ଚନ୍ଦନପୁରରେ କଂଗ୍ରେସ କର୍ମୀ ସମ୍ମିଳନୀ



କେନ୍ଦ୍ରାପଡା ୧୦/୧- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଚନ୍ଦନପୁର ପଞ୍ଚାୟତରେ ଏକ କଂଗ୍ରେସ କର୍ମୀ ସମ୍ମିଳନୀ ନୂଆସାହିଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ଅବସରପ୍ରାପ୍ତ ଶିକ୍ଷକ ପ୍ରଭାକର ନାଥଶର୍ମା ସଭାପତିତ୍ୱ କରିଥିଲେ । ଆଗାମୀ ୨୦୨୪ ବିଧାନସଭା ନିର୍ବାଚନରେ ଗଣେଶ୍ୱର ବେହେରାଙ୍କୁ ସର୍ବାଧିକ ଭୋଟ ଦେଇ ନିର୍ବାଚିତ କରିବାକୁ ଏକ ପ୍ରସ୍ତାବ ବିପୁଳ କରତାଳି ମାଧ୍ୟମରେ ପାରିତ ହୋଇଥିଲା । ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ଏହି ସମ୍ମିଳନୀରେ ଅଭିଭାଷଣ ରଖି ତେଲେଙ୍ଗାନା ନିର୍ବାଚନରେ କଂଗ୍ରେସ ରଣନୀତି ଗ୍ରହଣ କରିବାକୁ କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ । ସେ କହିଥିଲେ ଯେ “ମୋର ବିଷୟ ଆପଣମାନଙ୍କ ବିଷୟ, ପ୍ରତ୍ୟେକ ଚନ୍ଦନପୁର ବାସୀଙ୍କ ବିଷୟ” । ସୁତରାଂ ପଞ୍ଚାୟତର ସ୍ୱାଭିମାନ ପାଇଁ ସମସ୍ତେ ଏକ ହୋଇ ରେକର୍ଡ ସଂଖ୍ୟକ ଭୋଟ ଦେଇ ବିଜୟ କରିବାକୁ ସେ ନିବେଦନ କରିଥିଲେ । ଏହି ସମ୍ମିଳନୀରେ ପୂର୍ବତନ ସରପଞ୍ଚ ସୁବାଷଚନ୍ଦ୍ର ନାଥଶର୍ମା, ବରିଷ୍ଠ କଂଗ୍ରେସ ନେତା ଜେନାମଣୀ ସାମଲ, ଦଳିତ ନେତା ବାସୁଦେବ ମଲ୍ଲିକ, ନବକିଶୋର ମଲ୍ଲିକ, ବରିଷ୍ଠ ନେତା ଅକ୍ଷୟ ଦାସ, ଭରତ ଚନ୍ଦ୍ର ଦାସ, ବିଚିତ୍ର ସେଠୀ, ବିରଞ୍ଚି ସେଠୀ ଓ ସର୍ବେଶ୍ୱର ବେହେରା ଭାଷଣ ଦେଇ ଏଥର କେନ୍ଦ୍ରାପଡାରେ କଂଗ୍ରେସର ନିଶ୍ଚୟ ବିଜୟ ହେବ ବୋଲି ଆଶା ପ୍ରସନ୍ନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନିର୍ମଳ ଚନ୍ଦ୍ର ସାହୁ, ଦିଲ୍ଲୀପ ଶର୍ମା, ବିକାଶ ମଲ୍ଲିକ, ଶଙ୍କର୍ଷଣ ମଲ୍ଲିକ, ସେକ୍ ନିସାର୍‌, ସେକ୍ ମୁସତାପା, ଜାଫର, ସେକ୍ ଜୁମା, ସେକ୍ ଆକବର, ସେକ୍ ଇମରାନ, ସେକ୍ ହୁସେନ, ରମେଶ ଚନ୍ଦ୍ର ନାଥଶର୍ମା, ଚନ୍ଦ୍ର ଶେଖର ଭୋଇ, ହେମନ୍ତ କୁମାର ସାହୁ, ସୁଶାନ୍ତ ପ୍ରଧାନ, ରଜନୀକାନ୍ତ ମିଶ୍ର, ସନ୍ତୋଷ ପାଣିଗ୍ରାହୀ, ଗୌତମ ନାୟକ, ସେକ୍ ଇବ୍ରାହିମ, ବିଜୟ କୁମାର ଦାସ, ମନୋଜ ଦାସ, ହୃଦାନନ୍ଦ ସାହୁ, ସତ୍ୟବ୍ରତ ଶତପଥୀ, ରାଜନ ମଲ୍ଲିକ, ରାଜକିଶୋର ସେଠୀ, ଚୈତନ୍ୟ ମଲ୍ଲିକ, ମାନସ ପାତ୍ର, ଅଲେଖ ମଲ୍ଲିକ ଓ ପ୍ରସ୍ନଜିତ ଦାସ ପ୍ରମୁଖ ଯୋଗ ଦେଇଥିଲେ ।


Next Post

କେନ୍ଦ୍ରାପଡା ଜିଲ୍ଲାର ହକ୍ ପାଇଁ ରାଜ୍ୟପାଳଙ୍କ ଉଦେଶ୍ୟରେ ସିପିଆଇର ଦାବିପତ୍ର

Wed Jan 10 , 2024
କେନ୍ଦ୍ରାପଡ଼ା ୧୦ା୧: କେନ୍ଦ୍ରାପଡା ଜିଲ୍ଲାର ହକ୍ ପାଇଁ ଆଜି ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ସି.ପି.ଆଇ.) ପକ୍ଷରୁ ରାଜ୍ୟପାଳଙ୍କ ଉଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ନିଲୁ ମହାପାତ୍ରଙ୍କୁ ଏକ ୧୦ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଉଇଛି । ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ଦେଶ ସ୍ୱାଧୀନତାର ୭୬ବର୍ଷ ପରେ ବି ଆମ କେନ୍ଦ୍ରାପଡା ଜିଲ୍ଲା ଯେଉଁ ତିମିରେ କୁ ସେହି ତିମିରେ ରହିଛି । ଜିଲ୍ଲା ଗଠନ ହେବାର ୩୦ବର୍ଷ ପରେବି ଓଡିଶା […]

KANIKA