ପଟ୍ଟାମୁଣ୍ଡାଇ କଲେଜରେ ବିଭିନ୍ନ ବିଭାଗ ଆଲୋଚନାଚକ୍ର ସହ ବାଳିକା ଆତ୍ମସୁରକ୍ଷା ଶିବିର


ପଟ୍ଟାମୁଣ୍ଡାଇ କଲେଜ ପ୍ରାଣୀବିଜ୍ଞାନ ଆଲୋଚନାଚକ୍ର


ପଟ୍ଟାମୁଣ୍ଡାଇ ତା ୧୮/୮-ପଟ୍ଟାମୁଣ୍ଡାଇ କଲେଜ ପ୍ରାଣୀ ବିଜ୍ଞାନ ବିଭାଗ ପକ୍ଷରୁ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁଙ୍କ ପୌରହିତ୍ୟରେ ପ୍ରାଣୀବିଜ୍ଞାନ ପ୍ରକୋଷ୍ଠରେ ଆୟୋଜିତ ଆଲୋଚନାଚକ୍ରରେ କେନ୍ଦ୍ରାପଡ଼ା ତୁଳସୀ ମହିଳା ମହାବିଦ୍ୟାଳୟ ବରିଷ୍ଠ ପ୍ରଧ୍ୟାପିକା ମଞ୍ଜୁଶ୍ରୀ ସ୍ୱାଇଁ ରି୍ସୋର୍ସ ପର୍ସନ ଭାବେ ଯୋଗ ଦେଇ ଟେରାଟୋଜେନେସିସ ଏବଂ ଏହାର କାରଣ ଓ ନିରାକରଣ ଉପରେ ବିଶଦ ଆଲୋଚନା କରିଥିଲେ । ପଟ୍ଟାମୁଣ୍ଡାଇ କଲେଜ ପ୍ରାଣୀବିଜ୍ଞାନ ବିଭାଗ ମୁଖ୍ୟଅଧ୍ୟାପିକା ସରୋଜିନୀ ମିଶ୍ର ସ୍ୱାଗତଭାଷଣ ଓ ଅତିଥିପରିଚୟ ପ୍ରଦାନ କରିଥିଲେ । ଏଥିରେ ପ୍ରାଣୀବିଜ୍ଞାନ ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ I ଶେଷରେ ଡେମନଷ୍ଟ୍ରେଟର ଗଣେଶ୍ୱର ଦାସ ଧନ୍ୟବାଦ ଦେଇଥିଲେ ।

ପଟ୍ଟାମୁଣ୍ଡାଇ କଲେଜ ପଦାର୍ଥବିଜ୍ଞାନ ଆଲୋଚନାଚକ୍ର


ପଟ୍ଟାମୁଣ୍ଡାଇ କଲେଜ ପଦାର୍ଥ ବିଜ୍ଞାନ ବିଭାଗ ପକ୍ଷରୁ ଆପେକ୍ଷିକ ତତ୍ୱ ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ କଲେଜ ପଦାର୍ଥ ବିଜ୍ଞାନ ବିଭାଗ ମୁଖ୍ୟ ଡ଼ ରମେଶ କୁମାର ସାହୁଙ୍କ ପୌରହିତ୍ୟରେ ଆୟୋଜିତ ଆଲୋଚନାଚକ୍ରରେ ମାର୍ଶାଘାଇ କଲେଜ ପଦାର୍ଥ ବିଜ୍ଞାନ ବିଭାଗ ପ୍ରାଧ୍ୟାପକ ଡ଼ ପ୍ରଭାତ ଲେଙ୍କା ରି୍ସୋର୍ସ ପର୍ସନ ଭାବେ ଯୋଗ ଦେଇ ବିଶ୍ୱ ବିଖ୍ୟାତ ବୈଜ୍ଞାନିକ ଆଇନଷ୍ଟାଇନଙ୍କ ଆପେକ୍ଷିକ ତତ୍ୱ ଉପରେ ବିଶଦ ଆଲୋଚନା କରିଥିଲେ । ପଦାର୍ଥ ବିଜ୍ଞାନ ପ୍ରାଧ୍ୟାପକ ବୈକୁଣ୍ଠ ରାଉଳ ସ୍ୱାଗତଭାଷଣ ଓ ଅତିଥିପରିଚୟ ପ୍ରଦାନ କରିଥିଲେ । +୩ଶେଷ ବର୍ଷ ଛାତ୍ର ସତ୍ୟପ୍ରକାଶ ଦାସ ଧନ୍ୟବାଦ ଦେଇଥିଲେ I ଏହି କାର୍ଯ୍ୟକ୍ରମକୁ ଅଧ୍ୟାପକ ଅମିତ କୁମାର ସାହୁ, ଡେମୋନଷ୍ଟ୍ରେଟର ସତ୍ୟବ୍ରତ ବିଶ୍ୱାଳ ଓ ପଦାର୍ଥ ବିଜ୍ଞାନ ଛାତ୍ରଛାତ୍ରୀମାନେ ପରିଚାଳନା କରିଥିଲେ ।

ପଟ୍ଟାମୁଣ୍ଡାଇ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ବାଳିକା ଆତ୍ମସୁରକ୍ଷା ଶିବିର


ପଟ୍ଟାମୁଣ୍ଡାଇ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ବାଳିକା ଆତ୍ମ ସୁରକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁ ଶିବିରକୁ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମ ସଂଯୋଜିକା ଅଧ୍ୟାପିକା ସୀମାଙ୍ଗିନୀ ଦାସ ଓ ସହସଂଯୋଜିକା ଅଧ୍ୟାପିକା ଶୁଭଲଷ୍ମୀ ପ୍ରଧାନଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ଅଧ୍ୟାପକ ପ୍ରଦ୍ୟୁମ୍ନ ପ୍ରଧାନ,ସରୋଜ ନାୟକ, ସୁଭାଶିଷ ମିଶ୍ର ଓ ଜିତେନ୍ଦ୍ର ମଲ୍ଲିକ ଯୋଗ ଦେଇ ବାଳିକା ଆତ୍ମ ସୁରକ୍ଷାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ବର୍ଷାଶ୍ରୀ ସ୍ୱାଇଁ, ସୌଦାମିନୀ ବେହୁରା, ସୁଜାତା ଦାସ, କୁନମୁନି ସାହୁ, ଲିପ୍ସାରାଣୀ ଖୁଣ୍ଟିଆ ଟ୍ରେନର ଭାବେ ଯୋଗ ଦେଇ ବାଳିକା ଆତ୍ମସୁରକ୍ଷା କୌଶଳ ଉପରେ ତାଲିମ ପ୍ରଦାନ କରିଥିଲେ । ଏଥିରେ ପଟ୍ଟାମୁଣ୍ଡାଇ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ବହୁ ଛାତ୍ରୀ ଯୋଗ ଦେଇ ତାଲିମ ଗ୍ରହଣ କରିଥିଲେ ।


Next Post

ବିରି ବଂଟନ ବେଳେ କୃଷି କର୍ମଚାରୀଙ୍କୁ ଧମକ , ଥାନାରେ ଏତଲା

Thu Jan 18 , 2024
କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ କୃଷି ବିଭାଗ ଭିଏଡବ୍ଲୁ ଦିପକ ସାମଲ କଖାରୁଣି ପଂଚାୟତରେ ବିରି ବଂଟନ କରୁଥିଲେ ।  ଓସଙ୍ଗରା ଗ୍ରାମର ରୁଦ୍ର ନାରାୟଣ ସାମନ୍ତରାୟ ତାଙ୍କୁ ବିରି ମାଗିବା ସହିତ ଧମକ ଦେଇଥିବା ନେଇ ଭିଏଡବ୍ଲୁ ଥାନାରେ ଅଭିଯୋଗ କରିଥିବା ବେଳେ ବିରି ବଂଟନରେ ଅନିୟମିତତାକୁ ନେଇ ସ୍ୱର ଉଠାଇବାରୁ ଭିଏଡବ୍ଲୁ ସାମଲ ଧମକଦେବା ସହ ଗାଳି ଗୁଲଜ କରିଥିବା ନେଇ ଅକ୍ଷୟ ମଲିକ ଥାନାରେ ଅଭିଯୋଗ କରିଛନ୍ତି […]

KANIKA