ସମାଜଵାଦୀନେତା ବିଶ୍ବନାଥ ଧଳଙ୍କ ଶ୍ରଦ୍ଧାଞ୍ଜଳି ସଭା


ବିପ୍ଳବୀ ମରିଯାଏ କିନ୍ତୁ ବିପ୍ଳବ ମରେ ନାହିଁଁ । ସମୟର ସଵୁ ପ୍ରତିକୂଳ ପରିସ୍ଥିତିକୁ ଅତିକ୍ରମ କରି ଯିଏ ସଵୁ ମଣିଷର ହୃଦୟରେ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରେ ସେ ହିଁ ପ୍ରକୃତ ବିପ୍ଳଵୀ ବୋଲି ଆଜି କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳର ବିଶିଷ୍ଟ ସମାଜବାଦୀ ନେତା ନିଷ୍ପେସିତ ମଣିଷର ଅନ୍ତଃସ୍ବର ଦିବଙ୍ଗତ ବିଶ୍ବନାଥ ଧଳଙ୍କର ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ଜନ୍ମମାଟି ପଟ୍ଟାମୁଣ୍ଡାଇ ଷଣ୍ଢପଲ୍ଲୀ ଠାରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ଶ୍ରଦ୍ଧାସୁମନ ଅର୍ପଣ କରି ରାଜ୍ୟର ବହୁ ବିଶିଷ୍ଟ ବ୍ୟକ୍ତି ଓ ରାଜନୈତିକ ନେତୃବୃନ୍ଦ ଯୋଗ ଦେଇ ମତପ୍ରକାଶ କରିଛନ୍ତି । ବିଶ୍ୱନାଥ ଧଳ ସ୍ମୃତିକମିଟିର ସଭାପତି ପ୍ରଫେସର ଅନୁରୁଦ୍ଧ ରାଉଳଙ୍କ ପୌରହିତ୍ୟ ଓ କଥାକାର ପ୍ରଦୀପ ନାୟକଙ୍କ ସଂଯୋଜନାରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ସମାଜବାଦୀ ଆନ୍ଦୋଳନର ଅଗ୍ରଦୂତ ଦିବଂଗତ ବିଶ୍ବନାଥଙ୍କ ଜୀବନାଦର୍ଶ ସମ୍ବଳିତ ସ୍ମରଣିକା ” ବିଶ୍ଵଚେତନାର ମଣିଷ ଵିଶ୍ବନାଥ ପୁସ୍ତକକୁ ବରେଣ୍ୟ ଅତିଥି କେନ୍ଦ୍ରାପଡ଼ା ଵିଧାୟକ ପୂର୍ବତନମନ୍ତ୍ରୀ ଶଶିଭୂଷଣ ଵେହେରା,ପୂର୍ବତନ ବିଧାୟକ ରାଧାକାନ୍ତ ସେଠୀ, ପ୍ରାକ୍ତନ ପ୍ରଶାସନିକ ଅଧିକାରୀ ଡ଼ଃ କେଳୁଚରଣ ସ୍ଵାଇଁ,ବରିଷ୍ଠ ରାଜନେତା ଡା. ବାସୁଦେବ ପାତ୍ର,ଶିକ୍ଷାବିତ ଲକ୍ଷ୍ମୀଧର ପାତ୍ର, ରାଜ୍ୟପାଳ ପୁରସ୍କୃତ ଶିକ୍ଷକ ସନାତନ ବେହୁରା, ରାଜ୍ୟ ଅମଲା ସଂଘ ପ୍ରାକ୍ତନ ସମ୍ପାଦକ ଅର୍ଜୁନ ମହାକୁଡ,ପ୍ରାକ୍ତନ ବ୍ଲକ ଅଧକ୍ଷ ନିଶିକାନ୍ତ ପ୍ରଧାନ,ପ୍ରଫେସର ଭରତ ଚନ୍ଦ୍ର ପାତ୍ର,ପ୍ରଫେସର ପରୀକ୍ଷିତ ପାତ୍ର,ଚତୁର୍ଭୂଜ ରାଉଳ, କବି ନାରାୟଣ ପ୍ରସାଦ ରାଉଳ, ରାଜ୍ୟ ପୁରସ୍କୃତ ଶିକ୍ଷକ କଣ୍ଡୁରୀ ଚରଣ ସ୍ବାଇଁ, ଶିକ୍ଷାବିତ ରାଜକୁମାର ବିଶ୍ବାଳ,ପଞ୍ଚାନନ ସେନାପତି,ପ୍ରଭାସ ସାମନ୍ତରାୟ,ଶଚ୍ଚିନନ୍ଦନ ଦାସ, ବୈଷ୍ଣବ ଚରଣ ସିଂ,ନାରାୟଣ ବିଶ୍ବାଳ,ପରିକ୍ଷିତ ରାୟ, ଅଧ୍ୟାପିକା ଭଗବତୀ ରାଉତ,କୈଳାସ ଚନ୍ଦ୍ର ମହାନ୍ତି,ଇଂ ତପନ ପାତ୍ର,ଶିକ୍ଷକ ନେତା ପ୍ରମୋଦ କୁମାର ନାୟକ,ସାମ୍ବାଦିକ ଅନୀଲ ଚୌଧୁରୀ,ରମେଶ ଦେ, ବିକାଶ ପରିଷଦ ସମ୍ପାଦକ ଗୋପୀନାଥ ତ୍ରିପାଠୀ ପ୍ରମୁଖ ଦିବଙ୍ଗତ ଧଳଙ୍କ ସ୍ମୃତିଚାରଣ କରିଥିଲେ। ସଞ୍ଜିଵ କୁମାର ବିଶ୍ବାଳ,ଅଶୋକ ଧଳ,ଜୟପ୍ରକାଶ ରାଉତ,ମାନସ ରଞ୍ଜନ ଧଳ,ଅବିନାଶ ଧଳ,ମମତା ଧଳ,ନମିତା ଧଳ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଶେଷରେ ସାମ୍ବାଦିକ ଚିତ୍ତରଞ୍ଜନ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ।


Discover more from

Subscribe now to keep reading and get access to the full archive.

Continue reading