ବ୍ୟବସାୟଙ୍କ ବାଇକ ଲୁଟ୍ ମାମଲା, ଅଭିଯୁକ୍ତଙ୍କୁ ୨ ବର୍ଷ ଜେଲ୍ ଦଣ୍ଡ


ପଟ୍ଟାମୁଣ୍ଡାଇ ବଜାରରୁ ଜଣେ ବ୍ୟବସାୟଙ୍କ ବାଇକ ଲୁଟ୍ ମାମଲାରେ ପଟ୍ଟାମୁଣ୍ଡାଇ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ସମିକ୍ଷା ମହାନ୍ତି ଆସାମୀ ଦୀପକ ସେଠୀଙ୍କୁ ୨ ବର୍ଷ ଦଣ୍ଡାଦେଶ ପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟ, କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ପୌରାଂଚଳ ଅନ୍ତର୍ଗତ ବେଲତଳ ଗ୍ରାମର ଅଜୟ ବେହେରା ପଟ୍ଟାମୁଣ୍ଡାଇ ସହର ପୁରୁଣା ମାର୍କେଟ କମ୍ପେ୍ଲକ୍ସ ପାଖରେ ନିଜ ପାନଦୋକାନ ଆଗରେ ତାଙ୍କର ହିରୋ ଫ୍ୟାସିଅନ ବାଇକ ରଖିଥିଲେ । ଗତ ୧୬ ଅଗଷ୍ଟ ୨୦୨୩ ରାତି ୮ଟା ୨୦ରେ ଅଭିଯୁକ୍ତ ଦିପକ ବାଇକକୁ ଖୋଲି ନେଉଥିବା ବେଳେ ପାଖ ଦୋକାନୀ ଦେଖି ଚୋରଚୋର ବୋଲି ଚିତ୍କାର କରିଥିଲେ । ଉପସ୍ଥିତ ସ୍ଥାନୀୟ ଲୋକମାନେ ଦୌଡ଼ି ଆସି ରୁଣ୍ଡ ହୋଇ ବାଇକ ଚୋରିକରୁଥିବା ଲୁଟେରା ଦିପକକୁ କାବୁ କରି ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପୋଲିସର ଜିମା ଦେଇଥିଲେ । ଏଥିନେଇ ଅଜୟ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ ପରେ ଆଇଆଇସି ରଞିତ କୁମାର ମହାନ୍ତିଙ୍କ ଥାନା କେସ ନଂ -୪୪୨/୨୩ ରେ ଏକ ମାମଲା ରୁଜୁ କରି ଏଏସଆଇ ବିଜୟ କୁମାର ସାହୁଙ୍କୁ ତଦନ୍ତ ଦାୟିତ୍ୱ ଦେଇଥିଲେ । ଏଏସଆଇ ସାହୁଙ୍କ ତଦନ୍ତ ପରେ ପୋଲିସ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିବା ସହ କୋର୍ଟରେ ଚାର୍ଜସିଟ ଦାଖଲ କରିଥିଲା । ପରେ ଘଟଣାସ୍ଥଳର ସାକ୍ଷୀଙ୍କ ବୟାନ ଓ ବରିଷ୍ଠ ପ୍ରମାଣ ଆଧାରରେ ଦୋଷୀକୁ କଡ଼ା ଦଣ୍ଡ ପାଇଁ ସରକାରୀ ଓକିଲ ରାଜେନ୍ଦ୍ର ମିଶ୍ର ଓ ମଧୁସ୍ମିତା ଦାସ ଯୁକ୍ତି ବାଢ଼ିଥିଲେ । ଜି.ଆର. କେଶ ନମ୍ବର ୯୧୨/୨୦୨୩ରେ ଏହି ମାମଲାର ଶୁଣାଣି ପଟ୍ଟାମୁଣ୍ଡାଇ ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ସମିକ୍ଷା ମହାନ୍ତି ସାକ୍ଷ୍ୟ ପ୍ରମାଣକୁ ଭିତି କରି ଅଭିଯୁକ୍ତ ଦିପକକୁ ୨ ବର୍ଷ କାରାଦଣ୍ଡ ନିର୍ଦ୍ଦେଶ ଦେଇଛନ୍ତି ।


Next Post

ପଟ୍ଟାମୁଣ୍ଡାଇ ବ୍ଳକରେ ମିଳିତ ଜନଶୁଣାଣୀ ଶିବିର,୮୨ ଅଭିଯୋଗ ଉପରେ କାର୍ଯାନୁଷ୍ଠାନ ନିର୍ଦେଶ

Mon Jan 8 , 2024
କେନ୍ଦ୍ରାପଡା ଜିଲ୍ଲା  ପଟ୍ଟାମୁଣ୍ଡାଇ ବ୍ଳକ ସମ୍ମିଳନୀ କକ୍ଷରେ ଜିଲ୍ଲାପ୍ରଶାସନ ପକ୍ଷରୁ ମିଳିତ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଅମ୍ରିତ ଋତୁରାଜ, ଏସ ପି ସନ୍ଦୀପ ସମ୍ପଦ ମଦକର, ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ଉପାଧ୍ୟକ୍ଷା ଜୟନ୍ତୀ ସ୍ୱାଇଁ, ତ ହସିଲଦାର ପଂଚାନନ ନାୟକ , ପୌର ନିର୍ବାହୀ ଅଧିକାରୀ ଅଜିତ ନାରାୟଣ ଗିରି ପ୍ରମୁଖ ଯୋଗ ଦେଇ ଜନସାଧାରଣଙ୍କ ଆପତି ଅଭିଯୋଗ ଶୁଣିଥିଲେ […]

You May Like