ବାଞ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ମେଧାବୃତ୍ତି ପ୍ରଦାନ


କେନ୍ଦ୍ରାପଡ଼ା,୬ା୧: ରାଜ୍ୟର ଅଗ୍ରଣୀ ସ୍ୱେଛାସେବୀ ସଂଗଠନ ବାଞ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଆଜି କେନ୍ଦ୍ରାପଡା ସହରର ବଳଦେବ ହାଇସ୍କୁଲ ଓ କେନ୍ଦ୍ରାପଡା ସରକାରୀ ଉଚ୍ଚ ବିଦ୍ୟାଳୟର ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ମେଧାବୃତ୍ତି ପ୍ରଦାନ କରାଯାଇଛି । ଟ୍ରଷ୍ଟର ମୁଖ୍ୟ ପୃଷ୍ଠପୋଷକ ସୁଦୂର ଯୁକ୍ତରାଷ୍ଟ ଆମେରିକାସ୍ଥିତ ଆଲାସ୍କା ବିଶ୍ୱବିଦ୍ୟାଳୟର ଏମିରଟ୍‌ସ ପ୍ରଫେସର ଡଃ. ଦେବେନ୍ଦ୍ର କୁମାର ଦାସ ପ୍ରତିବର୍ଷ ଜନ୍ମସ୍ଥାନ କେନ୍ଦ୍ରାପଡାକୁ ଆସି ଦୁଇମାସ ଅବସ୍ଥାନ କରିବା ସହିତ ସାରା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ମେଧାବୀ ତଥା ଆର୍ଥିକ ଅନଗ୍ରସର ପିଲାମାନଙ୍କୁ ମେଧାବୃତ୍ତି ପ୍ରଦାନ କରି ସେମାନଙ୍କ ଶିକ୍ଷା ଗ୍ରହଣ ମନୋବୃତ୍ତିକୁ ଅଧିକ ପ୍ରୋତ୍ସାହିତ କରିଥାନ୍ତି । ବିଶେଷ କରି ବାଳିକାମାନଙ୍କୁ ଶିକ୍ଷା କ୍ଷେତ୍ରରେ ଆଗକୁ ଅଗ୍ରସର ନିମନ୍ତେ ଟ୍ରଷ୍ଟ ପକ୍ଷରୁ ଅଧିକ ପ୍ରୋତ୍ସାହିତ କରାଯାଇଥାଏ । ଏହିକ୍ରମରେ ଆଜି ପ୍ରଫେସର ଡଃ. ଦାସ ଶିକ୍ଷା ଲାଭ କରିଥିବା ଉପରୋକ୍ତ ଦୁଇଟି ବିଦ୍ୟାଳୟର ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ମେଧାବୃତ୍ତି ପ୍ରଦାନ ସହ ସେମାନଙ୍କୁ ଆହୁରି ଆଗକୁ ଯିବା ପାଇଁ ପ୍ରେରଣା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଉଭୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିରଞ୍ଜନ ଅଟି ଓ ନୃସିଂହ ଚରଣ ତ୍ରିପାଠୀଙ୍କ ସମେତ ଶିକ୍ଷକ ଶିବ ଚରଣ ନାୟକ, ତପନ ଦାସ ଏବଂ ଜିଲ୍ଲା ପ୍ରତିଭା ପୂଜା ସଂସଦର ସଭାପତି ପ୍ରଦୀପ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।


Discover more from

Subscribe now to keep reading and get access to the full archive.

Continue reading