ପଟ୍ଟାମୁଣ୍ଡାଇ ପୌର ପରିଷଦରେ ମୁକ୍ତା ଦକ୍ଷତା ବିକାଶ କାର୍ଯ୍ୟକ୍ରମ


କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ପୌର ପରିଷଦରେ ମୁକ୍ତା ଯୋଜନା ସମ୍ପର୍କିତ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ ପୌର ପରିଷଦ ଅଧ୍ୟକ୍ଷ ହେମନ୍ତ ସାହୁ, ଉପାଧ୍ୟକ୍ଷା ଅନୁପ୍ରିୟା ସାହୁ, କାର୍ଯ୍ୟନିର୍ବାହୀ ଅଧିକାରୀ ଅଜିତ ନାରାୟଣ ଗିରି ଯୋଗ ଦେଇ ସହର ରୂପାନ୍ତକରଣରେ ମୁକ୍ତା ଏକ ଅଭିନବ ଯୋଜନା ବୋଲି ମତପ୍ରକାଶ କରିଥିଲେ । ମୁକ୍ତା ଯୋଜନାରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରିତା ଓ ପରିଚାଳନା ସମ୍ପର୍କରେ କାର୍ଯ୍ୟକ୍ରମ ସଂଯୋଜିକା ଶୁଭଦର୍ଶନୀ ତରାଇ, ମୁକ୍ତାଟିମ ଟ୍ରେନର କବିବ୍ରତ ଦାସ, ନଳିନୀକାନ୍ତ ସେନାପତି, ଜେ ବି ସୁନ୍ଦରରାୟ, ସି ଏମ ଏମ ମାମିନି ପଣ୍ଡା ଓ ସି ଓ ତପସ୍ୱିନୀ ଦାଶ ପ୍ରମୁଖ ତାଲିମ ପ୍ରଦାନ କରିଥିଲେ । ପୌର ପରିଷଦର ୧,୨,୩,୪ ନଂ ୱାର୍ଡର ମହିଳା ଏସ ଏସ ଜିଙ୍କୁ ତାଲିମ ପ୍ରଦାନ କରାଯାଇଥିଲା । ଏହି ତାଲିମ କାର୍ଯ୍ୟକ୍ରମ ୨୪ଦିନ ଧରି ଚାଲିବ ବୋଲି ଜଣାପଡିଛି ।


Next Post

ଓଡ଼ିଆ ଭାଷା ସମ୍ମିଳନୀ ଓ ଶ୍ରୀ ଜଗନ୍ନାଥ ସଂସ୍କୃତି ଉତ୍ସବ

Thu Jan 25 , 2024
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବଡ଼ପଡା ଡିଗ୍ରୀ ମହାବିଦ୍ୟାଳୟରେ ଓଡ଼ିଆ ଭାଷା ସମ୍ମିଳନୀ ଓ ଶ୍ରୀଜଗନ୍ନାଥ ସଂସ୍କୃତି ସମ୍ପର୍କିତ ନୂଆ-ଓ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟ ଅଧ୍ୟକ୍ଷ ରମାକାନ୍ତ ଆଚାର୍ଯ୍ୟ ମୁଖ୍ୟଅତିଥି ଓ ଓଡ଼ିଆ ବିଭାଗ ଅଧ୍ୟାପକ ମନୋରଞ୍ଜନ ଆଚାର୍ଯ୍ୟ ମୁଖ୍ୟବକ୍ତା, ରାଜନୀତି ବିଜ୍ଞାନ ଅଧ୍ୟାପକ ପଂଚାନନ ମଲ୍ଲିକ ସମ୍ମାନିତବକ୍ତା, ଇତିହାସ ବିଭାଗ ଅଧ୍ୟାପକ ଡ଼ ରାଜେନ୍ଦ୍ର ପାତ୍ର ଓ ଅଧ୍ୟାପିକା ପୁଷ୍ପାଞ୍ଜଳି ପୃଷ୍ଟି ସମ୍ମାନିତ ଅତିଥି ଭାବେ ଯୋଗ […]

KANIKA