
କେନ୍ଦ୍ରାପଡା, ୨୫/୧:କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ରୁଷା ଭବନରେ ଓଡିଶା ସରକାରଙ୍କ ଦ୍ୱାରା ଆୟୋଜିତ ନୂଆ-ଓ ଓଡିଶା ସାହିତ୍ୟ ପ୍ରତିଯୋଗିତାର ଉଦ୍ଘାଟନ ଉତ୍ସବ ପାଳିତ ହୋଇଯାଇଛି । ଏହି ଉଦ୍ଘାଟନୀ ଉତ୍ସବରେ ଉଦ୍ଘାଟକ ଥିଲେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଅଶୋକ କୁମାର ଦାସ ଯୋଗଦେଇଥିବା ବେଳେ ମୁଖ୍ୟ ଅତିଥି ଥିଲେ ସାଲେପୁର ସ୍ୱୟଂଶାସିତ ମହାବିଦ୍ୟାଳୟର ଅବସରପ୍ରାପ୍ତ ଓଡିଆ ପ୍ରାଧ୍ୟାପକ ବିଶିଷ୍ଟ ଭାଷାବିତ୍ ଡ. ପ୍ରଭାତ କିଶୋର ନାୟକ, ସମ୍ମାନୀତ ଅତିଥି ଥିଲେ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ନନ୍ଦକିଶୋର ପରିଡା, କେନ୍ଦ୍ରାପଡା ସାହିତ୍ୟ ସଂସଦର ସମ୍ପାଦକ ପ୍ରଫେସର ଶୁଭାଂଶୁ କୁମାର ଦାସ ଓ ଶିକ୍ଷା ବିଭାଗର ପ୍ରାଧ୍ୟାପକ ଡ. ପ୍ରଭାକର ମଲ୍ଲିକ । ଉଦ୍ଘାଟନ ଆରମ୍ଭରେ ଅତିଥିମାନେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ସିଦ୍ଧ ବଳଦେବଜୀଉଙ୍କୁ ମାଲ୍ୟାର୍ପଣ କରାଯାଇଥିଲା । ଓଡିଆ ବିଭାଗର ଅଧ୍ୟାପକ, ପ୍ରମୁଖ ଅଧିକାରୀ ଡ. ଅଜିତ୍ କୁମାର ଦାସ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ +୨, +୩ ଓ ସ୍ନାତକୋତ୍ତର ବିଭାଗର ଛାତ୍ରଛାତ୍ରୀମାନେ ଓଡିଆ ପ୍ରବନ୍ଧ ଲିଖନ, କବିତାପାଠ, ବକ୍ତୃତା, ଗଳ୍ପ ଲିଖନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଏହି ପ୍ରତିଯୋଗିତାରେ ପ୍ରଫେସର ଶୁଭାଂଶୁ କୁମାର ଦାସ ବିଚାରକ ଭାବରେ ଯୋଗ ଦେଇଥିଲେ । ଡ. ପ୍ରଭାତ କୁମାର ନାୟକ, କିଶୋର କୁମାର ମଲ୍ଲିକ, ଅଧ୍ୟାପକ ଶଶିଭୂଷଣ ଜେନା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ମନିଷାକାନ୍ତି ଜେନା, ପ୍ରମୋଦ କୁମାର ବେହେରା, ପବିତ୍ର ସାହୁ, ଚନ୍ଦ୍ରକାନ୍ତ ମଲ୍ଲିକ, ସଶ୍ମିତା ଅଧିକାରୀ, ଡ. ପ୍ରୀତିରେଖା ସ୍ୱାଇଁ, ସଶ୍ମିତା ବେଦାନ୍ତ, ସୁଜାତା ଷଡଙ୍ଗୀ, ସୁରେନ୍ଦ୍ର ପ୍ରସାଦ ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ । ସଭା ଶେଷରେ ଅଧ୍ୟାପକ ଅଧିକାରୀ ନରେଶ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।











