ରେସୱା ଅନ୍ତେବାସୀଙ୍କୁ ଟ୍ରଷ୍ଟ ପକ୍ଷରୁ କମ୍ବଳ ବଣ୍ଟନ


କେନ୍ଦ୍ରାପଡ଼ା ୧୨ା୧: ରାଜ୍ୟର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ବାଞ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ରେସ୍‌ୱା ଅନ୍ତେବାସୀଙ୍କୁ ଆଜି କମ୍ବଳ ବଣ୍ଟନ କରାଯାଇଛି । ଟ୍ରଷ୍ଟର ମୁଖ୍ୟ ପୃଷ୍ଠପୋଷକ ଆମେରିକାସ୍ଥିତ ଆଲାସ୍କା ବିଶ୍ୱବିଦ୍ୟାଳୟର ଏମିରଟସ୍ ପ୍ରଫେସର ଡଃ ଦେବେନ୍ଦ୍ର କୁମାର ଦାସ ଗରାପୁର ସ୍ଥିତ ରେସ୍‌ୱା ସ୍ୱାଧାର ଗୃହରେ ପହଞ୍ôଚ ଅନ୍ତେବାସୀମାନଙ୍କୁ କମ୍ବଳ ବଣ୍ଟନ କରିବା ସହିତ ପିଲାମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଠନ ଦିଗରେ ବହୁ ଉପାଦେୟ ପରାମର୍ଶ ଦେଇଥିଲେ । ରେସ୍‌ୱାର ନେିର୍ଦ୍ଦେଶକ ସେକ୍ ଲିୟାକତ୍ ହୋସେନ୍‌ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମାଜସେବୀ ନଳିନୀ ବିହାରୀ ମହାନ୍ତି, ପରିଚାରିକା ମିନତୀ ମହାରଣା ଓ ଜିଲ୍ଲା ପ୍ରତିଭା ପୂଜା ସଂସଦ ସଭାପତି ପ୍ରଦୀପ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଅମିତ୍ ରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading