ସମାଜସେବୀ ଶ୍ରୀବତ୍ସ ଓଝାଙ୍କୁ ଶ୍ରଦ୍ଧାଞ୍ଜଳି


କେନ୍ଦ୍ରାପଡ଼ା,୨୫ା୧: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କଂସାର ପଞ୍ଚାୟତର ସାହାସପୁର ଗ୍ରାମର ସମାଜସେବୀ ଶ୍ରୀବତ୍ସ ଓଝାଙ୍କ ଚତୁର୍ଥ ବାର୍ଷିକ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଏହି ଅବସରରେ ତାଙ୍କ ସାହାସପୁରସ୍ଥିତ ବାସଭବନରେ ଗୀତାପାଠ, ନାମସଙ୍କୀର୍ତ୍ତନ ଓ ଗୋପାଳ ସହସ୍ରନାମ ପଠନ ଅନୁଷ୍ଠିତ ହୋଇଯାଇଛି । ସ୍ମୃତିସଭାରେ ରବୀନ୍ଦ୍ର ନାଥ ପଣ୍ଡା, ହରେକୃଷ୍ଣ ମହାପାତ୍ର, ରବିନ୍ଦ୍ର ନାଥ ମହାପାତ୍ର% ବୈଷ୍ଣବ ସ୍ୱାଇଁ, ଦିବାକର ଦାସ, ଅନିରୁଦ୍ଧ ନାୟକ, ସମାଜସେବୀ ନିରଞ୍ଜନ ପରିଡାଙ୍କ ସମେତ ସ୍ୱର୍ଗତ ଓଝାଙ୍କ ପରିବାରଜନ ଓ ବନ୍ଧୁବର୍ଗ ଯୋଗଦେଇ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।


Next Post

କେନ୍ଦ୍ରାପଡା ମହାବିଦ୍ୟାଳୟରେ ଜାତୀୟ ମତଦାତା ଦିବସ ପାଳିତ

Thu Jan 25 , 2024
କେନ୍ଦ୍ରାପଡ଼ା,୨୫ା୧: କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ପକ୍ଷରୁ ଜାତୀୟ ମତଦାତା ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଅଶୋକ କୁମାର ଦାସଙ୍କ ତତ୍ୱାବଧାନରେ ଅନୁଷ୍ଠିତ ବୈଠକରେ ପ୍ରାକ୍ତନ ଅଧ୍ୟକ୍ଷ ପ୍ରାଧ୍ୟାପକ ନନ୍ଦ କିଶୋର ପରିଡା ମୁଖ୍ୟବକ୍ତା ଭାବେ ଯୋଗଦେଇ ମତଦାନର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ । ରାଜନୀତି ବିଜ୍ଞାନ ବିଭାଗ ମୁଖ୍ୟ ପ୍ରଶାନ୍ତ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ […]

KANIKA