ପଟ୍ଟାମୁଣ୍ଡାଇ କଲେଜ ଓଡ଼ିଆ ବିଭାଗ ଆଲୋଚନାଚକ୍ର



କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ କଲେଜ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ଭାବ ଓ ଭାଷାର ସମ୍ରାଟ ସୁରେନ୍ଦ୍ର ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଓଡ଼ିଆ ଭାଷା ସାହିତ୍ୟ ବିଭାଗ ମୁଖ୍ୟ ଡ଼ ପ୍ରେମଲତା ରାଉତଙ୍କ ପୌରହିତ୍ୟରେ ଆୟୋଜିତ ଆଲୋଚନାଚକ୍ରରେ ବିଷୟ ବିଶାରଦ ଭାବେ ପ୍ରାକ୍ତନ ପ୍ରାଧ୍ୟାପକ ଡ଼ ସର୍ବେଶ୍ୱର ସେଣ ଯୋଗ ଦେଇ ବିଷୟ ଭିତ୍ତିକ ଆଲୋଚନା କରିଥିଲେ । ଡ଼ ରାଉତ ସ୍ୱାଗତ ଭାଷଣ ଦେଇ ବିଷୟ ଭିତ୍ତିକ ତଥ୍ୟ ଉପସ୍ଥାପନ କରିଥିଲେ । ପ୍ରାଧ୍ୟାପକ ପ୍ରମୋଦ ସ୍ୱାଇଁ ଅତିଥି ପରିଚୟ ପ୍ରଦାନ କରିଥିଲେ । ଶେଷରେ ତୃତୀୟ ବର୍ଷ ଛାତ୍ରୀ ନମିତା ପାଢ଼ୀ ଧନ୍ୟବାଦ ଦେଇଥିଲେ । ଅଧ୍ୟାପିକା ଡ଼ ଲଷ୍ମୀପ୍ରିୟା ପାତ୍ର ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏଥିରେ ସମସ୍ତ ଅଧ୍ୟାପକ ଅଧ୍ୟାପିକା କର୍ମଚାରୀ ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।


Next Post

ଅଙ୍ଗନବାଡ଼ି କେନ୍ଦ୍ର ଉପରେ ମହଙ୍ଗା ମାଡ଼: ଅପପୁଷ୍ଟିର ମୁକାବିଲା ଯୋଜନା ବାଟବଣା

Tue Jan 16 , 2024
ଗୋଟା ଅଣ୍ଡା ୯ କିନ୍ତୁ ତରକାରି ପାଇଁ ମିଳୁଛି ୬, ଡାଲି ଦର ବାଧୁଛି ବିଗତ କିଛି ଦିନ ହେବ ଅଣ୍ଡା ଦର ହୁ ହୁ ହୋଇ ବଢି ଚାଲିବା ଡାଲି ଓ ପରିବା ଦର କ୍ରମାଗତ ଭାବରେ ବଢ଼ିଥିବାରୁ ଏହାର ସିଧାସଳଖ ପ୍ରଭାବ ପଡିଛି ସରକାରଙ୍କ ପକ୍ଷରୁ ଗର୍ଭବତୀ ମହିଳା ଓ ଶିଶୁଙ୍କ ଲାଗି କାର୍ଯ୍ୟକାରୀ କରାଯାଉଥିବା ପୃଷ୍ଟିକର ଖାଦ୍ୟ ପ୍ରଦାନ ଯୋଜନା ପରିଚାଳିତ କରୁଥିବା ଅଙ୍ଗନୱାଡି କେନ୍ଦ୍ର […]

KANIKA