ନୂଆ ଓ’ ଯୁବ ଓଡ଼ିଶା ନବୀନ ଓଡ଼ିଶାର ଜିଲ୍ଲାସ୍ତରୀୟ କ୍ରୀଡ଼ା ଉତ୍ସବ


କେନ୍ଦ୍ରାପଡ଼ା, ୮ା୧: “ନୂଆ ଓ’ ଯୁବ ଓଡ଼ିଶା ନବୀନ ଓଡ଼ିଶା”ର ଜିଲ୍ଲାସ୍ତରୀୟ କ୍ରୀଡ଼ା ଉତ୍ସବ ଆଜିଠାରୁ କେନ୍ଦ୍ରାପଡ଼ା ହାଇସ୍କୁଲ ପଡ଼ିଆ (ମିନି ଷ୍ଟାଡିୟମ୍‌)ରେ ଆୟୋଜିତ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନିଲୁ ମହାପାତ୍ର ଯୋଗଦେଇ ଏହାର ଶୁଭ ଉଦ୍‌ଘାଟନ କରିଥିଲେ । ୫ଦିନ ବ୍ୟାପୀ ଅର୍ଥାତ୍ ଚଳିତ ମାସ ୧୨ ତାରିଖ ପର୍ଯ୍ୟନ୍ତ ଏଠାରେ ଉଭୟ ପୁରୁଷ ଓ ମହିଳା ବର୍ଗର ଖେଳାଳୀମାନେ ସେମାନଙ୍କ କ୍ରୀଡ଼ା ନୈପୁଣ୍ୟ ପ୍ରଦର୍ଶନ କରିବେ । ଫୁଟବଲ୍‌, ଭଲିବଲ୍‌, ଖୋଖୋ, କବାଡ଼ି ଓ କ୍ରିକେଟ୍ ଖେଳରେ ବ୍ଲକ୍ ସ୍ତରରୁ ପ୍ରଦର୍ଶନ ଆଧାରରେ ମନୋନୀତ ହୋଇଥିବା ଦଳମାନେ ଏଠି ଖେଳିବାର ସୁଯୋଗ ପାଇଛନ୍ତି ।

ସେହିପରି ଏମାନଙ୍କ ମଧ୍ୟରେ ଯେଉଁ ଦଳ ପ୍ରଥମ ସ୍ଥାନ ଅଧିକାର କରିବ ସେହି ଦଳ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଖେଳିବାର ସୁଯୋଗ ପାଇବେ । ପ୍ରଥମ, ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ସ୍ଥାନ ଅଧିକାର କରିଥିବା ଦଳମାନଙ୍କୁ ଆସନ୍ତା ୨୪ ତାରିଖରେ ବର୍ଣ୍ଣାଢ଼୍ୟ ଉତ୍ସବରେ ପୁରସ୍କୃତ କରାଯିବ ବୋଲି ସୂଚନା ଦେଇଛନ୍ତି ଉତ୍ସବରେ ସମ୍ମାନନୀୟ ଅତିଥିଭାବେ ଯୋଗ ଦେଇଥିବା ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ରାଜେନ୍ଦ୍ର କୁମାର ପଣ୍ଡା । ଏହି ବର୍ଣ୍ଣାଢ଼୍ୟ ଉତ୍ସବରେ ଜିଲ୍ଲାର ସମସ୍ତ ୯ଟି ବ୍ଲକ୍‌ରୁ ପ୍ରାୟ ୧୦ ହଜାରରୁ ଉର୍ଦ୍ଧ୍ୱ ଯୁବଶକ୍ତି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଉଦ୍‌ଘାଟନୀ ଉତ୍ସବରେ କେନ୍ଦ୍ରାପଡ଼ା ଓ ମହାକାଳପଡ଼ା ଟିମ୍ ମଧ୍ୟରେ ପ୍ରଥମ ଫୁଟବଲ୍ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚ୍ ପରିଚାଳନା କରିଥିଲେ ମୀର୍ଜା ସଲିମ୍ ବେଗ୍‌, ଶରତ କୁମାର ଜେନା, ଅମର କୁମାର ଜେନା, ଗୋଲକ ବିହାରୀ ମଲ୍ଲିକ ଓ ଇନ୍ଦୁପୁର ବିରୂପା କଲେଜ କ୍ରୀଡା ଶିକ୍ଷକ ଜ୍ୟୋତିର୍ମୟ ଦାସ ପ୍ରମୁଖ । ଏହି ଉତ୍ସବରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଆଲୋକ କୁମାର ମହାନ୍ତି, ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ ଅଧିକାରୀ ଅଶୋକ ବଳିଆରସିଂହ, ବିଭିନ୍ନ ଆଥିଲେଟିକ୍ ଆସୋସିଏସନ୍‌ର କର୍ମକର୍ତ୍ତା, ବିଭିନ୍ନ ସ୍କୁଲର କ୍ରୀଡ଼ା ଶିକ୍ଷକ, ଜିଲ୍ଲା ପରିଷଦ କାର୍ଯ୍ୟାଳୟର କର୍ମଚାରୀ୍‌ମାନେ ଉପସ୍ଥିତ ଥିଲେ । ପ୍ରତିଯୋଗିତା ଚାଲିଥିବା ବେଳେ ଅଂଶଗ୍ରହଣକାରୀ ଖେଳାଳିମାନଙ୍କ ପାଇଁ ପିଇବା ପାଣିର ଘୋର ଅଭାବ ପରିଲିଖିତ ହେଉଥିବା ଦେଖିବାକୁ ମିଳିଥିଲା ।

 


Next Post

ବିଶିଷ୍ଟ ସମାଜସେବୀ ବାନାମ୍ବର ସାହୁଙ୍କ ବିୟୋଗ

Tue Jan 9 , 2024
  କେନ୍ଦ୍ରାପଡ଼ା ୮ା୧: ଆଞ୍ଚଳିକ ଅବସରପ୍ରାପ୍ତ କର୍ମଚାରୀ ସଙ୍ଘ, ବାଲିଆର ସମ୍ପାଦକ, ପ୍ରାକ୍ତନ ଶିକ୍ଷକ ତଥା ବିଶିଷ୍ଟ ସମାଜସେବୀ ବାନାମ୍ବର ସାହୁଙ୍କ ରବିବାର ରାତିରେ ବିୟୋଗ ହୋଇଯାଇଛି । ଭୁବନେଶ୍ୱରରୁ ଆସି ତାଙ୍କ ମର ଶରୀର ଜନ୍ମମାଟି ଜମଧରରେ ଆଜି ସକାଳେ ପହଞ୍ଚିବା ପରେ ଶେଷଦର୍ଶନ ପାଇଁ ଗ୍ରାମଟି ଲୋକାରଣ୍ୟ ହୋଇପଡିଥିଲା । ଏକ ସୁସଜିତ ସ୍ୱର୍ଗରଥରେ ମର ଶରୀରକୁ ତାଙ୍କ କର୍ମଭୂମୀ ଥିବା ତିନିମୁହାଣିସ୍ଥିତ ବିଶ୍ୱହିନ୍ଦୁ ପରିଷଦ ଓ […]

KANIKA