ନିଖିଳ ଓଡିଶା ମଧ୍ୟାହ୍ନ ଭୋଜନ ପାଚିକା ସହାୟିକା ସଙ୍ଘ ପକ୍ଷରୁ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କୁ ଦାବିପତ୍ର


କେନ୍ଦ୍ରାପଡ଼ା,୨୪ା୧: ନିଖିଳ ଓଡିଶା ମଧ୍ୟାହ୍ମ ଭୋଜନ ପାଚିକା ସହାୟିକା ସଙ୍ଘ ଜିଲ୍ଲା କମିଟି ପକ୍ଷରୁ ଆଜି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଏକ ୧୨ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି । ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ପାଚିକାମାନଙ୍କ ମାସିକ ପାରିଶ୍ରମିକ ୧୪ଶହ ଟଙ୍କାକୁ ବୃଦ୍ଧି କରିବା, ସ୍କୁଲ ପିଲାମାନଙ୍କ ସ୍ୱାସ୍ଥ୍ୟରକ୍ଷା ଉପସ୍ତାନ ବୃଦ୍ଧି ପାଇଁ ମଧ୍ୟାହ୍ନ ଭୋଜନର ମୂଲ୍ୟ ୫.୯୦ପଇସା ଓ ୮.୮୨ପଇସାକୁ ବୃଦ୍ଧିକରି ୨୫ଟଙ୍କା କରାଯିବା, ଚାକିରୀରୁ ବାହାର କରାଯାଇଥିବା ପାଚିକାମାନଙ୍କୁ ସରକାର ଘୋଷଣା କରିଥିବା ପ୍ରାପ୍ୟ ପ୍ରଦାନ କରାଯିବା ସହ ମାସିକ ପେନସନ ବ୍ୟବସ୍ଥା କରାଯିବା, ଅବସର ବୟସ ୬୫ବର୍ଷ କରାଯିବା, ସ୍କୁଲ ମିଶ୍ରଣ ଓ ପିଲା କମିବା ପରେ ବାଦ ପଡିଥିବା ପାଚିକାମାନଙ୍କୁ ତୁରନ୍ତ ନିଯୁକ୍ତି ପ୍ରଦାନ, ବର୍ଷକୁ ୧୨ମାସର ପ୍ରାପ୍ୟ ପ୍ରଦାନ କରାଯିବା, ମଧ୍ୟାହ୍ନ ଭୋଜନରେ ପାଚିକାଙ୍କୁ ସାମିଲ କରାଯିବା, ବର୍ଷକୁ ୨ଖଣ୍ଡ ଶାଢୀ ଦିଆଯିବା,ଅଗ୍ନି ଓ ଗ୍ୟାସରେ କାମ କରୁଥିବା ପାଚିକା ଓ ସହାୟିକାଙ୍କ ପାଇଁ ବୀମା କରାଯିବା, ବକେୟା ୨୮ମାସର ଦରମା ପ୍ରଦାନ, ୨୫ଜଣ ପିଲାଙ୍କ ପାଇଁ ଜଣେ ପାଚିକାଙ୍କୁ ନିଯୁକ୍ତି ପ୍ରଦାନ, ପ୍ରତ୍ୟେକ ମାସର ପ୍ରଥମ ସପ୍ତାହରେ ଦରମା ପ୍ରଦାନ କରାଯିବା ପ୍ରଭୃତି ଦାବି ରହିଛି । ଦାବିପତ୍ର ପ୍ରଦାନ ସମୟରେ ସଙ୍ଘର ସଭାପତି ସୋହାନା ବେଗମ, ରମଣୀରଞ୍ଜନ ରାଉତରାୟ, ସୈାଭାଗିନୀ ପତି, ମାଳତୀ ବେହେରା, ସୁମିତ୍ରା ପାଲ, ସିତାକାନ୍ତ ନାୟକ, ଦିପିକା ସରକାର ପ୍ରମୁଖ ଉପସ୍ଥିତ ଥିଲେ ।


Next Post

ସମାଜସେବୀ ଶ୍ରୀବତ୍ସ ଓଝାଙ୍କୁ ଶ୍ରଦ୍ଧାଞ୍ଜଳି

Thu Jan 25 , 2024
କେନ୍ଦ୍ରାପଡ଼ା,୨୫ା୧: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କଂସାର ପଞ୍ଚାୟତର ସାହାସପୁର ଗ୍ରାମର ସମାଜସେବୀ ଶ୍ରୀବତ୍ସ ଓଝାଙ୍କ ଚତୁର୍ଥ ବାର୍ଷିକ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଏହି ଅବସରରେ ତାଙ୍କ ସାହାସପୁରସ୍ଥିତ ବାସଭବନରେ ଗୀତାପାଠ, ନାମସଙ୍କୀର୍ତ୍ତନ ଓ ଗୋପାଳ ସହସ୍ରନାମ ପଠନ ଅନୁଷ୍ଠିତ ହୋଇଯାଇଛି । ସ୍ମୃତିସଭାରେ ରବୀନ୍ଦ୍ର ନାଥ ପଣ୍ଡା, ହରେକୃଷ୍ଣ ମହାପାତ୍ର, ରବିନ୍ଦ୍ର ନାଥ ମହାପାତ୍ର% ବୈଷ୍ଣବ ସ୍ୱାଇଁ, ଦିବାକର ଦାସ, ଅନିରୁଦ୍ଧ ନାୟକ, […]

You May Like