ପଟ୍ଟାମୁଣ୍ଡାଇ କଲେଜରେ ନୂଆ-ଓ ସାହିତ୍ୟ ପ୍ରତିଯୋଗିତା



କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଡିଗ୍ରୀ କଲେଜ ଓ ପଟ୍ଟାମୁଣ୍ଡାଇ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ମିଳିତ ଭାବେ ନୂଆ-ଓ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧକ୍ଷ ପ୍ରଫେସର ଦିଲ୍ଲୀପ କୁମାର ଭୂୟାଁଙ୍କ ପୌରହିତ୍ୟରେ ଆୟୋଜିତ ବର୍ଣ୍ଣାଢ୍ୟ ଉତ୍ସବରେ ପଟ୍ଟାମୁଣ୍ଡାଇ ପୌର ପରିଷଦ ଅଧକ୍ଷ ହେମନ୍ତ କୁମାର ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ ନୂଆ -ଓ ସାହିତ୍ୟ ପ୍ରତିଯୋଗିତା ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ନୂଆ -ଓ ସାହିତ୍ୟ ପ୍ରତିଯୋଗିତା ନୋଡାଲ ଅଫିସର ପ୍ରାଧ୍ୟାପକ ପ୍ରମୋଦ ସ୍ୱାଇଁ ରାଜ୍ୟ ସରକାରଙ୍କ ନୂଆ -ଓ କାର୍ଯ୍ୟକ୍ରମର ତାତ୍ପର୍ଯ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ପ୍ରାଧ୍ୟାପକ ଡ଼ ରମେଶ କୁମାର ସାହୁ, ପ୍ରାଧ୍ୟାପକ ଡ଼ ଦୁଃଶାସନ ପରିଡା, ପ୍ରାଧ୍ୟାପକ ଅମୀୟ ଦାସ,କ୍ୟାପଟେନ ମନୋଜ ପରିଡା, ପ୍ରାଧ୍ୟାପକ ବୈକୁଣ୍ଠ ରାଉଳ,ଅଧ୍ୟାପକ ଆଲୋକ ସାହୁ, ଅଧ୍ୟାପକ ସୁଭାଶିଷ ମିଶ୍ର, ଅଧ୍ୟାପକ ସରୋଜ ନାୟକ ଓ ଅଧ୍ୟାପକ ଜିତେନ୍ଦ୍ର ମଲ୍ଲିକ ପ୍ରମୁଖ ଭାଷଣ ଦେଇଥିଲେ ।  ପ୍ରାଧ୍ୟାପକ ଅମୀୟ ଦାସ ଅତିଥିପରିଚୟ ପ୍ରଦାନ କରିଥିଲେ । ଶେଷରେ ପ୍ରାଧ୍ୟାପକ ସର୍ବେଶ୍ୱର ସାହୁ ଧନ୍ୟବାଦ ଦେଇଥିଲେ ।  ଏହି କାର୍ଯ୍ୟକ୍ରମକୁ ଅଧ୍ୟାପକ ଅମିତ କୁମାର ସାହୁ,ଅଧ୍ୟାପିକା ଲଷ୍ମୀପ୍ରିୟା ପାତ୍ର ଓ ନିବେଦିତା ପ୍ରଧାନ ପରିଚାଳନା କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading