କେନ୍ଦ୍ରାପଡ଼ା ଜିଲ୍ଲାବାସୀଙ୍କ ସମୂହ ସ୍ୱାର୍ଥ ଦୃଷ୍ଟିରୁ କେନ୍ଦ୍ରାପଡ଼ା ଠାରେ ମେଡିକାଲ କଲେଜ ଓ ପଟ୍ଟାମୁଣ୍ଡାଇ ଆଳି, ରାଜନଗର ଓ ରାଜକନିକା ଅଂଚଳବାସୀଙ୍କୁ ଉତମ ରାଜସ୍ୱ ସେବା ଯୋଗାଇବା ପାଇଁ ପଟ୍ଟାମୁଣ୍ଡାଇକୁ ରାଜସ୍ୱ ସବଡ଼ିଭିଜନ ଘୋଷଣା କରିବାକୁ ଜିଲ୍ଲାର ଅଗ୍ରଣୀ ଗଣସଂଗଠନ ଜନମଂଚ ପକ୍ଷରୁ ଦାବୀ କରାଯାଇଛି । ଏହି ଉପଲକ୍ଷେ ଅନ୍ତର୍ଯ୍ୟାମୀ ପରିଡାଙ୍କ ପୌରହିତ୍ୟରେ ଆୟୋଜିତ ବୈଠକରେ ଜନମଂଚ ଆବାହକ ପ୍ରଫେସର ଦୁର୍ଯ୍ୟୋଧନ ପରିଡା ଭାଷଣ ଦେଇ ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ କୃଷି ଶିକ୍ଷା, ସ୍ୱାସ୍ଥ୍ୟ, ପରିବେଶ ଓ ଗମନାଗମନ ବ୍ୟବସ୍ଥା ସୁଦୃଢ ହେବା ଦରକାର । ଏ ସମ୍ପର୍କରେ ନୀଳନକ୍ସା ପ୍ରସ୍ତୁତ କରାଯାଇଛି । ଆଗାମୀ ଦିନରେ ପୁସ୍ତକ ଆକାରରେ ପ୍ରକାଶ କରିବା ପାଇଁ ବୈଠକ ନିଷ୍ପତି ନିଆଯାଇଥିଲା । ଏହି ବୈଠକରେ କୃପାସିନ୍ଧୁ ସାମଲ, ତ୍ରୈଲୋକ୍ୟ ପ୍ରସାଦ ମିଶ୍ର, ରଞ୍ଜନ ଭୂୟାଁ, ମନୋଜ ରାଉତ, ବିଭୁ ପ୍ରସାଦ ଦାସ, ମନୋଜ ବେହେରା, ମଳୟ ଓଝା, ରବୀନ୍ଦ୍ର ପରିଡା ଯୋଗ ଦେଇ ଆଲୋଚନାରେ ଭାଗ ନେଇଥିଲେ । ଶେଷରେ ସରୋଜ ପଣ୍ଡା ଧନ୍ୟବାଦ ଦେଇଥିଲେ ।