କେନ୍ଦ୍ରାପଡ଼ା, ୩୦ା୧: କେନ୍ଦ୍ରାପଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାଳିକା ଆତ୍ମସୁରକ୍ଷା ଶିବିରର ଉଦ୍ଘାଟନ ହୋଇଯାଇଛି । ଅଧ୍ୟକ୍ଷ ପ୍ରଫେସର ଅଶୋକ କୁମାର ଦାସ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ସରକାରଙ୍କର ଏହା ଏକ ନିଆରା ପଦକ୍ଷେପ ବୋଲି ମତବ୍ୟକ୍ତ କରିଥିଲେ ଏବଂ ଏଥିରେ ଭାଗ ନେଇଥିବା ଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ପୋଗ୍ରାମ ଅଧିକାରୀ କ୍ୟାପ୍ଟେନ୍ ସୀମା ମହାନ୍ତି ଏହି ଶିବିରର ଉଦ୍ଦେଶ୍ୟ ଏବଂ ଏହାର ଉପକାରିତା ଉପରେ ଆଲୋକପାତ କରିଥିଲେ । +୨ ପ୍ରଥମ ବର୍ଷର ଛାତ୍ରୀମାନଙ୍କ ପାଇଁ ଉଦ୍ଦିଷ୍ଟ ଏହି ଶିବିରଟି ୮ଦିନ ଧରି ଜାନୁଆରୀ ୩୦ତାରିଖରୁ ଫେବୃୟାରୀ ୭ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିରେ ୨ଶହରୁ ଅଧିକ ଛାତ୍ରୀ ଯୋଗ ଦେଇଥିଲେ । ଫାଷ୍ଟର ଟ୍ରେନର ସୌଦାମିନୀ ପାଗଳ ଓ କାମିନୀବାଳା ସାହୁ ତାଲିମ ପ୍ରଦାନ କରିବେ । ଏହି ଉଦ୍ଘାଟନ ଉତ୍ସବରେ ଅନେକ ଅଧ୍ୟାପକ/ଅଧ୍ୟାପିକା ଯୋଗଦେଇ ଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ଶେଷରେ ଅନ୍ୟତମ ପୋଗ୍ରାମ ଅଧିକାରୀ ମୋନାଲିସା ସିଂ ଧନ୍ୟବାଦ ଅର୍ପଣ କରିଥିଲେ ।