ଗୁଲନଗର ପଞ୍ଚାୟତରେ ଫସଲ ସୁରକ୍ଷା ବୈଠକ


କେନ୍ଦ୍ରାପଡ଼ା ୭ା୭: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗୁଲନଗର ପଞ୍ଚାୟତରେ ଫସଲ ସୁରକ୍ଷା ପାଇଁ ମଙ୍ଗଳବାର ଦିନ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଗୁଲନଗର ପାଞ୍ଚାୟତ ଓ ଏହାର ଆଖପାଖ ଅଞ୍ଚଳରେ ଥିବା ସମସ୍ତ ଚାଷ ଜମିରେ ବର୍ତ୍ତମାନ ଚାଷ କାର୍ଯ୍ୟ ଆରମ୍ଭ ହୋଇଯାଇଛି । ପଞ୍ଚାୟତର ବହୁ ଲୋକ ତାଙ୍କର ଗୃହପାଳିତ ପଶୁ ଯଥା ଗାଇ, ଛେଳି, ମେଣ୍ଢା ଗୁଡିକୁ ବାହରେ ଛାଡି ଦେଉଛନ୍ତି । ଯାହାଫଳରେ ସେମାନେ ମନଇଛା ଚାଷ ଜମିରେ ଧାନ ଚାଷ ହୋଇଥିବା ତଳା ଓ ବୁଣାଯାଇଥିବା ଧାନ ଗୁଡିକୁ ଖାଇ ନଷ୍ଟ କରୁଛନ୍ତି । ତେଣୁ ଚାଷିମାନେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ତେଣୁ ଚାଷିମାନେ ଗୁଲନଗର ପଞ୍ଚାୟତର ସରପଞ୍ଚ ସନ୍ଧ୍ୟାରାଣୀ ସାହୁଙ୍କୁ ଏହାର ସମସ୍ୟା ପାଇଁ ଅନୁରୋଧ କରିଥିଲେ । ଏହାର ସମାଧାନ ପାଇଁ ସରପଞ୍ଚ ଶ୍ରୀମତୀ ସାହୁ ଡାକବାଜି ଯନ୍ତ୍ର ମାଧ୍ୟମରେ ପଞ୍ଚାୟତରେ ଜନସାଧାରଣଙ୍କୁ ସଚେତନ କରାଇବା ପାଇଁ ଏହି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ସେହି ଅନୁଯାଇ ଶୁକ୍ରବାରଦିନ ପଞ୍ଚାୟତରେ ଏକ ଡାକବାଜି ଯନ୍ତ୍ର ମାଧ୍ୟମରେ ସମସ୍ତ ପଞ୍ଚାୟତବାସୀ ମାନଙ୍କୁ ଅନୁରୋଧ କରାଯାଇଥିଲା ଯେ ସେମାନେ ସେମାନଙ୍କର ଗୃହପାଳିତ ପଶୁ ମାନଙ୍କୁ ନିଜନିଜ ହେପାଜତରେ ରଖିବେ । ନ ହେଲେ ଏଥିପାଇଁ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରାଯାଇ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏହି ପଦକ୍ଷେପକୁ ସାଧାରଣ ଲୋକମାନେ ପ୍ରଶଂସା କରିଛନ୍ତି । ଏହି ବୈଠକରେ କରୁଣାକର ସାହୁ, ସମିତି ସଭ୍ୟ ଚିନ୍ମୟୀ ସାହୁ, ଗୋଲକ ସେଠୀ, ଗୟାଧର ବାରିକ, ଚିତ୍ତ ରଞ୍ଜନ ସାହୁ, ଜଗନ୍ନାଥ ତ୍ରିପାଠୀ, ରଘୁନାଥ ବେହେରା, ବୈକୁଣ୍ଠ ଜେନା,ବାବନ ସାହୁ ସମେତ ବହୁ ଚାଷି ଉପସ୍ଥିତ ଥିଲେ ।


Next Post

ଋାଜ୍ୟ ସ୍ତରୀୟ ବାଣୀକଣ୍ଠ ନିମାଇଁ ଚରଣ ହରିଚନ୍ଦନଙ୍କ ଜୟନ୍ତୀ ଆସନ୍ତା ରବିବାର ପାଳିତ ହେବ

Sat Jul 8 , 2023
ଓଡିଶାର ବରପୁତ୍ର ପ୍ରଖ୍ୟାତ କଣ୍ଠଶିଳ୍ପୀ ବାଣୀକଣ୍ଠ ନିମାଇଁ ଚରଣ ହରିଚନ୍ଦନଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଆସନ୍ତା ୯ ତାରିଖରେ ପାଳିତ ହେବ । ଓଡିଶା ସଂଗୀତ ନାଟକ ଏକାଡେମୀ ଓ ଇନ୍ଦୁପୁର ପାୟଲ ମ୍ୟୁଜିକ ସ୍କୁଲ ମିଳିତ ସହଯୋଗରେ ଆସନ୍ତା ରବିବାର ସନ୍ଧ୍ୟା ୫ ଘଟିକା ସମୟରେ ପଟ୍ଟାମୁଣ୍ଡାଇ ପୈାରପରିଷଦ ପ୍ରେକ୍ଷାଳୟରେ ଅନୁଷ୍ଠିତ ହେବା । ଏହି କାର୍ଯ୍ୟକ୍ରମରେ ପାୟଲ ମ୍ୟୁଜିକ ସ୍କୁଲର ସଭାପତି ନୀଳମାଧବ ପତି ପୈାରହିତ୍ୟ କରିବେ । […]

You May Like