ଓଡ଼ିଆ ଭାଷା ସମ୍ମିଳନୀ ଓ ଶ୍ରୀ ଜଗନ୍ନାଥ ସଂସ୍କୃତି ଉତ୍ସବ

ଓଡ଼ିଆ ଭାଷା ସମ୍ମିଳନୀ ଓ ଶ୍ରୀ ଜଗନ୍ନାଥ ସଂସ୍କୃତି ଉତ୍ସବ

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବଡ଼ପଡା ଡିଗ୍ରୀ ମହାବିଦ୍ୟାଳୟରେ ଓଡ଼ିଆ ଭାଷା ସମ୍ମିଳନୀ ଓ ଶ୍ରୀଜଗନ୍ନାଥ ସଂସ୍କୃତି ସମ୍ପର୍କିତ ନୂଆ-ଓ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟ ଅଧ୍ୟକ୍ଷ ରମାକାନ୍ତ ଆଚାର୍ଯ୍ୟ ମୁଖ୍ୟଅତିଥି ଓ ଓଡ଼ିଆ ବିଭାଗ ଅଧ୍ୟାପକ ମନୋରଞ୍ଜନ ଆଚାର୍ଯ୍ୟ ମୁଖ୍ୟବକ୍ତା, ରାଜନୀତି ବିଜ୍ଞାନ ଅଧ୍ୟାପକ ପଂଚାନନ ମଲ୍ଲିକ ସମ୍ମାନିତବକ୍ତା, ଇତିହାସ ବିଭାଗ ଅଧ୍ୟାପକ ଡ଼ ରାଜେନ୍ଦ୍ର ପାତ୍ର ଓ ଅଧ୍ୟାପିକା ପୁଷ୍ପାଞ୍ଜଳି ପୃଷ୍ଟି ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବିଶ୍ୱ ପ୍ରାଣ ପ୍ରଭୁ ଶ୍ରୀ ଜଗନ୍ନାଥ ସର୍ବଧର୍ମ ସମନ୍ୱୟ ପ୍ରତୀକ ଭାବେ ବିଶ୍ୱବ୍ୟାପି ବିଦିତ ବୋଲି ମତ କରିଥିଲେ । ଛାତ୍ରୀ ସିଗ୍ଧାଞ୍ଜଳୀ ପତି ଧନ୍ୟବାଦ ଦେଇଥିଲେ । ଏଥିରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା କର୍ମଚାରୀ ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।