ଶ୍ରୀଜଗନ୍ନାଥଙ୍କ ଭାବର ପୁଲକରେ ପୁଲକିତ ତୁଳସୀକ୍ଷେତ୍ର


କେନ୍ଦ୍ରାପଡ଼ା, ତା ୧୪/୦୧: ଭାବର ପୁଲକରେ ପୁଲକିତ ହୋଇଛନ୍ତି ତୁଳସୀକ୍ଷେତ୍ରର ଶ୍ରଦ୍ଧୁଳୁ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଭବ୍ୟ ଓ ଦିବ୍ୟ କରିବା ନିମନ୍ତେ ଶ୍ରଦ୍ଧାର ସହ ଅକ୍ଷତ (ଅରୁଆ ଚାଉଳ) ଓ ଗୁଆ କେନ୍ଦ୍ରାପଡ଼ାବାସୀ ସମର୍ପି ଦେଉଛନ୍ତି । ‘ଅର୍ପଣ ରଥ’କୁ ସ୍ୱାଗତ କରିବା ପାଇଁ ଗାଁ ଦାଣ୍ଡକୁ ମୁରୁଜ ଓ ଚିତା ପକାଇ ସଜାଇ ରଖିଛନ୍ତି । ହରିବୋଲ, ହୁଳହୁଳି ସାଙ୍ଗକୁ ସଂକୀର୍ତନ, ଘଂଟଘଂଟା, ଶଙ୍ଖ ଧ୍ୱନି, ଜୟ ଜଗନ୍ନାଥ ଶବ୍ଦରେ ସମଗ୍ର ଜିଲ୍ଲାରେ ସୃଷ୍ଟି ହୋଇଛି ଏକ ଭାବ ଭକ୍ତିର ପରିବେଶ ।


ଆଜି ଆଳି ବ୍ଲକ୍‌ର ଜୁଆଣିଆ, ବଡ଼ାମ୍ବିଳା, ସଂସିଧା, ପାଳିମି ଗ୍ରାମ ପଂଚାୟତ ଭ୍ରମଣ କରିସାରିଛି ‘ଅର୍ପଣ ରଥ ।’ ସେହିପରି ଆଳି ବ୍ଲକ୍‌ର ଦେସାହି, ପତ୍ରପୁର, ବାଟିପଡ଼ା, ମାଣିକପାଟଣା, ସାନମଙ୍ଗ, ଗୋବିନ୍ଦପୁର, ଏରଡଙ୍ଗା, ଦଶିପୁର, ଏକମାଣିଆ, କଳସପୁର, ଅରଗଳ, ମହୁ ଗ୍ରାମ ପଂଚାୟତରେ ‘ଅର୍ପଣ ରଥ’ ଭ୍ରମଣ ଶେଷହୋଇଛି । ସେହିପରି କେନ୍ଦ୍ରାପଡ଼ା ବ୍ଲକ୍‌ର ଆୟବା, ଭାଗବତପୁର, ଢୋଲ, ନିକିରେଇ, ଘାଗରା ଗ୍ରାମପଂଚାୟତରେ ଆଜି ଭ୍ରମଣ କରିଛି ‘ଅର୍ପଣ ରଥ ।’ ସେହିପରି ପଟ୍ଟାମୁଣ୍ଡାଇ ବ୍ଲକ୍‌ର ନୀଳକଣ୍ଠପୁର, ଅଣ୍ଡରା, ଦିହୁଡ଼ିପୁର, ଦୋସିଆ, ଡିହାପଡ଼ା, ସାନଝରିଆ, ସଂସାରଫଳ ଗ୍ରାମ ପଂଚାୟତରେ ଆଜି ଗଡ଼ିଛି ‘ଅର୍ପଣ ରଥ ।’ ଅର୍ପଣ ରଥ ସହ ରାଜନଗରର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଧ୍ରୁବ ସାହୁ, ପଟ୍ଟାମୁଣ୍ଡାଇ ଚେୟାର୍‌ମ୍ୟାନ୍ ପ୍ରଦ୍ୟୁମ୍ନ ସାମନ୍ତରାୟ ଭ୍ରମଣ କରିଥିଲେ । ଆଜି ରାଜକନିକା ବ୍ଲକ୍‌ର ତୈଲୋକ୍ୟପୁର, କୋରନ୍ଦ, କଂଟପଡ଼ା, ବରୁଣାଡିହା, ପି.ହାବଳିଗଣ୍ଡ, ବଳରାମପୁର, ଜାଗୁଳେଇପଡ଼ା, ଗ୍ରାମ ପଂଚାୟତରେ ‘ଅର୍ପଣ ରଥ’ ପହଂଚିଥିଲା । ଏହା ସହ ରାଜକନିକାର ସମସ୍ତ ଗ୍ରାମ ପଂଚାୟତ ପରିକ୍ରମା କରିଛି ‘ଅର୍ପଣ ରଥ ।’ ଡେରାବିଶ ବ୍ଲକର ବାଲିଆ, ମୁକୁନ୍ଦପୁର, ଲକ୍ଷ୍ମୀନାରାୟଣପୁର, ଦାନପୁର, କଉପଦା ଆଦି ଗ୍ରାମ ପଂଚାୟତ ଭ୍ରମଣ କରିସାରିଛି ‘ଅର୍ପଣ ରଥ ।’ ସୂଚନାଯୋଗ୍ୟ ଯେ, ସଂଗ୍ରହ କରାଯାଇଥିବା ଅକ୍ଷତ ଓ ଗୁଆ ଏକ ସ୍ୱତନ୍ତ୍ର ଗାଡ଼ି ଯୋଗେ ଶ୍ରୀକ୍ଷେତ୍ର ପୁରୀକୁ ନିଆଯିବ । ଚଳିତ ମାସ ୧୭ ତାରିଖ ଦିନ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଭବ୍ୟ ଲୋକାର୍ପଣ ଉତ୍ସବ ପୂର୍ବରୁ ଏହି ଅକ୍ଷତ ଓ ଗୁଆ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସମର୍ପଣ କରାଯିବ ।


Next Post

ବେସରକାରୀ ସ୍କୁଲ ସଙ୍ଘ କରିବ ତ୍ରୀରଙ୍ଗା ଯାତ୍ରା

Sun Jan 14 , 2024
କେନ୍ଦ୍ରାପଡ଼ା ୧୪ା୧: ଜିଲ୍ଲା ବେସରକାରୀ ସ୍କୁଲ ସଙ୍ଘର ସାଧାରଣ ପରିଷଦ ବୈଠକ ଗୋପସ୍ଥିତ ସେଣ୍ଟଜାଭିଅର ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଙ୍ଘର ସଭାପତି ନିରଞ୍ଜନ ବେହେରାଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ସଭାରେ ଶିକ୍ଷା ଅଧିକାର ଆଇନ ଆଧାରରେ ବେସରକାରୀ ସ୍କୁଲର ଛାତ୍ରଛାତ୍ରୀଙ୍କୁ ଓ ସରକାରୀ ସ୍କୁଲର ଛାତ୍ରଛାତ୍ରୀଙ୍କୁ ମିଳୁଥିବା ସମସ୍ତ ସୁବିଧା ଯୋଗାଇଦେବା, ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳା ପାଇଁ ସୁଯୋଗ ଦେବା, ସିଇଓଆର ବ୍ୟବସ୍ଥାରେ ସରଳୀ କରଣ […]

KANIKA