ମା’ ସମଲେଶ୍ୱରୀ ମନ୍ଦିରରେ ଭବ୍ୟ ଲୋକାର୍ପଣ ଉତ୍ସବ ପାଇଁ ନିମନ୍ତ୍ରଣ



କେନ୍ଦ୍ରାପଡ଼ା, ୧୮ା୧: ମା’ ସମଲେଶ୍ୱରୀ ମନ୍ଦିରର ଭବ୍ୟ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେବ ଚଳିତ ଜାନୁଆରୀ ୨୭ ତାରିଖରେ । ଏହି ଉତ୍ସବକୁ ଭବ୍ୟ ଓ ଦିବ୍ୟ କରିବା ନିମନ୍ତେ ଦେଶର ବିଭିନ୍ନ ଶକ୍ତି ପୀଠ ସହ ରାଜ୍ୟର ସମସ୍ତ ଜିଲ୍ଲାର ବିଭିନ୍ନ ମନ୍ଦିରକୁ ନିମନ୍ତ୍ରଣ କରାଯାଉଛି । ଏହି କ୍ରମରେ ଆଜି ଏକ ପ୍ରତିନିଧି ଦଳ କେନ୍ଦ୍ରାପଡ଼ା ଗସ୍ତ କରି ମା’ ଗୋଜବାୟାଣୀ ମନ୍ଦିରକୁ ନିମନ୍ତ୍ରଣ ପ୍ରଦାନ କରିଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ପୀତାମ୍ବର ସାମଲ, ଜିଲ୍ଲା ସଂସ୍କୃତି ଅଧିକାରୀ ସନ୍ତୋଷ କୁମାର ସାହୁ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଆଲୋକ କୁମାର ମହାନ୍ତି ପ୍ରମୁଖ ସେମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇଥିଲେ । ପୁରୁଣା ବସଷ୍ଟାଣ୍ଡ ନିକଟରୁ ସେମାନଙ୍କୁ ସଂକୀର୍ତନ, ହରିବୋଲ, ହୁଳହୁଳି ଭିତରେ ପାଛୋଟି ଅଣାଯାଇଥିଲା । ସୁନ୍ଦର ମୁରୁଜ ପକାଯିବା ସହ ଶୁଭକଳସ ବସାଇ ସେମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଶୁଭକାମନା ଜ୍ଞାପନ କରାଯାଇଥିଲା । ଅକ୍ଷତ, ଦୁବ, ‘ୁଲ, ଚନ୍ଦନ ଦିଆଯାଇ ସସମ୍ମାନେ ସେମାନଙ୍କୁ ପାଛୋଟି ନିଆଯାଇଥିଲା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍‌ଭାବନା ସଭାଗୃହକୁ । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାମଲଙ୍କ ଅଧ୍ୟକ୍ଷତାରେ ସଦ୍‌ଭାବନା ସଭାଗୃହରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ସେଥିରେ ଗୋଜବାୟାଣୀ ମନ୍ଦିରର ଟ୍ରଷ୍ଟିଙ୍କ ଉପସ୍ଥିତିରେ ନିମନ୍ତ୍ରଣ ଗ୍ରହଣ କରାଯାଇଥିଲା । ସମ୍ବଲପୁରରୁ ଆସିଥିବା ଏହି ପ୍ରତିନିଧି ମଣ୍ଡଳୀରେ ପୂଜକ ସଂକୀର୍ତନ ରାୟ, ଟ୍ରଷ୍ଟି ସନ୍ତୋଷ ପୃଷ୍ଟି, ସମ୍ବଲପୁର ଜିଲ୍ଲା ସଂସ୍କୃତି ଅଧିକାରୀ ‘କୀର ମୋହନ ମାଝି ପ୍ରମୁଖ ଅଛନ୍ତି ।


Discover more from

Subscribe now to keep reading and get access to the full archive.

Continue reading