କେନ୍ଦ୍ରୀୟ ବିଦ୍ୟାଳୟରେ ପରୀକ୍ଷା ପେ ଚର୍ଚ୍ଚା ଓ ନେତାଜୀ ଜୟନ୍ତୀ ପାଳିତ


କେନ୍ଦ୍ରାପଡ଼ା, ୨୩ା୧: କେନ୍ଦ୍ରାପଡା ବାରିମୂଳସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ ‘ପରୀକ୍ଷା ପେ ଚର୍ଚ୍ଚା – ୨୦୨୪’ ଓ ନେତାଜୀ ଜୟନ୍ତୀ ପାଳିତ ହୋଇଯାଇଛି । ପରୀକ୍ଷା ପେ ଚର୍ଚ୍ଚା ଉପରେ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଭାରତର ବିକାଶ, ଚନ୍ଦ୍ରାୟନ, କ୍ରୀଡା ସଫଳତା ଉପରେ ଏହି ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ବିଭିନ୍ନ ସ୍କୁଲରୁ ଶହେଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ସେହି ସ୍କୁଲଗୁଡିକ ହେଲା ପାରାଦୀପ କେନ୍ଦ୍ରୀୟ ବିଦ୍ୟାଳୟର ୧୦ଜଣ ଓ କେନ୍ଦ୍ରାପଡା ଜବାହାରଲାଲ ନବୋଦୟ ବିଦ୍ୟାଳୟର ୧୦ଜଣ ଲେଖାଏ, ସେହିପରି କେନ୍ଦ୍ରାପଡା ପବ୍ଲିକ ସ୍କୁଲ, ସେଣ୍ଟ ଜୋସେଫ୍ ସ୍କୁଲ, ବାରିମୂଳ ପଞ୍ଚାୟତ ହାଇସ୍କୁଲ, ସନ୍ଥପୁରା କୃଷ୍ଣଚନ୍ଦ୍ର ନୋଡାଲ ହାଇସ୍କୁଲ, ଗୁଲନଗର ହାଇସ୍କୁଲ, ଠାକୁରହାଟର ସୁଦର୍ଶନ ହାଇସ୍କୁଲ, ଠାକୁରପାଟଣା ପଞ୍ଚାୟତ ବାଳିକା ଉଚ୍ଚ ବିଦ୍ୟାଳୟ, ଫକିରାବାଦ ରାମଚନ୍ଦ୍ର ନୋଡାଲ ହାଇସ୍କୁଲ, ଜଗନ୍ନାଥପୁର ଆର୍ତ୍ତେଶ୍ୱର ହାଇସ୍କୁଲ, କୁରୁଜଙ୍ଗା ପଞ୍ଚାୟତ ହାଇସ୍କୁଲ, କୁଶିଆପାଳ ସରକାରୀ ଉଚ୍ଚ ବିଦ୍ୟାଳୟ, ହରିହରାନନ୍ଦ ବାଳାଶ୍ରମ, କେନ୍ଦ୍ରାପଡା ଆଦର୍ଶ ବିଦ୍ୟାଳୟ, କେନ୍ଦ୍ରାପଡା ଜେନିଥ୍ ଇଣ୍ଟରନ୍ୟାସନାଲ ସ୍କୁଲ ସହିତ ଅନ୍ୟ ସ୍କୁଲରୁ ୫ଜଣ ଲେଖାଏଁ ପ୍ରତିଯୋଗୀ ଭାଗ ନେଇଥିଲେ । ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ୍ ପୀତବାସ ପଣ୍ଡା, ଠାକୁରପାଟଣା ସ୍କୁଲର ଚିତ୍ରଗୁରୁ ଶୁଭମ କୁମାର ମହାରଣା ଓ ମାର୍ଶାଘାଇ ବାଳକ ଉଚ୍ଚ ବିଦ୍ୟାଳୟର ଚିତ୍ରଗୁରୁ କୈଳାଶ ଚନ୍ଦ୍ର ସାହୁ ବିଚାରକ ଭାବେ ଯୋଗ ଦେଇଥିଲେ । ପ୍ରଥମେ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ସ୍କୁଲର ଅଧ୍ୟକ୍ଷ ଶଶି କୌଶଲ ଭାରତର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗୁରୁ ମନ୍ତ୍ର ଦେଇ କହିଥିଲେ ଯେ ଛାତ୍ରଛାତ୍ରୀମାନଙ୍କୁ ପରୀକ୍ଷାକୁ ଭୟ ନକରି ଏହାକୁ ଉତ୍ସବ ଭଳି ପାଳନ କରି ସମସ୍ତ କାର୍ଯ୍ୟରେ ସଫଳାତା ହାସଲ କରିବା । ଏହାପରେ ପ୍ରତିଯୋଗୀତାର ବୈଶିଷ୍ଟ୍ୟ ଉପରେ ଅଧ୍ୟକ୍ଷ ଶ୍ରୀ କୌଶଲ ବିବରଣୀ ଦେଇଥିଲେ । ସେହିଭଳି ନେତାଜୀ ଜୟନ୍ତୀ ଅବସରରେ ସ୍କୁଲର ଅଧ୍ୟକ୍ଷ ଶ୍ରୀ କୌଶଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପିଲାମାନଙ୍କୁ ନେତାଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସାହସିକତା, ପରିଶ୍ରମ ଓ ନିଜର ଆତ୍ମବିଶ୍ୱାସ ହେବାପାଇଁ ଉପଦେଶ ଦେଇଥିଲେ । ସାମାଜିକ ନ୍ୟାୟ ଓ ବ୍ୟକ୍ତି ସ୍ୱାଧୀନତାକୁ ସମ୍ମାନ ଦେଇ ନେତାଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ମଧ୍ୟ କହିଥିଲେ ।ଏହି କାର୍ଯ୍ୟକ୍ରମକୁ ସ୍କୁଲର ପ୍ରଧାନଶିକ୍ଷକ ଶିବରଞ୍ଜନ ସାହୁ, ଶିକ୍ଷକ ସେକ୍ ଇଦ୍ରିସ୍ ଅଲ୍ଲୀ, ଚିତ୍ରଗୁରୁ ସ୍ପ୍ରିହା ମୌର୍ଯ୍ୟ, ଅଜୟ କୁମାର ପଣ୍ଡା ପ୍ରମୁଖ ପରିଚାଳନା କରିଥିଲେ । ଶେଷରେ ସମସ୍ତ କୃତି ପ୍ରତିଯୋଗୀମାନଙ୍କୁ ଅଧ୍ୟକ୍ଷ ମେଡାଲ ପ୍ରଦାନ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading