ପଟ୍ଟାମୁଣ୍ଡା ଅଞ୍ଚଳରେ କାଉ ମଡକ



କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ସଂସାରଫଳ ଗାଁରେ ବିଭିନ୍ନ ସ୍ଥାନରେ କାଉ ମରି ପଡିଥିବାର ଦେଖି ସ୍ଥାନୀୟ ଲୋକମାନଙ୍କ ଭିତରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଗାଁର ବିଭିନ୍ନ ସ୍ଥାନରେ କାଉ ମରିପଡିଥିବା ବେଳେ ଅନେକ କାଉ ଅର୍ଦ୍ଧମୃତ ଭାବେ ଇତସ୍ତତଃ ହୋଇ ବୁଲୁଥିବାର ଦେଖିବାକୁ ମିଳିଛନ୍ତି । କାଉ ମାନଙ୍କର ଏପରି ଆକଶ୍ମିକ ମୃତ୍ୟୁକୁ ଦେଖି ଗ୍ରାମବାସୀ ମାନଙ୍କ ମନରେ ନାନା ଆଶଙ୍କା ଦେଖା ଦେଇଛି । କେଉଁ ଅଜଣା ରୋଗରେ ମରିଛନ୍ତି ତାହାକୁ ନେଇ ଗ୍ରାମବାସୀଙ୍କ ମନରେ ସଂଦେହ ସୃଷ୍ଟି ହୋଇଛିି । ଏହି ସମୟରେ ଭିତରକନିକାରେ ବିଦେଶାଗତ ପକ୍ଷୀ ଲକ୍ଷାଧିକ ସଂଖ୍ୟାରେ ଭିଡ ଜମାଇଥିବାରୁ ବାର୍ଡ ଫ୍ଲୁ ହୋଇ ଏହା କୁକୁଡା ମାନଙ୍କୁ ବ୍ୟାପିବାର ଆଶଙ୍କା ରହିଛି । କୁକୁଡା ମାଂସ ପ୍ରତି ଭୟ ସୃଷ୍ଟି ହେବାରେ ଲାଗିଛି । ତୁରନ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସା ବିଭାଗ ଏହି ଅଘଟଣରେ ଅନୁସନ୍ଧାନ କରି କାଉମଡକ ସମ୍ପର୍କରେ ଜନସାଧାରଣଙ୍କୁ ସ୍ପଷ୍ଟ ସୁଚନା ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।


Discover more from

Subscribe now to keep reading and get access to the full archive.

Continue reading