ପଟ୍ଟାମୁଣ୍ଡାଇ କଲେଜ ପକ୍ଷରୁ ସହାୟତା


ପଟ୍ଟାମୁଣ୍ଡାଇ କଲେଜ ଅଧ୍ୟକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁଙ୍କ ନିର୍ଦେଶକ୍ରମେ କଲେଜ ରେଡକ୍ରସ ଓ ଏନ ଏସ ଏସ ପକ୍ଷରୁ ସହାୟତା ପ୍ରଦାନ କରାଯାଇଛି । କଲେଜ ରେଡକ୍ରସ ଅଧିକାରୀ ଅଧ୍ୟାପକ ସରୋଜକାନ୍ତ ନାୟକ ଓ ଜାତୀୟ ସେବା ସଂସ୍ଥା ଅଧିକାରୀ ଅଧ୍ୟାପକ ପ୍ରଦ୍ୟୁମ୍ନ ପ୍ରଧାନ ଓ ଏନ ସି ସି ଅଫିସର ଅଧ୍ୟାପିକା ଆର ଏଲ ମଧୁସ୍ମିତା ପରିଡା ଓ ଅଧ୍ୟାପକ ଜିତେନ୍ଦ୍ର ମଲ୍ଲିକଙ୍କ ନେତୃତ୍ୱରେ ଏକ ପ୍ରତିନିଧିଦଳ ପାଟକୁରା ପଲ୍ଲୀଶ୍ରୀ ମହିଳା ସମିତି ଆଡପ୍ଟସନ ସଂସ୍ଥାର ଅନ୍ତେବାସୀମାନଙ୍କୁ ଶୁଖିଲା ଖାଦ୍ୟ ଫଳ ଓ ପାଠ୍ୟ ପୁସ୍ତକ ବଂଟନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ପାଟକୁରା ଏଲ ଏନ କଲେଜ ଅଧ୍ୟାପକ ସୁଶାନ୍ତ ପରିଡା, ଡ଼ ରମେଶ ମହାନ୍ତି ଓ ଲଳିତ ଜେନା ପ୍ରମୁଖ ପରିଚାଳନା କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading