ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ନେଇ କେନ୍ଦ୍ର ସରକାରଙ୍କ ପରାମର୍ଶ ଗଣମାଧ୍ୟମ ଭୁଲ ସୂଚନା ନ ଦେଉ



ନୂଆଦିଲ୍ଲୀ ୨୦/୧: ଜାନୁଆରୀ ୨୨ରେ ଅଯୋଧ୍ୟାରେ ହେବାକୁ ଥିବା ରାମ ମନ୍ଦିର କାର୍ଯ୍ୟକ୍ରମ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଅନ୍ୟପକ୍ଷରେ ଏ ସଂକ୍ରାନ୍ତରେ ଦାୟିତ୍ୱବାନ ହୋଇ ଖବର ପ୍ରକାଶ କରିବାକୁ ସରକାର କହିଛନ୍ତି । କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଏକ ଆଡଭାଇଜରି ଜାରି କରି ଗଣମାଧ୍ୟମ ସଂସ୍ଥା ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକୁ ରାମ ମନ୍ଦିର କାର୍ଯ୍ୟକ୍ରମ ସମ୍ବନ୍ଧୀୟ ମିଥ୍ୟା ଏବଂ ବିଭ୍ରାନ୍ତିକର ଖବର ପ୍ରକାଶ ନ କରିବାକୁ କୁହାଯାଇଛି । ମନ୍ତ୍ରଣାଳୟ ପକ୍ଷରୁ ଜାରି ଆଡଭାଇଜରୀରେ କୁହାଯାଇଛି ଯେ, ବିଶେଷ କରି ସୋସିଆଲ ମିଡିଆରେ କିଛି ମିଥ୍ୟା, ଉତ୍ତେଜନାମୂଳକ ଏବଂ ମିଥ୍ୟା ବାର୍ତ୍ତା ପ୍ରସାର କରାଯାଉଛି, ଯାହା ସାମ୍ପ୍ରଦାୟିକ ସଦ୍ଭାବନା ଏବଂ ଜନଶୃଙ୍ଖଳାକୁ ଖରାପ କରିପାରେ । ଅଯୋଧ୍ୟାରେ ରାମଲଲାଙ୍କ ପ୍ରତିମୂର୍ତ୍ତିର ସଂସ୍କାର ସମାରୋହ ଜାନୁଆରୀ ୨୨ ରେ ଅନୁଷ୍ଠିତ ହେବ ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଅନେକ ଲୋକ ସାମିଲ ହେବେ । ସୂଚନାଯୋଗ୍ୟ ଯେ ରାମମନ୍ଦିର ସମାରୋହ ପୂର୍ବରୁ ଭିଆଇପି ଟିକେଟ, ରାମ ମନ୍ଦିର ପ୍ରସାଦ ଦେବା ପାଇଁ ଦାବି କରୁଥିବା ଅନେକ ନକଲି ଲିଙ୍କ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି । ଆମାଜନରେ ଅଯୋଧ୍ୟା ରାମ ମନ୍ଦିର ପ୍ରସାଦ ବିକ୍ରି ହେଉଥିବା ଖବର ପ୍ରସାରିତ ହେବା ପରେ ଆମାଜନକୁ ନୋଟିସ ଜାରି କରିଛନ୍ତି ସରକାର । ଅନ୍ୟପକ୍ଷରେ ରାମଲାଲା ପ୍ରାଣ ପ୍ରତିଷ୍ଠା ସମାରୋହରେ କାଶୀ ଡୋମ ରାଜାଙ୍କ ସମେତ ଆଦିବାସୀ ଓ ବନବାସୀ ଆଦି ବିଭିନ୍ନ ବର୍ଗର ପନ୍ଦର ଜଣ ଯଜମାନ କାର୍ଯ୍ୟକ୍ରମରେ ସାମିଲ୍ ହେବେ । ଏହି ସମସ୍ତ ଯଜମାନ ସପତ୍ନୀକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ସମାଜର ନିମ୍ନ ବର୍ଗର ଲୋକମାନଙ୍କର ଯେପରି ଶ୍ରୀ ରାମଙ୍କର ସମାରୋହରେ ଭାଗିଦାରି ରହିବ ଏହାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସୂଚନା ଅନୁସାରେ, ଉଦୟପୁରରୁ ବନାବସୀ କଲ୍ୟାଣ ଆଶ୍ରମ ଅଧ୍ୟକ୍ଷ ରାମଚନ୍ଦ୍ର ଖରାଡ଼ି, ଆସାମର ରାମ କୁଇ ଜେମି, ଜୟପୁରରୁ ଗୁରୁଚରଣ ସିଂ ଗିଲ୍‌, ହର୍ଦ୍ଦୋଇରୁ କୃଷ୍ଣ ମୋହନ, ତାମିଲନାଡୁରୁ ରମେଶ ଜୈନ ମୁଲତାନି ଅଝଲାରାସନ୍‌, ମୁମ୍ବାଇରୁ ବିଟ୍ଟଲରାଓ କାମ୍ବଲେ, ଘୁମନ୍ତ ମସାଜ ଟ୍ରଷ୍ଟି ଲାତୁର ମହାରାଷ୍ଟ୍ରରୁ ମହାଦେବ ଗାଇକୱାଡ, କଲବୁର୍ଗୀ କର୍ଣ୍ଣାଟକରୁ ଶ୍ରୀ ଲିଙ୍ଗ ରାଜ ଭାସାବ ରାଜ ଅପା, ଲକ୍ଷ୍ନୌରୁ ଦିଲୀପ ଭାଲମିକି, ଡୋମ୍ ରାଜା କାଶୀ ଅନିଲ ଚୌଧୁରୀ, କାଶୀରୁ କୈଳଶ ଯାଦବ, କବିନ୍ଦ୍ର ପ୍ରତାପ ସିଂ ଏବଂ ପାଲୱାଲ ହରିୟାଣାର ଅରୁଣ ଚୌଧୁରୀ ରୀତିନୀତି ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯଜମାନ ହେବେ ।


Next Post

ଜଗତଗୁରୁ ଠାକୁର ଶ୍ରୀଶ୍ରୀ ଅଭିରାମ ପରମହଂସଦେବଙ୍କ ଆଶ୍ରମ ଗୃହ ପ୍ରତିଷ୍ଠା ଉତ୍ସବ

Sun Jan 21 , 2024
ଜଗତଗୁରୁ ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସଦେବଙ୍କ ଆଶ୍ରମ ପ୍ରତିଷ୍ଠା ଉତ୍ସବ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଭକ୍ତ ସମିତି ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ପଟ୍ଟାମୁଣ୍ଡାଇ ପୌରାଂଚଳ ଅନ୍ତର୍ଗତ ବେଲତଳ ଠାରେ ଅନୁଷ୍ଠିତ ଆଶ୍ରମ ପ୍ରତିଷ୍ଠା ଉତ୍ସବରେ ମୁଖ୍ୟଧାମ କରମଳାର ସନ୍ୟାସୀ ମାନେ ଯୋଗଦେଇ ହୋମଯଜ୍ଞ, ପୂଜାର୍ଚ୍ଚନା ଓ ଷୋଡଶ ଉପଚାର ପୂଜା ସହିତ ଆଶ୍ରମ ପ୍ରତିଷ୍ଠା କରିଥିଲେ । ବହୁ ଭକ୍ତ ରୁଣ୍ଡ ହୋଇ ପ୍ରଭୁଙ୍କ […]

You May Like