ବେଆଇନ ଇଟାଭାଟି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ


 

  •  ନିଶା କାରବାରଠୁ ବଳିଗଲାଣି ଇଟା ପୋଡି,ବାଲି ଚୋରି
  •  ପ୍ରଶାସନ-ରାଜନେତା-ବାଲିମାଫିଆଙ୍କ ମଧୁଚନ୍ଦ୍ରିକା
  • ବିଗୁଡୁଛି ଆଇନଶୃଙ୍ଖଳା ପରିସ୍ଥିତି

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ପୌରାଅଂଚଳରେ ବେଆଇନ ଭାବେ ଶତାଧିକ ଇଟାଭାଟି ଗଢି ଉଠି ଦୂଷିତ କଳା ଧୂଆଁରେ ପରିବେଶରେ ପ୍ରଦ୍ୟୁଷଣ ବଢ଼ୁଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି । ପରିବେଶବିଭାଗ ଓ ରାଜସ୍ୱବିଭାଗର ବିନା ମଞ୍ଜୁରୀରେ ଇଟାଭାଟି କରାଯାଇ ପାରିବନାହିଁ ବୋଲି ସରକାର ନିୟମ କରିଛନ୍ତି । କିନ୍ତୁ ଗୋଚର ଅନାବାଦୀ ନଦୀ ଓ ବିଭିନ୍ନ ସ୍ଥାନରେ ସରକାରଙ୍କ ଏହି ସବୁ କଟକଣାକୁ ଖୋଲାଖୋଲି ଭାବରେ ଉଲ୍ଲଘଂନ କରି ଭାଟି ମାଲିକମାନେ ଇଟା ତିଆରି କରି ପୋଡ଼ୁଥିବାରୁ ବିଭିନ୍ନ ମହଲରେ ତିବ୍ର ପ୍ରତିକ୍ରୀୟାପ୍ରକାଶ ପାଇଛି ।

ବୃଦ୍ଧିଜିବୀ ପ୍ରବିର ନାୟକ, ଆଇନଜିବୀ ପ୍ରମୋଦ ସାହୁ, ସାମାଜିକକର୍ମୀ କୃପାସିନ୍ଧୁ ନାୟକ, ଉପାନାୟକ, ଭାଜପାନେତା ଅମୁଲ୍‌୍ୟ ପରିଡା କୁହନ୍ତି,ପଟ୍ଟାମୁଣ୍ଡାଇ ସହର ଉପକଣ୍ଠର କଷଣଅଂଟା, ଅଳଭାର ବ୍ରାହ୍ମଣୀ ନଦୀ ତଟ, ମଟିଆ, ତାତନା ପୋତା ଗୋବରୀ କଡ , ଷଣ୍ଢପଲ୍ଲୀ ଆଦି ସ୍ଥାନରେ ବେଆଇନ ଭାବେ ମାଟିଇଟାଭାଟି ଗଢି ଉଠିଛି । ଏହାର ଧୂଆଁରେ ଅଚ୍ଛାଦିତ ହେଇଯାଉଛି ଆଖପାଖ ଅଂଚଳ । ବେଆଇନ ଭାବେ ଗଢି ଉଠିଥିବା ଇଟା ଭାଟିରେ ଲାଗୁଥିବା ମାଟି ବାଲିକୁ ବ୍ରାହ୍ମଣୀ ନଦୀରୁ ଚୋରାରେ ସଂଗ୍ରହ କରାଯାଉଥିବା ବେଳେ ଭାଟି ପୋଡାବା ପାଇଁ କାଠ କୋଇଲା ମଧ୍ୟ ବେଆଇନରେ ସଂଗ୍ରହ କରାଯାଉଛି । ନଦୀ ପଠାରେ ଥିବା ମାଟି ଉଠୁଥିବାରୁ ନଦୀ ଶଯ୍ୟା ବଢ଼ିବା ସହିତ ନଦୀକୂଳ ଖାଇ ସଂନିକଟ ଗ୍ରାମର କ୍ଷତି ହେବା ସମ୍ଭାବନା ଦେଖାଦେଇଛି । ସେହିପରି ବେଆଇନ ଭାବେ ବଡ ବଡ ଗଛ କଟାଯାଇ ଭାଟି ପୋଡା ଯାଉଥିବାରୁ ବର୍ତମାନ ସମୟରେ ଜଙ୍ଗଲ ଅବକ୍ଷୟ ବଢ଼ିବାରେ ଲାଗିଛି ।ମୁଖ୍ୟତଃ ନିଳକଣ୍ଠପୁର ନଦୀ ପଠାରୁ ବେଆଇନ ଭାବେ ବାଲି ଚୋରାଚାଲାଣ ପଛରେ ଜୈନିକ ସରକାରୀ ରଜନୈତିକ ବଡକର୍ମୀ ରହି ଏହି କାରବାରର ପୁରଧା ସାଜି ରାତାରାତି ବାଲି ଚୋରା କାରବାର ଚଲାଇ ଆସୁଥିବା ବେଳେ ଏହା ବିରୋଧରେ କିଏ ମୂହଁ ଖୋଲିଲେ ନାଲିଆଖି ଦେଖାଇବାରେ ଲାଗିଥିବା ସାଧାରଣରେ ଅଭିଯୋଗ ହୋଇଛି । ଅବୈଧ ନିଶା କାରବାର ଭଳି କୋଟି କୋଟି ଟଙ୍କାର ବେଆଇନ୍ ବାଲି ଚାଲାଣ ରାଜସ୍ୱ ବିଭାଗର ନିଦ ହଜାଇ ଦେଇଛି । ପ୍ରଶାସନ-ରାଜନେତା ଓ ବାଲିମାଫିଆଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଅଧିକାଂଶ ସମୟରେ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜୁଛି । ବ୍ରାହ୍ମଣୀ ନଦୀ ବାଲି ଉତ୍ସରୁ ଟ୍ରକ, ଟ୍ରାକ୍ଟରରେ ବୋହି ନେଇ ବେଆଇନ ଇଟାଭାଟିକୁ ସପ୍ଲ।।ଇକରାଯାଉଛି । ଫଳରେ ବର୍ଷ କେଇଟାରେ ବାଲି ମାଫିଆ ଓ ଇଟା ମାଫିଆ ବିତଶାଳୀ ହେବା ସାଙ୍ଗକୁ କୋଟି କୋଟି ଟଙ୍କାର ସରକାରୀ ରାଜସ୍ୱ ହାତଉଛନ୍ତି । ଏହି ବେଆଇନ୍ କାରବାରକୁ ନେଇ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଉଛି ବୋଲି ମତ ପ୍ରକାଶ ପାଉଛି ।

