ଶିକ୍ଷାନୁଷ୍ଠାନ ହେଉଛି ବାସ୍ତବରେ ମଣିଷ ତିଆରି କାରଖାନା । ଶିକ୍ଷାନୁଷ୍ଠାନର ଶୈକ୍ଷିକ ପରିବେଶ, ଗୁରୁମାନଙ୍କ ଉପଯୁକ୍ତ ମାର୍ଗଦର୍ଶନ, ନିଷ୍ଠା ଓ ଅଧ୍ୟବସାୟ ଜାରି ରଖିଲେ ବିଦ୍ୟାର୍ଥୀମାନେ ଦୁନିଆର ସବୁ ଆହ୍ଵାନକୁ ସମ୍ମୁଖୀନ ହୋଇ ଜୀବନରେ ସଫଳ ହୋଇପାରିବେ ବୋଲି ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଚନ୍ଦନନଗର ପଞ୍ଚାଯତସ୍ଥ ବନ୍ତୋ ଆଦର୍ଶ ବିଦ୍ୟାଳୟ ବାର୍ଷିକ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ରାଜନଗର ବିଧାୟକ ଧ୍ରୁବ ସାହୁ ପ୍ରକାଶ କରିଛନ୍ତି । ଆଦର୍ଶ ବିଦ୍ୟାଳୟ ଅଧକ୍ଷ ଲକ୍ଷ୍ମୀକାନ୍ତ ବେହେରାଙ୍କ ପୌରହିତ୍ୟରେ ଆୟୋଜିତ ମନୋଜ୍ଞ ଉତ୍ସବରେ ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ଯୁମ୍ନ ସାମନ୍ତରାଯ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ନିଷ୍ଠା, ଅଧ୍ୟବସାୟ ଓ ଶୃଖଳାର ସହ ଉତ୍ତମ ଶିକ୍ଷା ଗ୍ରହଣ କାଲେ ବିଦ୍ୟାର୍ଥୀମାନେ ନିଜକୁ ଭଲ ମଣିଷ ଭାବେ ତିଆରି କରିପାରିବେ ବୋଲି ପ୍ରକାଶ କରିଥିଲେ । ଏହି ଉତ୍ସବରେ ଜିଲ୍ଲାପରିଷଦ ସଦସ୍ୟ ରଞ୍ଜନ ବିଶ୍ଵାଳ, ପ୍ରାକ୍ତନ ନୋଡାଲ ପ୍ରଧାନଶିକ୍ଷକ କବି ସଚିତ୍ର ବେହୁରା, ଶିକ୍ଷାବିତ ସୁରେଶ ଜେନା, ସିଆରସିସି ରାଞ୍ଜନ ସାହୁ ଓ କବି ଅନ୍ତର୍ଯ୍ୟାମି ବେଜ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ସହକାରୀ ଶିକ୍ଷକ ଅନିଲ ଦାସ ସ୍ଵାଗତଭାଷଣ ଓ ଶିକ୍ଷୟତ୍ରୀ ଦିପ୍ତିପ୍ରଭା ସାମନ୍ତରାଯ ଅତିଥିପରିଚୟ ପ୍ରଦାନ କରିଥିଲେ । ଶେଷରେ ସ୍ମୃତିରାଞ୍ଜନ ଜେନା ଧନ୍ୟବାଦ ଦେଇଥିଲେ । ଏଇ ଅବସରରେ ଅତିଥିମାନେ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରିଥିଲେ ।ଏହି କାର୍ଯ୍ୟକ୍ରମକୁ ରତ୍ନମଞ୍ଜରୀ ମହାନ୍ତ, ପ୍ରତାପ ଜେନା ଓସୁଶୀଲ ଜେନା ପରିଚାଳନା କାରିଥିଲେ ।
kanikanews.in
Next Post
କେନ୍ଦ୍ରାପଡା ମହାବିଦ୍ୟାଳୟ ବାଣିଜ୍ୟ ବିଭାଗ ପୁରାତନ ଛାତ୍ରଛାତ୍ରୀଙ୍କ ସମ୍ମିଳନୀ
Mon Jan 29 , 2024
କେନ୍ଦ୍ରାପଡ଼ା,୨୮ା୧: କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ବାଣିଜ୍ୟ ବିଭାଗ ପୁରାତନ ଛାତ୍ରଛାତ୍ରୀମାନଙ୍କ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ବାଣିଜ୍ୟ ବିଭାଗ ମୁଖ୍ୟ ପ୍ରଫେସର ୱାଇ. ପଦ୍ମାବତୀ ଅଧ୍ୟକ୍ଷତାକରି ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । କଲେଜ ଅଧ୍ୟକ୍ଷ ପ୍ରଫେସର ଅଶୋକ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଶିକ୍ଷାନୁଷ୍ଠାନର ସର୍ବାଙ୍ଗିନ ଉନ୍ନତି ପାଇଁ ପୁରାତନ ଛାତ୍ରଛାତ୍ରୀମାନେ ସହଯୋଗର ହାତ ବଢାଇବାକୁ ଆହ୍ୱାନ ଦେଇଥିଲେ […]

You May Like
- 2 years ago
ଶ୍ରୀ ଗଙ୍ଗାଭଗିରଥ ପୂଜା କମିଟିର ୮୨ବର୍ଷ ପୂର୍ତ୍ତି ପାଳନ
- 7 months ago
ଶ୍ରୀଧର ବେହେରା ପଟ୍ଟାମୁଣ୍ଡାଇ ମହିଳା ଡିଗ୍ରୀ କଲେଜ ଅଧ୍ୟକ୍ଷ
- 1 year ago
ବିଦ୍ୟାଳୟରେ ଚେତାଶୂନ୍ୟ ହୋଇଗଲେ ଛାତ୍ରୀଛାତ୍ର