
କେନ୍ଦ୍ରାପଡ଼ା, ୨୩ା୧:କେନ୍ଦ୍ରାପଡା ପୌରସଂସ୍ଥା ଅନ୍ତର୍ଗତ ବଡହାଟରେ ଜନ୍ମ ଗ୍ରହଣ କରିଥିବା ସ୍ୱର୍ଗତ ଶୈଳେନ୍ଦ୍ର ନାରାୟଣ ଦାସ(ମଙ୍ଗୁଭାଇ)ଙ୍କ ଚଳିତ ମାସ ୧୨ ତାରିଖରେ ମହାପ୍ରୟାଣ ହୋଇଥିଲା । ଆଜି ତାଙ୍କର ଦ୍ୱାଦଶାହ ଅବସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ସ୍ଥାନୀୟ ସ୍ୱୟଂସେଲିବ୍ରେସନ୍ ମଣ୍ଡପରେ କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦର ସମ୍ପାଦକ ତଥା ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶୁଭାଂଶୁ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରାକ୍ତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ, ଡଃ ସିପ୍ରା ମଲ୍ଲିକ, ଉତ୍କଳ କେଶରୀ ପରିଡା ଓ ପ୍ରାକ୍ତନ ମନ୍ତ୍ରୀ ଗଣେଶ୍ୱର ବେହେରା ଯୋଗ ଦେଇ କହିଲେ ମଙ୍ଗୁଭାଇଙ୍କ ରାଜନୈତିକ ଜୀବନ କେନ୍ଦ୍ରାପଡାର ଅର୍ଦ୍ଧଶତାବ୍ଦୀର ଇତିହାସ । ସେ ନିଜେ କେନ୍ଦ୍ରାପଡାରେ ରାଜନେତା ସୃଷ୍ଟି କରିବାର ପ୍ରୟୋଗଶାଳାର ମୁଖ୍ୟ ପୂଜାରୀ ଥିଲେ । ସେ ସବୁକିଛି ରାଜନୀତି ଲାଗି ଦେଇ ଦେଇ ଗଲେ ନିଜ ପାଇଁ କିଛି କରିପାରିଲେ ନାହିଁ ବୋଲି ବିଶିଷ୍ଟ ବ୍ୟକ୍ତିମାନେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଅତିଥିମାନେ ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ପ୍ରକାଶିତ ସ୍ମରଣିକାକୁ “ଅଦ୍ୱିତୀୟ ମଙ୍ଗୁ” ଉନ୍ମୋଚନ କରିଥିଲେ । ଏଥିରେ ପ୍ରାକ୍ତନ ମନ୍ତ୍ରୀ ବିଜୟ ମହାପାତ୍ର ଯୋଗଦାନ କରି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରାଧ୍ୟାପକ ଅଜୟ ସାମଲ, ସମବାୟବିତ୍ ଓ ରାଜନେତା ପ୍ରମୋଦ କୁମାର ସାହୁ, ପ୍ରମୋଦ କୁମାର ରଥ, ମୁକ୍ତାର ଖାଁ, କାର୍ତ୍ତିକ ଚରଣ ନାୟକ, ଇଂ ଅଜୟ ବେହେରା, ତୋଫାନ ପଣ୍ଡା, ଗଣେଶ୍ୱର ସାହୁ, ଗୋଲଖ ସେଠୀ, ଅବନ୍ତୀ ବେହେରା, ରଶ୍ମିରଞ୍ଜନ ରାଉତ, ରଣଧିର ଜେନା, ଦୂର୍ଗାଶିଷ ମହାନ୍ତି, ପ୍ରଦୀପ୍ତ ମହାନ୍ତି, ଅକବର ଅଲ୍ଲୀ, ଧିରେନ୍ଦ୍ର ସାମଲ, ରେସନା ସାହୁ, ସରୋଜ ସାହୁ ଏବଂ ପ୍ରାକ୍ତନ ଡିଏସ୍ପି ସୁରେଶ ଚନ୍ଦ୍ର ଘୋଷ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଗୀତାଞ୍ଜଳି ସେଠୀ, ଡେରାବିଶ ବ୍ଲକ ଉପାଧ୍ୟକ୍ଷ ଦେବାଶିଷ ଆଚାର୍ଯ୍ୟ, ରାଜନେତା ରବି ସାମଲ, ବିଶିଷ୍ଟ ସାମ୍ବାଦିକ ପରେଶ ଦାସ, ନବଘନ ନାୟକ, ବରିଷ୍ଠ ଆଇନଜୀବୀ ଭିମସେନ ଭୂୟାଁ, ସଞ୍ଜୟ କୁମାର ଜେନା, ନିରଞ୍ଜନ ମେକାପ, କବି କରୁଣାକର ଦାସ, ପତାପ ଦାସ, ମଙ୍ଗୁ ଭାଇଙ୍କ ସାନ ଭାଇ ଧିରେନ୍ଦ୍ର ଦାସ, ସାନ ଭିଣୋଇ ଦେବଭାଇ ଓ ତାଙ୍କର ଆତ୍ମୀୟସ୍ୱଜନ ସଂଯୁକ୍ତା ଦାସ, ଡା. ମନୋଜ କୁମାର ମହାନ୍ତି, ଗୀତାରାଣୀ ମହାନ୍ତି, ମମତା ଦାସ, ମାନସୀ ମହାନ୍ତି, ଶୁସା ଓ ଫେଲୁ, ରାଜକିଶୋର ଦାସ, ଟୁନି, ବାବୁଲି, ଲିପୁନ, ଗୁଡୁ, ଲିମା, ମାମୁନି, ଗୁଗୁଲୁ, ଜୟଶ୍ରୀ ମହାନ୍ତି, ଜ୍ୟୋତିର୍ମୟୀ ମହାପାତ୍ର, ଟିକନ, ମୀରା, ସ୍ମିତା ଦାସ, ଜୋଛି ଅପା, ସୁମିତ ମହାନ୍ତି, ସୁଶାନ୍ତ କୁମାର ମହାନ୍ତି, ଅମିତ ମହାନ୍ତି, ଆଲୋକ ପଟ୍ଟନାୟକ ପ୍ରମୁଖ ଏକ ହଜାରରୁ ଉର୍ଦ୍ଧ୍ୱ ମଙ୍ଗୁପ୍ରେମୀ ଯୋଗ ଦାନ କରି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହି ଅବସରରେ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା ।










