ପୁରୀ ଶ୍ରୀକ୍ଷେତ୍ରରେ ହଜାର ହଜାର କୋଟି ଟଙ୍କା ବ୍ୟୟରେ ନବ ନିର୍ମିତ ଶ୍ରୀ ଜଗନ୍ନାଥ ପରିକ୍ରମା ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଲକ୍ଷ ଲକ୍ଷ ଭକ୍ତ ଠାକୁର ରାଜାଙ୍କ ଗହଣରେ ହରିବୋଲ ହୁଳହୁଳି ମଧ୍ୟରେ ଲୋକାର୍ପିତ କରିଛନ୍ତି । ଏହାର ସିଧା ପ୍ରସାରଣ ପାଇଁ ପଟ୍ଟାମୁଣ୍ଡାଇ ପୌର ପ୍ରଶାସନ ପକ୍ଷରୁ ପଟ୍ଟାମୁଣ୍ଡାଇ ଶ୍ରୀରାମ ମନ୍ଦିର ପ୍ରାଙ୍ଗଣରେ ଏକ ଭବ୍ୟ ସମାରୋହ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଶ୍ରୀକ୍ଷେତ୍ର ପୁରୀ ଯାଇପାରିନଥିବା ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ମାନେ ଏହି ସମାରୋହରେ ସାମିଲ ହୋଇଥିଲେ । ପଟ୍ଟାମୁଣ୍ଡାଇ ପୌର ନିର୍ବାହୀ ଅଧିକାରୀ ଅଜିତ ନାରାୟଣ ଗିରିଙ୍କ ପୌରହିତ୍ୟରେ ଆୟୋଜିତ ଭବ୍ୟ ସମାରୋହରେ ପ୍ରସିଦ୍ଧ ସନ୍ଥ ସ୍ୱାମୀ ଅମୃତାନନ୍ଦ ମହାରାଜ ଉପସ୍ଥିତ ଭକ୍ତ ମାନଙ୍କୁ ଆଶୀର୍ବାଦ କରିଥିଲେ । ରାଜନଗର ବିଧାୟକ ଧ୍ରୁବ ସାହୁ ଯୋଗ ଦେଇ ଜୟ ଜଗନ୍ନାଥ ଧ୍ୱନିରେ ଉପସ୍ଥିତ ହଜାର ହଜାର ଭକ୍ତମାନଙ୍କୁ ତଲିନ କରିବା ପରେ ସମଗ୍ର ଅଂଚଳ ଜଗନ୍ନାଥମୟ ହୋଇପଡିଥିଲା । ପଟ୍ଟାମୁଣ୍ଡାଇ ପୌର ପରିଷଦ ଅଧ୍ୟକ୍ଷ ହେମନ୍ତ ସାହୁ ମଧ୍ୟ ଜୟ ଜଗନ୍ନାଥ ଧ୍ୱନି ଦେଇ ସମଗ୍ର ପରିବେଶକୁ ଭକ୍ତିମୟ କରି ଦେଇଥିଲେ । ଏହି ଭବ୍ୟ ସମାରୋହରେ ସମସ୍ତ କାଉନସିଲର ଯୋଗ ଦେଇ ସମବେତ ଭକ୍ତମାନଙ୍କୁ ଉତ୍ସାହିତ କରିଥିଲେ । ଏଇ ଅବସରରେ ବହୁ ପ୍ରତିଷ୍ଠିତ କଳାକାର ଭକ୍ତି ସଂଗୀତ ଓ ଓଡିଶୀ ଭକ୍ତି ନୃତ୍ୟ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ପଟ୍ଟାମୁଣ୍ଡାଇ ପୌର ପରିଷଦର ବିଭିନ୍ନ ୱାର୍ଡର କାଉନସିଲର ସମେତ ୫ ହଜାର ଭକ୍ତମଣ୍ଡଳୀ ଯୋଗ ଦେଇଥିଲେ ।
ସେହିପରି ପଟ୍ଟାମୁଣ୍ଡାଇ ବିଡ଼ିଓ ଶୁଭ୍ରାଂଶୁ ସାହୁଙ୍କ ପୌରହିତ୍ୟରେ ଆୟୋଜିତ ଭବ୍ୟ ସମାରୋହରେ ରାଜନଗର ବିଧାୟକ ଧ୍ରୁବ ସାହୁ ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ଜୟ ଜଗନ୍ନାଥ ଧ୍ୱନି ଦେଇ ସମଗ୍ର ପରିବେଶକୁ ଭକ୍ତିମୟ କରି ଦେଇଥିଲେ । ଏହି ଭବ୍ୟ ସମାରୋହରେ ପଟ୍ଟାମୁଣ୍ଡାଇ ବ୍ଲକ ଉପାଧ୍ୟକ୍ଷା ଜୟନ୍ତୀ ସ୍ୱାଇଁ, ଜିଲ୍ଲାପରିଷଦ ସଦସ୍ୟା ପ୍ରିୟଦର୍ଶନୀ ତରାଇ, ବି ଏସ ଏସ ଓ ଅନନ୍ତ କିଶୋର ବିଶ୍ୱାଳ ପ୍ରମୁଖ ଯୋଗ ଦେଇ ସମବେତ ଭକ୍ତମାନଙ୍କୁ ଉତ୍ସାହିତ କରିଥିଲେ । ଭାବଗ୍ରାହୀ କଳା ନିକେତନ ସଭାପତି ସଙ୍ଗୀତଜ୍ଞ ବିମଳ ପରିଡାଙ୍କ ନେତୃତ୍ୱରେ କଳାକାରମାନେ ଭକ୍ତି ସଂଗୀତ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ପଟ୍ଟାମୁଣ୍ଡାଇ ବ୍ଲକର ୩୧ ପଂଚାୟତର ସରପଂଚ ସମିତିସଭ୍ୟ, ପିଇଓ,ଜିଆରଏସ ସମେତ ବହୁ ଭକ୍ତମଣ୍ଡଳୀ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ କୁ ପ୍ରଭୁ ଧବଳେଶ୍ୱର ବରାଳ, ମାନସ ନନ୍ଦ ଶ୍ରୀଚରଣ ବାରିକ ପରିଚାଳନା କରିଥିଲେ ।