ଶ୍ରୀରାମଲାଲଙ୍କ ମନ୍ଦିର ପ୍ରତିଷ୍ଠା ଅବସରରେ କିନ୍ନରଙ୍କ ଶୋଭାଯାତ୍ରା


କେନ୍ଦ୍ରାପଡ଼ା,୨୨ା୧: ଅଯୋଧ୍ୟାରେ ରାମଲାଲଙ୍କ ମନ୍ଦିର ପ୍ରତିଷ୍ଠା ଅବସରରେ କିନ୍ନର ସମାଜ ପକ୍ଷରୁ ଏକ ଶ୍ରୀରାମ ରଥ ଶୋଭାଯାତ୍ରା କେନ୍ଦ୍ରାପଡା ସହରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ କିନ୍ନର ସମାଜ ସଭାପତି ଦେବୀକା ବାରିକଙ୍କ ନେତୃତ୍ୱରେ ଶତାଧିକ କିନ୍ନର ସହରର କଜଳା ନିକଟରୁ ଏକ ଶୋଭାଯାତ୍ରାରେ ବାହାରି ସାନ୍ତସାହି, ପୁରୁଣା ବସଷ୍ଟାଣ୍ଡ ଓ ନୂଆ ବସଷ୍ଟାଣ୍ଡ ଦେଇ ତିନିମୁହାଣି ସ୍ଥିତ ଶ୍ରୀରାମ ମନ୍ଦିର ପରିସରରେ ପହଞ୍ଚିଥିଲେ । ସାରା ସହର ଶ୍ରୀରାମ ମୟ ହୋଇ ଉଠିଥିଲା ।


Next Post

ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ଗୋବିନ୍ଦଜୀଉ ମନ୍ଦିରରେ ହନୁମାନ ଚାଳିସା ପାଠ ଓ ଦୀପାବଳୀ ଉତ୍ସବ

Mon Jan 22 , 2024
କେନ୍ଦ୍ରାପଡ଼ା,୨୨ା୧: ଅଯୋଧ୍ୟାରେ ଶ୍ରୀରାମଙ୍କ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ଆଜି ସନ୍ଧ୍ୟାରେ ନୂଆ ବସଷ୍ଟାଣ୍ଡ ସନ୍ନିକଟ ଶ୍ରୀଗୋବିନ୍ଦଜୀଉଙ୍କ ମନ୍ଦିର ପରିସରରେ ପ୍ରଭୁ ଶ୍ରୀରାମ ଓ ଭକ୍ତ ହନୁମାନଜୀଉଙ୍କ ପୂଜାର୍ଚ୍ଚନା କରାଯିବା ସହ ହୋମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏଥିସହିତ ବହୁ ଯୁବକ ଓ ପିଲାମାବେ ଗୋଟିଏ ଧାଡିରେ ବସି ୧୧ଥର ହନୁମାନ ଚାଳୀସା ପାଠ କରିବା ସହିତ ପ୍ରଭୁ ଶ୍ରୀରାମଙ୍କ ଉଦେଶ୍ୟରେ ମନ୍ଦିର ପରିସରରେ ଦୀପାବଳୀ ଉତ୍ସବ ପାଳନ କରିଛନ୍ତି । […]

KANIKA