ନୃତ୍ୟରେ ସଫଳତା ହାସଲ କଲେ କେନ୍ଦ୍ରାପଡାର ନୃତ୍ୟ କଳାକାରମାନେ


 

କେନ୍ଦ୍ରାପଡ଼ା ୨୦/୧- କେନ୍ଦ୍ରାପଡାର ନୃତ୍ୟପ୍ରିୟା ଡ୍ୟାନ୍ସ ଏକାଡେମୀ, ଗୁରୁ ତପସ୍ୱିନୀ ନାୟକଙ୍କ ନେତୃତ୍ୱରେ କଟକର କୃଷି ଗବେଷଣା କେନ୍ଦ୍ର ଅଡିଟୋରିୟମରେ ଅନୁଷ୍ଠିତ ହେଉଥିବା ଆନ୍ତର୍ଜାତିକ ସମ୍ମିଳନୀରେ ସମ୍ବର୍ଦ୍ଧିତ ହୋଇଛନ୍ତି । ଏହି ଅନୁଷ୍ଠାନର କଳାକାରମାନେ ସମାରୋହରେ ବାରମାସୀ, ସମ୍ବଲପୁରୀ, ଲାଉଧୁଡୁକୀ ନୃତ୍ୟ ପରିବେଷଣ କରିଥିଲେ । ଏହି ଆନ୍ତର୍ଜାତୀୟ ସମ୍ମିଳନୀର ଉଦ୍‌ଘାଟନ ଦିବସରେ ଏହି ବାରଜଣିଆ ନୃତ୍ୟ ଦଳକୁ ଏକ ସ୍ୱର୍ଣ୍ଣାଭ ଉପାୟନଦ୍ୱାରା ସମ୍ବର୍ଦ୍ଧନା କରାଯାଇଥିଲା । ଦେଶ ବାହାରର ବିଶ୍ୱବିଦ୍ୟାଳୟରୁ ଆସିଥିବା ପ୍ରଫେସର, ଗବେଷକ, ନିର୍ଦ୍ଦେଶକ ଓ ଆମ ଦେଶର ବହୁ ବିଶ୍ୱବିଦ୍ୟାଳୟର ଭାଇସ୍ ଚାନ୍ସେଲର, କେନ୍ଦ୍ରୀୟ ଗବେଷକମାନେ ସେମାନଙ୍କ ନୃତ୍ୟ ପରିବେଷଣରେ ମୁଗ୍ଧ ହୋଇଯାଇଥିଲେ । ଅତିଥିମାନଙ୍କ ପ୍ରଶଂସାର କରତାଳି ଏବଂ ଅଭିମତ ପ୍ରାପ୍ତି ହୋଇଥିଲେ । ଏହି ଉକ୍ତ ନୃତ୍ୟ ଦଳରେ ରାକ୍ଷୀ ତ୍ରିପାଠୀ, ପୂର୍ଣ୍ଣିମା ତ୍ରିପାଠୀ, ଲକ୍ଷ୍ମୀପ୍ରିୟା ସ୍ୱାଇଁ, ମୈତ୍ରୀମିଲନ ମୁକ୍ତିସ୍ମିତା ଦାସ, ସୁପ୍ରଭା ମହାରଣା, ନିବେଦିତା ନାୟକ, ସିଲନ ଦାସ ପ୍ରମୁଖ ଭାଗ ନେଇଥିବା ବେଳେ ଅଭିରାମ ନାୟକ ଓ ପ୍ରଭାତ କୁମାର ସିଂହ ମଞ୍ଚ ପରିଚାଳନା କରିଥିଲେ । ଏହି ନୃତ୍ୟ ଦଳ ସୁଦୂର ପଶ୍ଚିମବଙ୍ଗର ଆଦ୍ରାଠାରେ ଓଡିଶୀ ନୃତ୍ୟ, ଆଦିଗୁରୁ ଶଙ୍କରାଚାର୍ଯ୍ୟଙ୍କ ମୋହ ମୁଦଗରପରିବେଷଣ କରି କେନ୍ଦ୍ରାପଡା ଜିଲ୍ଲାର ଗୌରବ ଆଣିଥିଲେ ।


Next Post

କିନ୍ନରମାନଙ୍କ ପକ୍ଷରୁ ବାହାରିବ ରାମରଥ

Sat Jan 20 , 2024
କେନ୍ଦ୍ରାପଡା ୨୦/୧: ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବ ପାଇଁ ସାମାଜିକ ସଂଗଠନ ‘ଜୟରାଷ୍ଟ୍ର’ ଓ କଜଳାସ୍ଥିତ କିନ୍ନର ସମାଜର ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜାନୁୟାରୀ ୨୨ତାରିଖରେ ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏହିଦିନ କିନ୍ନର ସମାଜ ପକ୍ଷରୁ ଏକ ଭବ୍ୟ ରାମରଥ ସହର ପରିକ୍ରମା କରିବା ନେଇ କାର୍ଯ୍ୟକ୍ରମ ସ୍ଥିର ହୋଇଛି । କିନ୍ନରମାନେ ଏହିଦିନ ସାତ୍ୱିକ […]

You May Like