ପଟ୍ଟାମୁଣ୍ଡାଇ ବିଶ୍ୱଶାନ୍ତି ମହାଯଜ୍ଞ ଶୁଭ ଦେଲେ ବିଧାୟକ


ପଟ୍ଟାମୁଣ୍ଡାଇ ବଣିକ ସଂଘ ପକ୍ଷରୁ ସ୍ଥାନୀୟ ଅଂଚଳର ଅନ୍ୟତମ ଗଣପର୍ବ ଓ ମହାନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ବିଶ୍ୱଶାନ୍ତି ମହାଯଜ୍ଞର ପାରମ୍ପରିକ ରୀତିନୀତି ଅନୁଯାୟୀ ଶୁଭ ଦିଆଯାଇଛି । ଏହି ଉପଲକ୍ଷେ ପଣ୍ଡିତ ବ୍ରହ୍ମାନନ୍ଦ ନନ୍ଦ ଓ ଭ୍ରମରବର ତ୍ରିପାଠୀଙ୍କ ଯଥାବିଧି ପୂଜାର୍ଚନା ଓ ମନ୍ତ୍ରଧ୍ୱନି ମଧ୍ୟରେ ରାଜନଗର ବିଧାୟକ ଧ୍ରୁବ ସାହୁ ଏହି ଯଜ୍ଞର ଶୁଭ ଦେଇଥିଲେ । ଏହି ମହାର୍ଘ୍ୟ କାର୍ଯ୍ୟକ୍ରମରେ ପଟ୍ଟାମୁଣ୍ଡାଇ ପୌର ପରିଷଦ ଅଧ୍ୟକ୍ଷ ହେମନ୍ତ ସାହୁ, ବ୍ଲକ ବିଜେଡି ସଭାପତି କିଶୋର ସାହୁ, ନଗର ବିଜେଡି ସଭାପତି ବୁଢ଼ା ଲେଙ୍କା, ପ୍ରାକ୍ତନ ପୌର ଉପାଧ୍ୟକ୍ଷ ସୁମନ୍ତ ପାତ୍ର, କାଉନସିଲର ବିଦ୍ୟାଧର ସେଠୀ, ଗୋପୀବଲ୍ଲଭ ନାୟକ, ସ୍ୱରୁପାନନ୍ଦ ସାମଲ, ଲାସ୍ୟମୟୀ ସାହୁ, ବଣିକ ସଂଘ ସଭାପତି ଗୋପୀନାଥ କର ଉପସଭାପତି ମୋହନ ଦାସ, ସମ୍ପାଦକ ପ୍ରଫୁଲ୍ଲ ଲେଙ୍କା, ସହସମ୍ପାଦକ ସରୋଜ ପାଢ଼ୀ, କୋଷାଧ୍ୟକ୍ଷ ପର୍ଶୁରାମ ଷଣ୍ଢ, ଉପଦେଷ୍ଟା କିରଣ କୁମାର ଭୂୟାଁ, ରବୀନ୍ଦ୍ର ସାହୁ ବ୍ରଜ କିଶୋର ସାହୁ କିଶୋର ଜେନା, ଅଚ୍ୟୁତାନନ୍ଦ ଜେନା, ଗୋପାଳ ଦାସ, ସମ୍ବିତ ଦାସ ,ବ୍ରଜ କିଶୋର ତ୍ରିପାଠୀ, ମୁନ୍ନା ପ୍ରଧାନ, ରଞ୍ଜନ ଦାସ, ନିରାକାର ସାହୁ, ଅଭିରାମ ସ୍ୱାଇଁ ପ୍ରମୁଖ ବହୁ ସଦସ୍ୟ ଯୋଗ ଦେଇଥିଲେ । ପଟ୍ଟାମୁଣ୍ଡାଇ ପୌର ନିର୍ବାହୀ ଅଧିକାରୀ ଅଜିତ ନାରାୟଣ ଗିରି, ଥାନା ସବଇନିସ୍ପେକ୍ଟର ହରିହର ଦଳାଇ ପ୍ରମୁଖ ବହୁ ପ୍ରଶାସନିକ ଅଧିକାରୀ ଯୋଗ ଦେଇଥିଲେ । ଏହି ମହାଯଜ୍ଞ ଆସନ୍ତା ଫେବୃଆରୀ ୧୬ତାରିଖରୁ ଆରମ୍ଭ ହୋଇ ୨୫ ତାରିଖରେ ପୂର୍ଣ୍ଣାହୂତି ଦିଆଯିବ ବୋଲି କାର୍ଯ୍ୟକ୍ରମ ସ୍ଥିର କରାଯାଇଛି ।


Next Post

ନୂଆ-ଓ ଓଡିଶା ସାହିତ୍ୟ ପ୍ରତିଯୋଗିତା ଉଦ୍‌ଘାଟିତ

Thu Jan 25 , 2024
କେନ୍ଦ୍ରାପଡା, ୨୫/୧:କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ରୁଷା ଭବନରେ ଓଡିଶା ସରକାରଙ୍କ ଦ୍ୱାରା ଆୟୋଜିତ ନୂଆ-ଓ ଓଡିଶା ସାହିତ୍ୟ ପ୍ରତିଯୋଗିତାର ଉଦ୍‌ଘାଟନ ଉତ୍ସବ ପାଳିତ ହୋଇଯାଇଛି । ଏହି ଉଦ୍‌ଘାଟନୀ ଉତ୍ସବରେ ଉଦ୍‌ଘାଟକ ଥିଲେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଅଶୋକ କୁମାର ଦାସ ଯୋଗଦେଇଥିବା ବେଳେ ମୁଖ୍ୟ ଅତିଥି ଥିଲେ ସାଲେପୁର ସ୍ୱୟଂଶାସିତ ମହାବିଦ୍ୟାଳୟର ଅବସରପ୍ରାପ୍ତ ଓଡିଆ ପ୍ରାଧ୍ୟାପକ ବିଶିଷ୍ଟ ଭାଷାବିତ୍ ଡ. ପ୍ରଭାତ କିଶୋର ନାୟକ, ସମ୍ମାନୀତ ଅତିଥି ଥିଲେ […]

KANIKA