ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ଗୋବିନ୍ଦଜୀଉ ମନ୍ଦିରରେ ହନୁମାନ ଚାଳିସା ପାଠ ଓ ଦୀପାବଳୀ ଉତ୍ସବ


କେନ୍ଦ୍ରାପଡ଼ା,୨୨ା୧: ଅଯୋଧ୍ୟାରେ ଶ୍ରୀରାମଙ୍କ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ଆଜି ସନ୍ଧ୍ୟାରେ ନୂଆ ବସଷ୍ଟାଣ୍ଡ ସନ୍ନିକଟ ଶ୍ରୀଗୋବିନ୍ଦଜୀଉଙ୍କ ମନ୍ଦିର ପରିସରରେ ପ୍ରଭୁ ଶ୍ରୀରାମ ଓ ଭକ୍ତ ହନୁମାନଜୀଉଙ୍କ ପୂଜାର୍ଚ୍ଚନା କରାଯିବା ସହ ହୋମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏଥିସହିତ ବହୁ ଯୁବକ ଓ ପିଲାମାବେ ଗୋଟିଏ ଧାଡିରେ ବସି ୧୧ଥର ହନୁମାନ ଚାଳୀସା ପାଠ କରିବା ସହିତ ପ୍ରଭୁ ଶ୍ରୀରାମଙ୍କ ଉଦେଶ୍ୟରେ ମନ୍ଦିର ପରିସରରେ ଦୀପାବଳୀ ଉତ୍ସବ ପାଳନ କରିଛନ୍ତି । ହିନ୍ଦୀରେ ଦୀପରେ ‘ଜୟ ଶ୍ରୀରାମ’ଓ ମୁରୁଜରେ ଅଙ୍କନ ହୋଇଥିବା ପ୍ରଭୁ ଶ୍ରୀରାମଙ୍କ ପ୍ରତିକୃତି ଦୀପରେ ସଜ୍ଜିତ ହୋଇଥିବା ଦେଖାଯାଇଥିଲା । ଶତାଧିକ ମହିଳା ଓ ପୁରୁଷମାନେ ପ୍ରଭୁ ଶ୍ରୀରାମଙ୍କ ଉଦେଶ୍ୟରେ ଦୀପ ଜାଳି ଆଶ୍ରିର୍ବାଦ ଭିକ୍ଷା କରୁଥିବା ଦେଖାଯାଇଥିଲା ।


Next Post

ଜିଲ୍ଲାରେ ବ୍ୟାଟେରୀ ଚାଳିତ ତିନିଚକିଆ ସାଇକେଲ ବଣ୍ଟନ ମେଳା

Mon Jan 22 , 2024
କେନ୍ଦ୍ରାପଡ଼ା,୨୨ା୧: କେନ୍ଦ୍ରାପଡା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ପ୍ରଥମ ବ୍ୟାଟେରୀ ଚାଳିତ ତିନିଚକିଆ ସାଇକେଲ ବଣ୍ଟନ କାର୍ଯ୍ୟକ୍ରମରେ ୭୬ଜଣ (୮୦ ପ୍ରତିଶତରୁ ଉର୍ଦ୍ଧ୍ୱ ) ଭିନ୍ନକ୍ଷମଙ୍କୁ ଭୁବନେଶ୍ୱରର ଆଲମିକୋ ସହାୟତାରେ ପ୍ରଦାନ କରାଯାଇଛି । ମୋଟ୍ ୩୨ଲକ୍ଷ ଟଙ୍କା ବ୍ୟୟରେ ୭୬ଜଣ ଶାରିରୀକ ଭିନ୍ନକ୍ଷମଙ୍କୁ ଗମନାଗମନ ପାଇଁ ଏହି ସାଇକେଲ ପ୍ରଦାନ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅମ୍ରିତ୍ ଋତୁରାଜ, ଆରକ୍ଷୀ ଅଧିକ୍ଷକ ସନ୍ଦୀପ ମଡକର, ଜିଲ୍ଲା […]

KANIKA