ପରିବେଶବିତ ବିଭୁତି ମହାପାତ୍ର କୁହନ୍ତି ସରକାରଙ୍କ ବିଭିନ୍ନ ଯୋଜନାରେ ଜଙ୍ଗଲ ସୃଷ୍ଟି କରାଯାଉଥିବା ବେଳେ କେତେକ କାଠବେପାରୀ ଜଙ୍ଗଲ ଅବକ୍ଷୟରେ ଲାଗିପଡି ଇଟାଭାଟି ମାଲିକଙ୍କୁ କାଠ ସପ୍ଲାଇ କରୁଛନ୍ତି । ସରକାରଙ୍କ ପକ୍ଷରୁ ବ୍ୟାଙ୍କ ସହାୟତାରେ ପାଉଁଶ ଇଟା କାରଖାନା ବସାଇ ବେକାରୀ ସମସ୍ୟା ଦୂରୀଭୂତ କରିବା ସହିତ ପରିବେଶ ପ୍ରଦ୍ୟୁଷଣ ରୋକିବା ସକାଶେ ଚେଷ୍ଟା କରାଯାଉଛି । ଏହି ମାଟିଇଟା ପ୍ରସ୍ତୁତ କରୁଥିବାରୁ ପାଉଁଶ ଇଟା କାରଖାନା ଯୁବବ୍ୟବସାୟୀ ମାନେ ଇଟା ବିକ୍ରି କରିନପାରି ବ୍ୟାଙ୍କରୁ ଆଣିଥିବା ଋଣ ପରିଶୋଧ କରିବା ଏବେ କଷ୍ଟକର ହୋଇପଡ଼ିଲାଣି । ଏପରି ଅଭିଯୋଗ ହୋଇଆସୁଥିବା ବେଳେ ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଉ ନଥିବାରୁ ମାଟିଇଟାଭାଟିର ମାଲିକ ମାନେ ବେଧଡ଼କ ଇଟା ପ୍ରସ୍ତୁତ କରିବା ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଗଲେ ପାଉଁଶଇଟା କାରଖାନାର ଯୁବମାଲିକମାନେ ଉପକୃତ ହେବା ସହିତ ଇଟାଭାଟି ଧୂଆଁରେ ଜନଜୀବନ ଅସ୍ତବ୍ୟସ୍ତରୁ ରକ୍ଷା କରିବା, ଜଙ୍ଗଲ ଅବକ୍ଷୟ ଓ ନଦୀପଠା ମୂତୀକାକ୍ଷୟ ରୋକାଯାଇ ପାରିବ ବୋଲି ସହରର ସଚେତନ ନାଗରିକ ମହଲରେ ଦୃଢ଼ ଦାବି ହୋଇଛି ବୋଲି ସେ କହିଛନ୍ତି । ଏନେଇ ପଟ୍ଟାମୁଣ୍ଡାଇ ତହସିଲଦାର ପଂଚାନନ ନାୟକ କୁହନ୍ତି ମାଇନିଂ ବିଭାଗ ଏହା ବୁଝୁଛନ୍ତି ।


Discover more from

Subscribe now to keep reading and get access to the full archive.

Continue reading