହିତାଧିକାରୀମାନଙ୍କ ସହିତ ମତ ବିନିମୟ କରିଥିଲେ । ସେଠାରୁ ଫେରି ଜଜାଙ୍ଗସ୍ଥିତ ପ୍ରଦକ୍ଷଣ ଭବନରେ ମଧ୍ୟାହ୍ନ ଭୋଜନ କରିଥିଲେ । ସେଠାରେ ରାଜ୍ୟପାଳଙ୍କୁ ଜିଲ୍ଲା ପୋଲିସ ପକ୍ଷରୁ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯାଇଥିଲା । ଉତ୍ତମ ସ୍ୱାସ୍ଥ୍ୟ ବିକଶିତ ଦେଶର ମାନଙ୍କ । ଗ୍ରାମାଞ୍ଚଳରେ ଉନ୍ନତମାନର ସ୍ୱାସ୍ଥ୍ୟସେବା ପହଞ୍ôଚବା ଦରକାର । ପୌଷ୍ଟିକ ବିକାଶ ସହ ମାତୃ ଓ ଶିଶୁ ସ୍ୱାସ୍ଥ୍ୟକୁ ପ୍ରାଧାନ୍ୟ ଦିଆଯିବା ଆବଶ୍ୟକ । ସେବା ଧର୍ମକୁ ନିଷ୍ଠା ଓ ଆନ୍ତରିକତା ସହିତ ପାଳନ କରିବାକୁ ରାଜ୍ୟପାଳ ଇନ୍ଦୁପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରି ଡାକ୍ତର, ସେବିକା ଓ ଆଶାକର୍ମୀଙ୍କ ସହ ଆଲୋଚନା କରି କହିଛନ୍ତି । ମହିଳା ସଶକ୍ତିକରଣ ବିନା ଆତ୍ମନିର୍ଭର ଭାରତ ସମ୍ଭବ ନୁହେଁ । ପ୍ରଧାନମନ୍ତ୍ରୀଙ୍କ ଦିଗ୍‌ଦର୍ଶନରେ ମହିଳା ସଶକ୍ତିକରଣ ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହୋଇଛି । ବଜାର ଚାହିଦା ମୁତାବକ ଉତ୍ପାଦ ସହ ପ୍ରଚାର ପ୍ରସାର ଉପରେ ଗୁରୁତ୍ୱ ଦେବା ଦରକାର । ଏବେ ୨୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ମିଳୁଛି । ଉପଲବ୍ଧ ସୁବିଧାର ଉପଯୋଗ କରିବାକୁ କେନ୍ଦ୍ରାପଡାରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର କର୍ମକର୍ତ୍ତା ଓ ସଦସ୍ୟାମାନଙ୍କ ସହିତ ଜିଲ୍ଲା ସଂସ୍କୃତି ଭବନରେ ବାର୍ତ୍ତାଳାପ ବେଳେ ପ୍ରକାଶ କରିଛନ୍ତି । ରାଜ୍ୟପାଳ କେନ୍ଦ୍ରାପଡା କୁଷ୍ଠ କଲୋନୀ ପରିଦର୍ଶନ କରିବା ସହିତ ଲୋକମାନଙ୍କ ସହ ବାର୍ତ୍ତାଳାପରେ ନିଜର ସ୍ୱାସ୍ଥ୍ୟ ଓ ପିଲାମାନଙ୍କ ଶିକ୍ଷାକୁ ଗୁରୁତ୍ୱ ଦେବାପାଇଁ ପରାମର୍ଶ ଦେଇଛନ୍ତି ଓ ସେମାନଙ୍କ ସୁଖଦୁଃଖ ପଚାରି ବୁଝିଛନ୍ତି ।

ଶେଷରେ ଡେରାବିଶ ବ୍ଲକ ଅନ୍ତର୍ଗତ ଗୋଲରାହାଟ ସ୍ଥିତ ଉତ୍କଳ ଉତ୍ପାଦିକା ସଂସ୍ଥାରେ ପହଞ୍ôଚ ସେଠାରେ ସଂସ୍ଥାକୁ ପରିଚାଳନା କରୁଥିବା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନଙ୍କ ସହ ମତ ବିନିମୟ କରିବା ଅବସରରେ ଲୋକାଲ ମାର୍କେଟ୍‌ରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ପାଇଁ ପରାମର୍ଶ ଦେଇ ସେଠାରୁ ୫ନଂ(କ) ଜାତୀୟ ରାଜପଥରେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିଥିଲେ । ଏହି ପରିଦର୍ଶନ ସମୟରେ ରାଜ୍ୟପାଳଙ୍କ ସହିତ ଜିଲ୍ଲାପାଳ ଅମ୍ରିତ୍ ଋତୁରାଜ, ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର,ଆରକ୍ଷୀ ଅଧିକ୍ଷକ ସମ୍ବିଦ ସମ୍ପଦ ମଡକର, ଉପ ଜିଲ୍ଲାପାଳ ରବିନ୍ଦ୍ର କୁମାର ପ୍ରଧାନ, କେନ୍ଦ୍ରାପଡା ଏସ୍‌ଡିପିଓ ଦେବେନ୍ଦ୍ର କୁମାର ମଲ୍ଲିକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଆଲୋକ କୁମାର ମହାନ୍ତିଙ୍କ ସମେତ ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।


Discover more from

Subscribe now to keep reading and get access to the full archive.

Continue reading