
ଆସନ୍ତା ୧୭ ତାରିଖରେ ଶ୍ରୀକ୍ଷେତ୍ର ପୁରୀରେ ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ଭବ୍ୟ ଓ ସଦୃଶ୍ୟ ପରିକ୍ରମା ପ୍ରକଳ୍ପ ଉଦଘାଟିତ ହେବାକୁ ଯାଉଛି । ଏହି ମହାର୍ଘ୍ୟ କାର୍ଯ୍ୟକ୍ରମରେ କୋଟି କୋଟି ଜଗନ୍ନାଥ ପ୍ରେମୀ ଓ ଭକ୍ତମାନେ ସାମିଲ ହେବା ସହିତ ନିଜ ଭକ୍ତିର ନିଦର୍ଶନ ସ୍ୱରୂପ ପ୍ରଭୁଙ୍କୁ ଭେଟି ଦେବା ପାଇଁ ସାରା ଓଡିଶାର ପ୍ରତି ଘରୁ ଅରୁଆ ଚାଉଳ ଓ ଗୁଆ ପଠାଇବା ପାଇଁ ଭକ୍ତମାନେ ବ୍ୟଗ୍ରତା ଓ ଆଗ୍ରହ ପ୍ରକାଶ କରିଛନ୍ତି । ଏଥି ପାଇଁ ସାରା ଓଡିଶାରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅର୍ପଣ ରଥ ପରିକ୍ରମା କରି ଭକ୍ତମାନଙ୍କ ଠାରୁ ଅରୁଆ ଚାଉଳ ଓ ଗୁଆ ସଂଗ୍ରହ କରିବାର ବିରଳ ଦୃଶ୍ୟ ଦେଖିବାକୁ ମିଳିଛି । ପଟ୍ଟାମୁଣ୍ଡାଇ ପୌରାଂଚଳରେ ଅର୍ପଣ ରଥ ପରିକ୍ରମା ପାଇଁ ଆଜି ସ୍ଥାନୀୟ ଶ୍ରୀରାମ ମନ୍ଦିର ପ୍ରାଙ୍ଗଣରେ ଏକ ଭବ୍ୟ ଭାବଗମ୍ଭୀର ଓ ଭକ୍ତିପୂର୍ଣ୍ଣ ସମାରୋହ ଅନୁଷ୍ଠିତ ହୋଇଥିଲା । ପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୂର୍ତି ଥିବା ଦୁଇଟି ସୁସଜ୍ଜିତ ଅର୍ପଣ ରଥରେ ପ୍ରଭୁଙ୍କୁ ଯଥାବିଧି ବ୍ରାହ୍ମଣ ପଣ୍ଡିତଙ୍କ ଦ୍ୱାରା ପୂଜାର୍ଚନା କରାଯିବା ପରେ ସମବେତ ଭକ୍ତମାନେ ରଥରେ ଅରୁଆ ଚାଉଳ ଗୁଆ ଅର୍ପଣ କରିବା ପରେବିଧିବଦ୍ଧ ଭାବେ ଅର୍ପଣ ରଥ ପରିକ୍ରମା ଶୁଭାରମ୍ଭ କରାଯାଇଥିଲା । ଶହ ଶହ ମହିଳା, ଜଗନ୍ନାଥ ପ୍ରେମୀ ଭକ୍ତ, ଓ କୀର୍ତନମଣ୍ଡଳୀଙ୍କ ଜୟ ଜଗନ୍ନାଥ, ହରିବୋଲ ହୁଳହୁଳି ମଧ୍ୟରେ ରାଜନଗର ବିଧାୟକ ଧ୍ରୁବ ସାହୁ ଅର୍ପଣ ରଥ ପରିକ୍ରମା କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ ।
ବିଧାୟକଙ୍କ ସହିତ ପଟ୍ଟାମୁଣ୍ଡାଇ ପୌର ପରିଷଦ ଅଧ୍ୟକ୍ଷ ହେମନ୍ତ ସାହୁ, ପୌର ନିର୍ବାହୀ ଅଧିକାରୀ ଅଜିତ ନାରାୟଣ ଗିରି, ପୌର ଉପା ଅଧ୍ୟକ୍ଷା ଅନୁପ୍ରିୟା ସାହୁ,ନଗର ବିଜେଡି ସଭାପତି ଖଗେଶ୍ୱର ଲେଙ୍କା, କାଉନସିଲର ଗୋପୀବଲ୍ଲଭ ନାୟକ, ପ୍ରଶାନ୍ତ ବାରିକ, ମୃତ୍ୟୁଞ୍ଜୟ ପାଢ଼ୀ, ଲାସ୍ୟ ମୟୀ ସାହୁ,ପ୍ରିୟଙ୍କା ସେଠୀ, ରୀନାରାଣୀ ମଲିକ, ଲଷ୍ମୀପ୍ରିୟା ସାହୁ, ସନ୍ତୋଷ ଦାସ, ସୁଧାମୟ ମଲିକ, ମଧୁସ୍ମିତା ମଲିକ,ଝରଣା ବେହେରା,ସୁବାଷ ମଲିକ, ସର୍ବେଶ୍ୱର ମହାନ୍ତି, ବିଜୟ ନାୟକ, ସୁରେନ୍ଦ୍ର ଗିରି, ଦିଲ୍ଲୀପ ସାହୁ,ଜୟରାମ ରାଉତ,ନିରାକାର ସାହୁ ଅଭିରାମ ସ୍ୱାଇଁ,ରାଜେନ୍ଦ୍ର ଦାଶ, ଜନ୍ମେଜୟ ପଣ୍ଡା ପ୍ରମୁଖ ଶହ ଶହ ଶ୍ରଦ୍ଧାଳୁ ଭକ୍ତ, ଜଗନ୍ନାଥପ୍ରେମୀ, ମହିଳାମାନେ ସାମିଲ ହୋଇ ବିଭିନ୍ନ ୱାର୍ଡ ପରିକ୍ରମା କରିବା ସହିତ ପ୍ରତିଟି ପରିବାର ନିକଟରୁ ଅରୁଆ ଚାଉଳ ଗୁଆ ସଂଗ୍ରହ କରିଥିଲେ । ଏହି ମହାର୍ଘ୍ୟ କାର୍ଯ୍ୟକ୍ରମକୁ ପଟ୍ଟାମୁଣ୍ଡାଇ ପୌର ପରିଷଦର ମାମିନି ପଣ୍ଡା, ତପସ୍ୱିନୀ ଦାଶ, ସରୋଜ ପଣ୍ଡା, ସତ୍ୟାନନ୍ଦ ସାହୁ, ହୃଷିକେଶ ନାଥ, ପ୍ରଫୁଲ୍ଲ ଦାଶ ପ୍ରମୁଖ ପରିଚାଳନା କରିଥିଲେ ।










