
ଶିକ୍ଷାନୁଷ୍ଠାନ ହେଉଛି ବାସ୍ତବରେ ମଣିଷ ତିଆରି କାରଖାନା । ଶିକ୍ଷାନୁଷ୍ଠାନର ଶୈକ୍ଷିକ ପରିବେଶ, ଗୁରୁମାନଙ୍କ ଉପଯୁକ୍ତ ମାର୍ଗଦର୍ଶନ, ନିଷ୍ଠା ଓ ଅଧ୍ୟବସାୟ ଜାରି ରଖିଲେ ବିଦ୍ୟାର୍ଥୀମାନେ ଦୁନିଆର ସବୁ ଆହ୍ଵାନକୁ ସମ୍ମୁଖୀନ ହୋଇ ଜୀବନରେ ସଫଳ ହୋଇପାରିବେ ବୋଲି ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଚନ୍ଦନନଗର ପଞ୍ଚାଯତସ୍ଥ ବନ୍ତୋ ଆଦର୍ଶ ବିଦ୍ୟାଳୟ ବାର୍ଷିକ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ରାଜନଗର ବିଧାୟକ ଧ୍ରୁବ ସାହୁ ପ୍ରକାଶ କରିଛନ୍ତି । ଆଦର୍ଶ ବିଦ୍ୟାଳୟ ଅଧକ୍ଷ ଲକ୍ଷ୍ମୀକାନ୍ତ ବେହେରାଙ୍କ ପୌରହିତ୍ୟରେ ଆୟୋଜିତ ମନୋଜ୍ଞ ଉତ୍ସବରେ ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ଯୁମ୍ନ ସାମନ୍ତରାଯ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ନିଷ୍ଠା, ଅଧ୍ୟବସାୟ ଓ ଶୃଖଳାର ସହ ଉତ୍ତମ ଶିକ୍ଷା ଗ୍ରହଣ କାଲେ ବିଦ୍ୟାର୍ଥୀମାନେ ନିଜକୁ ଭଲ ମଣିଷ ଭାବେ ତିଆରି କରିପାରିବେ ବୋଲି ପ୍ରକାଶ କରିଥିଲେ । ଏହି ଉତ୍ସବରେ ଜିଲ୍ଲାପରିଷଦ ସଦସ୍ୟ ରଞ୍ଜନ ବିଶ୍ଵାଳ, ପ୍ରାକ୍ତନ ନୋଡାଲ ପ୍ରଧାନଶିକ୍ଷକ କବି ସଚିତ୍ର ବେହୁରା, ଶିକ୍ଷାବିତ ସୁରେଶ ଜେନା, ସିଆରସିସି ରାଞ୍ଜନ ସାହୁ ଓ କବି ଅନ୍ତର୍ଯ୍ୟାମି ବେଜ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ସହକାରୀ ଶିକ୍ଷକ ଅନିଲ ଦାସ ସ୍ଵାଗତଭାଷଣ ଓ ଶିକ୍ଷୟତ୍ରୀ ଦିପ୍ତିପ୍ରଭା ସାମନ୍ତରାଯ ଅତିଥିପରିଚୟ ପ୍ରଦାନ କରିଥିଲେ । ଶେଷରେ ସ୍ମୃତିରାଞ୍ଜନ ଜେନା ଧନ୍ୟବାଦ ଦେଇଥିଲେ । ଏଇ ଅବସରରେ ଅତିଥିମାନେ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରିଥିଲେ ।ଏହି କାର୍ଯ୍ୟକ୍ରମକୁ ରତ୍ନମଞ୍ଜରୀ ମହାନ୍ତ, ପ୍ରତାପ ଜେନା ଓସୁଶୀଲ ଜେନା ପରିଚାଳନା କାରିଥିଲେ ।











