ମହାନଦୀ ଫେରିଘାଟ ମଝିରେ ଫସିଲା ଯାତ୍ରୀବାହୀ ଡଙ୍ଗା : ଅଳ୍ପକେ ବର୍ତ୍ତିଲେ ୫୦ ଯାତ୍ରୀ


କେନ୍ଦ୍ରାପଡା ଜିଲା ମହାକାଳପଡ଼ା ବ୍ଲକ ବାହାକୂଦ-ମୂଷାଡ଼ିଆ ମହାନଦୀ ଫେରିଘାଟ ମଝିରେ ଯାତ୍ରୀବାହୀ ଡ଼ଙ୍ଗା ଫସିଥିବା ବେଳେ ଅଳ୍ପକେ ୫୦ଜଣ ଯାତ୍ରୀ ବର୍ତ୍ତିଯାଇଛନ୍ତି ।


ସୂଚନାଯୋଗ୍ୟ, ମହାକାଳପଡ଼ା ବ୍ଲକ ବାହାକୂଦ-ମୂଷାଡ଼ିଆ ଫେରିଘାଟର ମଙ୍ଗଳବାର ଭୋରରୁ ବାହାକୁଦ ପଟୁ ୫୦ରୁ ଊର୍ଦ୍ଧ୍ଵ ଯାତ୍ରୀଙ୍କୁ ଡଙ୍ଗାଟି ନେଇ ପାରାଦୀପ ଅଭିମୁଖେ ଯାଉଥିଲା ।ଏହି ସମୟରେ ମହାନଦୀ ମଝିରେ ଡଙ୍ଗାର ଇଞ୍ଜିନରେ ତ୍ରୁଟି ଯୋଗୁଁ ଡ଼ଙ୍ଗା ଅଚଳ ହୋଇଯାଇଥିଲା । ଡ଼ଙ୍ଗାରେ ଥିବା ୫୦ଜଣ ଯାତ୍ରୀ ମହାନଦୀ ମଝିରେ ପ୍ରାୟ ୩ ଘଣ୍ଟା ଫସି ରହିବା ପରେ ସ୍ଥାନୀୟ ଲୋକ ଉଦ୍ଧାର କରିଥିବା ଦେଖିବାକୁ ମିଳିଛି ।


Discover more from

Subscribe now to keep reading and get access to the full archive.

Continue reading