ଅନନ୍ତ ସ୍ୱାଇଁ ଥିଲେ ଟାଣୁଆ ସଂଗଠକ ଓ ଦରଦୀ ନେତା: କଂଗ୍ରେସ



କେନ୍ଦ୍ରାପଡ଼ା ୧୪/୧- କେନ୍ଦ୍ରାପଡା ବ୍ଲକ ଓ ନଗର କଂଗ୍ରେସ ତରଫରୁ ଆଜି ଗରାପୁରସ୍ଥିତ କଂଗ୍ରେସ କାର୍ଯ୍ୟାଳୟଠାରେ କଂଗ୍ରେସ ନେତା ତଥା ବ୍ଲକ କିଷାନ କଂଗ୍ରେସ ସଭାପତି ଅନନ୍ତ କୁମାର ସ୍ୱାଇଁଙ୍କ ଉଦ୍ଦେଶ୍ୟରେ ଏକ ସ୍ମୃତିଚାରଣ ସଭା ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଦିବଂଗତ ନେତାଙ୍କ ଫଟୋଚିତ୍ରରେ ପ୍ରଥମେ ପୁଷ୍ପାଞ୍ଜଳି ଅର୍ପଣ କରିବା ପରେ ଆତ୍ମାର ସଦ୍‌ଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଥିଲା । ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ସ୍ୱର୍ଗତ ଶ୍ରୀ ସ୍ୱାଇଁଙ୍କୁ ଜଣେ କର୍ମଠ, କର୍ତ୍ତବ୍ୟନିଷ୍ଠ ତଥା ଦରଦୀ ମଣିଷ ଭାବରେ ବର୍ଣ୍ଣନା କରିଥିଲେ । ତାଙ୍କ ବିୟୋଗରେ କଂଗ୍ରେସ ଜଣେ ଟାଣୁଆ ସଂଗଠକଙ୍କୁ ହରାଇଲା ବୋଲି ସେ କହିଥିଲେ । ପରୋପକାର ତାଙ୍କର ବ୍ରତ ଥିଲା ଓ ଲାଭ ଓ ଲୋଭର ଉର୍ଦ୍ଧ୍ୱରେ ରହି ଲୋକ ସେବାରେ ନିଜକୁ ସେ ସମର୍ପିତ କରିଥିଲେ ବୋଲି ଶ୍ରୀ ବେହେରା ତାଙ୍କ ବକ୍ତବ୍ୟରେ ଉଲ୍ଲେଖ କରିଥିଲେ । ଏହି ଶ୍ରଦ୍ଧାଞ୍ଜଳି ସଭାରେ ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେଉରା, ବରିଷ୍ଠ କଂଗ୍ରେସ ନେତା ତଥା ଆଇନଜୀବୀ ଧରଣୀଧର ସୁଆର, ବରିଷ୍ଠ ନେତା ମହେନ୍ଦ୍ର ପରିଡା, ପୂର୍ବତନ ସରପଞ୍ଚ ତଥା କୃଷି ସମବାୟ ସମିତି ସଭାପତି ପ୍ରଦ୍ୟୁମ୍ନ ଜେନା, ଜିଲ୍ଲା କିଷାନ କଂଗ୍ରେସ ସଭାପତି ନାରାୟଣ ଚନ୍ଦ୍ର ପରିଡା, ଜିଲ୍ଲା ଯୁବ କଂଗ୍ରେସ ଉପସଭାପତି ହିମାଂଶୁ ବେହେରା, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ପରଭେଜ ଅଖତର, କପାଳେଶ୍ୱର ପଞ୍ଚାୟତ କଂଗ୍ରେସ ସଭାପତି ବ୍ରହ୍ମାନନ୍ଦ ଭଦ୍ର, ପୂର୍ବତନ ପିସିସି ସମ୍ପାଦକ ମୁକ୍ତାର ଖାଁ, ପୁରୁଷୋତ୍ତମପୁର ପଞ୍ଚାୟତ କଂଗ୍ରେସ ସବାପତି ବିଚିତ୍ର ଲେଙ୍କା, ଯୁବନେତା ସୁରେନ୍ଦ୍ର ସ୍ୱାଇଁ, ପୂର୍ବତନ ସମିତି ସଭ୍ୟ ଲକ୍ଷ୍ମୀଧର ପଲାଇ, ସାମ୍ବାଦିକ ନିରଞ୍ଜନ ପରିଡା, ଯୁବନେତା ଜ୍ଞାନରଞ୍ଜନ ସାହୁ, ଅର୍ବାନ ବ୍ୟାଙ୍କ ଡାଇରେକ୍ଟର ସିଦ୍ଧାର୍ଥ ଜେନା, ବରିଷ୍ଠ କଂଗ୍ରେସ ନେତା ଗଣେଶ ମେକାପ, ବ୍ଲକ କଂଗ୍ରେସ ସଭାପତି ଚିତ୍ରସେନ ପରିଡା ଓ ନଗର କଂଗ୍ରେସ ସଭାପତି ରାଜେଶ ମହାନ୍ତି ଶ୍ରଦ୍ଧାଞ୍ଜଳି ଅର୍ପଣ କରି ସ୍ୱର୍ଗତ ସ୍ୱାଇଁଙ୍କ ବିୟୋଗରେ କଂଗ୍ରେସ ଜଣେ ନିଷ୍ଠାପର କର୍ମୀଙ୍କୁ ହରାଇବା ସହ ଆମେମାନେ ଜଣେ ଦରଦୀ ବନ୍ଧୁଙ୍କୁ ହରାଇଲୁ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ରଘୁନାଥ ମହାନ୍ତି, ରଞ୍ଜିତ୍ ରାଉତ, ଗତାନୁଗତ ବିଶ୍ୱାଳ, ଏମ୍ ଖାନ୍‌, ସୟଦ ଇସ୍ମାଇଲ୍ ଓ ବରିଷ୍ଠ କଂଗ୍ରେସ ନେତା ପ୍ରତାପ ଜେନା ଉପସ୍ଥିତ ରହି ଶ୍ରଦ୍ଧା ଅର୍ପଣ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading