ବଡ଼ମୂଳବସନ୍ତ ସମବାୟ ସମିତିରେ ଧାନ ମଣ୍ଡି ଉଦଘାଟିତ



ଧାନର ଅଭାବୀ ବିକ୍ରି ଦୂର କରିବା ପାଇଁ ରାଜ୍ୟ ସରକାର ଓ ସମବାୟ ବିଭାଗ ପଦକ୍ଷେପ ଗ୍ରହଣ କରିଛି । କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ଅଧୀନରେ ଥିବା ପଟ୍ଟାମୁଣ୍ଡାଇ ବଡମୂଳବସନ୍ତ ପ୍ରାଥମିକ କୃଷି ସମବାୟ ସମିତି ପକ୍ଷରୁ ଏକ ମଣ୍ଡି ଖୋଲା ଯାଇଛି ।ଏହି ଉପଲକ୍ଷେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ବଡ଼ମୂଳବସନ୍ତ ସମବାୟ ସମିତି ସଭାପତି ସଞ୍ଜୟ ଲେଙ୍କା ମୁଖ୍ୟଅତିଥି ଭାବେ ମଣ୍ଡିକୁ ଉଦଘାଟନ କରିଥିଲେ । ଉଦଘାଟନ ଉତ୍ସବରେ ସମବାୟ ସମିତି ସମ୍ପାଦକ ଅଜୟ ଦାସ, ନିର୍ଦେଶକ ମକର ସେଠୀ, କୃଷ୍ଣ ଚନ୍ଦ୍ର ଧଳ, ଛତିଶ ପରିଡା, ଅକ୍ଷୟ ଦାସ, ବିଶ୍ୱନାଥ ବାରିକ, ସ୍ନେହଲତା ଅଧିକାରୀ, ଫକୀର ଜେନା, କିଶୋର ସ୍ୱାଇଁ, ମନୋଜ ପାତ୍ରଙ୍କ ସମେତ ଶତାଧିକ ଚାଷୀ ଯୋଗ ଦେଇଥିଲେ ।


Discover more from

Subscribe now to keep reading and get access to the full archive.

Continue reading